‘ସ୍ଥାୟୀ ଜୀବିକା ସହ ଗୋପାଳନ ଉଦ୍ୟୋଗ ସୃଷ୍ଟି ମୂଳ ଲକ୍ଷ୍ୟ’

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଚଳିତ ମାସ ୨୧ ଓ ୨୨ ତାରିଖ ଓଡ଼ିଶାର ବଲାଙ୍ଗୀରଠାରେ ହେବାକୁ ଯାଉଛି। ଏପରିକି ବଲାଙ୍ଗୀର ଜିଲା ପ୍ରଶାସନ ଓ ବିକେଏନ୍‌ ଆଞ୍ଚଳିକ ଦୁଗ୍ଧ ସଂଘର ମିଳିତ ସହଯୋଗରେ ଓଡ଼ିଶାର ପ୍ରଥମ ଗୋପାଳନ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ବିଶେଷଜ୍ଞଙ୍କ ଅଭିଭାଷଣ ସହିତ ସାରା ଭାରତରୁ ଗୋପାଳନ ଓ ଏହାସହ ଜଡ଼ିତ ବିଭିନ୍ନ ଉତ୍ପାଦ ମଧ୍ୟ ପ୍ରଦର୍ଶନ କରାଯିବ। ସେହିଭଳି ଗୋପାଳନ ସମ୍ପର୍କିତ ବିଭିନ୍ନ କେସ୍‌ ଷ୍ଟଡିଜ୍‌ ଓ ଗୋପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ନେଟଓ୍ବର୍କିଂ ଫୋରମ୍‌ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ଏଥିସହିତ ‘ଗୋପାଳନ ସାହିତ୍ୟ ଓ କବିତା’ ପରି ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଜଣାପଡିଛି। ସେହିପରି ରାଜ୍ୟରେ ଗୋପାଳନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଉକ୍ତ ସମ୍ମିଳନୀ ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହ ଗୋପାଳନ-ଉଦ୍ୟୋଗ ସୃଷ୍ଟି କରିବାରେ ଏକ ମାଇଲଖୁଣ୍ଟ ପାଲଟିବ ବୋଲି କୁହାଯାଉଛି।
ଉକ୍ତ ସମ୍ମିଳନୀରେ ସାରା ଦେଶରୁ ଏନ୍‌ଡିଡିବି, ଏନ୍‌ଡିଆରଆଇ, ଆଇଭିଆରଆଇ, ସିସିବିଏଫ୍‌, ଏପିକୋଲ୍‌, ଆଇସିଏଆର, ସିଇଡିଏସଆଇ, ଏନଏସଡିସି ଭଳି ବିିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ଗୋପାଳନ ଓ ଗୋ-ପ୍ରଜନନର ବିଶେଷଜ୍ଞ ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ, ଡ. ଅଶୋକ ପଟ୍ଟନାୟକ, ଡ. ଟି.କେ. ମହାନ୍ତି, ଡ.ରମାଦେବୀ ନିମ୍ମାନାପାଲ୍ଲୀ, ଡ. ଚନ୍ଦ୍ର ହାସ ଏବଂ ମହିଳା ଉଦ୍ୟୋଗୀ ପଲ୍ଲବୀ ବ୍ୟାସଙ୍କ ସମେତ ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ, ଦୁଗ୍ଧ ସମବାୟ ସମିତି ଓ ସଫଳ ଗୋପାଳନ ଉଦ୍ୟୋଗର ପ୍ରତିନିଧିମାନେ ମଧ୍ୟ ଭାଗ ନେବେ। ବିଶେଷ କରି ସମବାୟ ପରିଚାଳନା ବାବଦରେ ବିସ୍ତୃତ ଆଲୋକପାତ କରିବା ସହ ସରକାରୀ ଯୋଜନା ଓ ସୁବିଧା ସାଙ୍ଗକୁ ଟେକ୍ନୋଲୋଜିକାଲର ସଫଳତା ଓ ଉଦ୍ଭାବନ ଏବଂ କୁଶଳୀ ବ୍ୟବସ୍ଥାର ବିକାଶ ବାବଦରେ ମଧ୍ୟ ଅବଗତ କରାଯିବ। ଏଥିସହିତ ଏ କ୍ଷେତ୍ରରେ ଟେକ୍ନୋଲୋଜିକାଲ ବିକାଶକୁ ନେଇ ମଧ୍ୟ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏକ ଜିଲାସ୍ତରୀୟ କୁଇଜ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇ ବିଜେତାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ ପୁରସ୍କୃତ କରାଯିବ ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri