ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ ବୁଲୁଥିବା ୬୦ରୁ ଊର୍ଦ୍ଧ୍ୱ ହାତୀ ଖାଇ ଚାଲିଛନ୍ତି ପାଚିଲା ଧାନ। ଶତାଧିକ ଏକର ଜମିରେ ଫସଲ ଦଳିଚକଟି ନଷ୍ଟ କରିସାରିଲେଣି। ବିଲ ହୁଡ଼ାରେ ଚାଷୀ ଅସହାୟ ଅବସ୍ଥାରେ ଛିଡ଼ା ହୋଇ ଦେଖୁଥିବାବେଳେ ଆଖି ଆଗରେ ଛାରଖାର ହୋଇଯାଉଛି ସବୁକିଛି। ବଳକା ଧାନ ହାତୀ ମୁହଁରୁ ଛଡ଼ାଇ ଆଣିବା ପାଇଁ ଚାଷୀ ସଂଘର୍ଷ କରୁଥିବାବେଳେ ଟ୍ରାକ୍ଟର ଅଭାବ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। ଏପରି କି ଅନେକ ସ୍ଥାନରେ ଭଡ଼ାରେ ଟ୍ରାକ୍ଟର ନେବାକୁ ବାଡ଼ିଆପିଟା ସ୍ଥିତି ଉପୁଜୁଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।

ବୁହାଳିପାଳ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଦଳବଦ୍ଧ ଭାବେ ରହୁଥିବା ୬୦ ହାତୀ ଏବେ ବିଭିନ୍ନ ପଲରେ ବିଭକ୍ତ ହୋଇ ଧାନ ଜମିମୁହଁା ହୋଇଛନ୍ତି। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଦଣ୍ଡିରି ଅଞ୍ଚଳରେ। ଏଠାରେ ମଧ୍ୟ ୪୦ ହାତୀ ଦୀର୍ଘଦିନ ହେଲା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ନବକିଶୋରପୁର, ବୁହାଳିପାଳ, କୁନୁଆ, ଗଣ୍ଡାନାଳୀ, ଦଣ୍ଡିରି, ବାଙ୍କଟିଆ, କାଟେଣି ଅଞ୍ଚଳ ଛାଡୁନାହାନ୍ତି ହାତୀପଲ। ସେମାନଙ୍କ ଗର୍ଜନରେ ଅଞ୍ଚଳ ଥରହର ହେଉଛି। ହିଂସ୍ର ରୂପ ଧାରଣ କରୁଥିବା ହାତୀ ଆକ୍ରମଣ ଆଶଙ୍କାରେ ଚାଷୀମାନେ ବିଲରେ ପଡ଼ିଥିବା ଧାନ ଆଣିପାରୁନାହାନ୍ତି। କେବଳ ଏତିକି ନୁହେଁ, ଅନେକ ସମୟରେ ହାତୀପଲ ଜନବସତିମୁହଁା ହେଉଥିବାରୁ ଜୀବନ ହାନି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ସନ୍ଧ୍ୟା ହେଲେ ଅଞ୍ଚଳ ଦେଇ ଯାଇଥିବା ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଗ୍ରାମ ରାସ୍ତାରେ ନୀରବତା ଛାଇଯାଉଛି। ହାତୀଙ୍କ ପାଇଁ ଅଞ୍ଚଳବାସୀ ଏକପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ଅନ୍ୟପଟେ ଏକକାଳୀନ ଧାନ ଅମଳ ଚାଲିଥିବାରୁ ଏବେ ଟ୍ରାକ୍ଟର ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଧାନ ଅମଳ କରି ସୁରକ୍ଷିତ ଜାଗାରେ ରଖିବାକୁ ଏକପ୍ରକାର ପ୍ରତିଯୋଗିତା ଚଳାଇଛନ୍ତି। ଫଳରେ ପୂର୍ବରୁ ଘଣ୍ଟାକୁ ୮୦୦ ଟଙ୍କାରେ ମିଳୁଥିବା ଟ୍ରାକ୍ଟର ଏବେ ୧୨୦୦ ଟଙ୍କା ଦେଲେ ବି ମିଳୁନାହିଁ। ଏ ସଂକ୍ରାନ୍ତରେ କୁନୁଆର ଚାଷୀ ସରୋଜ ରାଉତ ଏବଂ ଜାପାନୀ ସାମଲ କୁହନ୍ତି, ଆରମ୍ଭରୁ ବର୍ଷା ଅଭାବରୁ ଚାଷ ପ୍ରଭାବିତ ହୋଇଥିଲା। ଋଣ କରି ବଡ଼ କଷ୍ଟରେ ଧାନ ଚାଷ କରିଥିଲୁ। ହେଲେ ଦୁଇରାତି ଭିତରେ ସବୁକିଛି ହାତୀ ଖାଇଯାଇଛନ୍ତି। କେମିତି କରଜ ଶୁଝିବୁ, ବର୍ଷସାରା କ’ଣ ଖାଇବୁ, କିପରି ଚଳିବୁ ତାହା ଭାବିଲା ବେଳକୁ ଚିନ୍ତା ମାଡ଼ିବସୁଛି। ସୁବିଧାରେ ଟ୍ରାକ୍ଟର ମିଳିଥିଲେ ଧାନ ଅମଳ କରିହୁଅନ୍ତା। ଅନ୍ତତଃ ବଞ୍ଚତ୍ୟାଇଥିବା ଫସଲ ଘରକୁ ଆସିପାରନ୍ତା।
ଏ ସଂକ୍ରାନ୍ତରେ ରେଞ୍ଜର ଲୋହିତ ରଥ କୁହନ୍ତି, ଜମିରେ ପାଚିଲା ଧାନ ଥିବାରୁ ହାତୀ ବିଲ ଛାଡୁନାହାନ୍ତି। ହାତୀଙ୍କୁ ଘଉଡ଼ାଇବା ପାଇଁ ଯେତେ ଉଦ୍ୟମ କରାଗଲେ ମଧ୍ୟ କିଛି ଲାଭ ମିଳୁନାହିଁ। ଅଧିକ କର୍ମଚାରୀଙ୍କୁ ମୁତୟନ କରାଯାଇ ଚାଷୀଙ୍କ ଫସଲ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri