୧୦ରୁ ୧୨ ମଣ୍ଡେଇ ମୁଖ୍ୟ ଉତ୍ସବ, ୧୪ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା

ନବରଙ୍ଗପୁର, ୭।୧୨(ବି.ପ୍ର.): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ଓ ପଲିଶ୍ରୀ ମେଳା ଚଳିତ ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବ। ପ୍ରତିଦିନ ଆହୋରାତ୍ରୀ ଆଦିବାସୀ ନାଟ ହେବ। ଜିଲାର କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ, ଭାଇଚାରା ସମ୍ପର୍କ ଓ ବନ୍ଧୁମିଳନ ଲକ୍ଷ୍ୟ ନେଇ ଜିଲାବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଆଗେଇବ ବୋଲି ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି। ୧୦ ତାରିଖ ଅପରାହ୍ନରେ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ନୂତନ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ସାଂସ୍କୃତିକ ଦଳ ନିଜ କଳା ପ୍ରଦର୍ଶନ କରିବେ। ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଓ ଗ୍ରୁପ୍‌ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ କରିବେ।
୮ତାରିଖ ସୁଦ୍ଧା ପଡିଆରେ ଉତ୍ସବ ନିମନ୍ତେ ପ୍ରସ୍ତୁତି ସରିବ। ଚଳିତ ବର୍ଷ ମଣ୍ଡେଇ ମହୋତ୍ସବ ଓ ପଲିଶ୍ରୀ ମେଳା ପାଇଁ ମଣ୍ଡେଇ ପଡିଆରେ ୩୫୦ଟି ଷ୍ଟଲ ନିର୍ମାଣ କରାଯାଇଛି। ଚଳିତ ବର୍ଷ ୧୬୦ଟି ସ୍ବତନ୍ତ୍ର ଉଠା ଦୋକାନ ତଥା ବ୍ୟାପାରିକ ସ୍ଥଳର ବ୍ୟବସ୍ଥା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଖାଲି ସ୍ଥାନରେ କରାଯାଇଛି। ଏଥିସହ ମିନା ବଜାର ବ୍ୟବସ୍ଥା କରାଯାଇଛି। ମଣ୍ଡେଇ ପଡିଆ ଭିତରେ ଓ ବାହାରେ ୨୬ଟି ସିସି କ୍ୟାମେରା ଲଗାଯାଇଛି। ପାନୀୟ ଜଳ ଓ ଟଏଲେଟରେ ୨୪ଘଣ୍ଟିଆ ଜଳ ବ୍ୟବସ୍ଥା ପାଇଁ ୩ଟି ବୋରୱାଲ କରାଯାଇଛି। ମଣ୍ଡେଇ ପଡିଆରେ ଆବଶ୍ୟକ ଆଲୁଅ ବ୍ୟବସ୍ଥା ପାଇଁ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ଆଲୁଅ ଟାୱାର ବ୍ୟବସ୍ଥା କରାଯାଇଛି। ନିମନ୍ତ୍ରିତ ଅତିଥି, କଳାକାରଙ୍କ ପାଇଁ ପଡିଆରେ ୧୦ ଗୋଟି ଅସ୍ଥାୟୀ ଟଏଲେଟ ବ୍ୟବସ୍ଥା କରାଯାଇଛି। ଅଗ୍ନି ନିରାପତ୍ତା ପାଇଁ ୨୪ ଜଣ ଅଗ୍ନିଶମ ଅଧିକାରୀ ନିଯୋଜିତ ହେବେ। ପଡିଆରେ ଡାକ୍ତରୀ ଦଳ ସହ ଫାଷ୍ଟଏଡ ସର୍ଭିସ, ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ। ସ୍ବତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ସହରର ମୁଖ୍ୟ ଛକରେ ଲୋକଙ୍କ ସୁବିଧାରେ ପାଇଁ ରୁଟ୍‌ଚାର୍ଟ ପ୍ରଦର୍ଶିତ କରାଯିବ। ୧୦ ତାରିଖ ସକାଳ ୧୧ରୁ ଜୟପୁର ପଟରୁ ଆସୁଥିବା ସମସ୍ତ ବଡ ଗାଡ଼ି (ପାସେଞ୍ଜର ଗାଡି ବ୍ୟତୀତ) ଇନ୍ଦ୍ରାବତୀ ନଦୀ ବ୍ରିଜ ପୂର୍ବରୁ ଗୋଟିଏ ପଟରେ ରାସ୍ତାର ବାମପଟକୁ ପାର୍କ କରି ରହିବେ। ଶୋଭାଯାତ୍ରା ପାର ହେବା ପରେ ଭାରିଯାନ ଚଳାଚଳ କରିବ। ସେହିପରି ସମାନ ସମୟରେ ପାପଡାହାଣ୍ଡି ପଟରୁ ଆସୁଥିବା ଗାଡିକୁ ଆର୍‌ଟିଓ ଆଫିସ ପୂର୍ବରୁ ପାର୍କକରି ରଖାଯିବ। ୧୧ ତାରିଖ ଦିନ ମଣ୍ଡେଇ ନିମନ୍ତେ ଟ୍ରାଫିକ କଟକଣା ଦିନ ୨ ଟାରୁ ଲାଗୁ ହେବ। କୋଷାଗୁମୁଡ଼ା ପଟରୁ ଆସୁଥିବା ସମସ୍ତ ଗାଡ଼ି ଖଣ୍ଡୁଗୁଡା ଗାଁରୁ ଡାହାଣ ପଟ ରାସ୍ତା ଦେଇ ଚୁଟିଆଗୁଡ ଗାଁ, ରିଜର୍ଭ ଆଫିସ ରୋଡ, ଭିଜିଲାନ୍ସ ଅଫିସ ଛକ ଓ ପିଡବ୍ଲ୍ୟୁଡି ଛକ ହୋଇ ନବରଙ୍ଗପୁର ମେନ ରୋଡ କୁ ଆସି ଗନ୍ତବ୍ୟ ପଥକୁ ଯିବେ । ସେହିପରି ଜୟପୁର ପଟରୁ ଆସୁଥିବା ବଡ ଗାଡି କୋଷଗୁମୁଡା ଯିବାକୁ ଚାହିଁଲେ ପିଡବ୍ଲ୍ୟୁଡି ଛକ ଦେଇଯାଇପାରିବେ। ଯେଉଁ ବ୍ୟକ୍ତିଙ୍କର ଗାଡି ପାସ୍‌ ଥିବ ସେମାନେ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଯାଇପାରିବେ। ପାର୍କିଙ୍ଗ ସ୍ଥାନରେ ମଣ୍ଡେଇ ମଞ୍ଚ ପଛପଟେ ପାର୍କ କରିବେ। ୧୧ରୁ ୧୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଟ୍ରାଫିକ ରହିବ ଏବଂ ୧୨ଟା ପରେ ସମସ୍ତେ କେବଳ NH କୁ ବ୍ୟବହାର କରିବେ। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦିନ ୧ଟା ପରେ କୌଣସି ବସ ଓ ଭାରିଯାନ ଆଦି ମହିଳା ମହାବିଦ୍ୟାଳୟ ଛକରୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛକ ଆଡକୁ ଯିବାକୁ ଦିଆ ଯିବ ନାହିଁ। ଟ୍ରାଫିକକୁ ସୁଚାରୁରୂପେ ତୁଲେଇବା ପାଇଁ ପୋଲିସ ଦ୍ବାରା ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସମସ୍ତେ ଏହାକୁ ମାନି ମଣ୍ଡେଇ ଉପଭୋଗ କରିବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri