ସେକ୍‌ ଜିଲାଲିଙ୍କୁ ପଳାତକ ଘୋଷଣା, ଗିରଫ ପରଓ୍ବାନା ଜାରି

ଚିତ୍ରକୋଣ୍ଡା,୧୩ା୧୨(ଡି.ଏନ.ଏ.): ବାରମ୍ବାର କୋର୍ଟ ନୋଟିସ୍‌କୁ ଅବମାନନା କରି ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉ ନ ଥିବାରୁ ମାଲକାନଗିରି ଜିଲା ଦୌରା ତଥା ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍ସେଲ କିସପୋଟାଙ୍କ ନେତୃତ୍ୱରେ ସେକ୍‌ ଜିଲାଲି (୨୪)ଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ଗିରଫ କରିବା ଲାଗି ଗିରଫ ପରଓ୍ବାନା ମଧ୍ୟ ଜାରି କରାଯାଇଛି।

ସୂଚନାନୁଯାୟୀ, ଜିଲାଲ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହେଉ ନ ଥିଲେ। ଫଳରେ ଏନେଇ ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଚିତ୍ରକୋଣ୍ଡା ସମିତିସଭ୍ୟ ରାଜକମଲ ପୁରୋହିତ ଏବଂ ମାର୍କେଟ ଲାଇନର ଗ୍ରାମବାସୀଙ୍କ ଉପସ୍ଥିତିରେ ଜିଲାଲିଙ୍କ ଘର କାନ୍ଥରେ ପଳାତକ ନୋଟିସ ମରାଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ତାଙ୍କୁ ଗିରଫ ପାଇଁ ଗିରଫ ପରୱାନାାର ଜାରି କରାଯାଇଛି l ମଙ୍ଗଳବାରଠାରୁ ଧାର୍ଯ୍ୟ ତାରିଖ ମଧ୍ୟରେ କୋର୍ଟରେ ଜଲାଲି ହାଜର ନ ହେଲେ ତାଙ୍କର ଥିବା ସମସ୍ତ ସମ୍ପତ୍ତିକୁ ଆଇନ ଅନୁଯାୟୀ ବାଜ୍ୟାପ୍ତ କରାଯିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି। ଜିଲାଲିଙ୍କ ନାମରେ ଏନ୍‌ଡିପିଏସ୍‌ କେସ ନମ୍ବର ୧୧୮/୨୦୨୦ରେ ଏକ ମାମଲା ରହିଛି। ସେବେଠାରୁ ସେ ଫେରାର ରହି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଆସୁଥିଲେ। କେବଳ ଜିଲାଲି ନୁହନ୍ତି ଏନ୍‌ଡିପିଏସ୍‌ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରାଯାଇ ଗିରଫ ପରୱାନା ଜାରି କରାଯିବ ବୋଲି ଥାନା ଅଧିକାରୀ ପରିଡ଼ା କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri