ଅଧାରେ ଅଟକିଛି ୫-ଟି ସ୍କୁଲ କାମ

ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍‌ଘାଟର ୬ ମାସ ପରେ ବି ରସୁଲପୁର ବ୍ଲକ୍‌ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରରେ ଥିବା ବହୁ ପୁରାତନ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ବିକାଶ କାମ ଅଧାରେ ଅଟକିଛି ବୋଲି ଅଭିଯୋଗ ହୋଇଛି ା ସାଇକେଲ ଷ୍ଟାଣ୍ଡ କାମ ଅଧାରେ ଅଟକିଛି ା ବଗିଚାରେ ଗଛ ଲାଗିନାହିଁ ା ସ୍ମାର୍ଟ କ୍ଲାସ୍‌ରୁମ କାନ୍ଥରୁ ଛାଡ଼ିଲାଣି ପ୍ଲାଷ୍ଟର। ଛାତ୍ରୀଛାତ୍ରଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ ା ସରିନାହିଁ ପାଦଚଲା ରାସ୍ତାରେ ଟାଇଲ ବିଛା କାମ ା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଶୌଚାଳୟ। ବିଦ୍ୟାଳୟର ପାଚେରୀ ଓ ଫାଟକ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୩ ଲକ୍ଷ ଟଙ୍କା, ଶୌଚାଳୟ ନିର୍ମାଣ ସହିତ ବଗିଚା କାମ ଏବଂ ଖେଳପଡ଼ିଆର ବିକାଶ ପାଇଁ ୧୦ଲକ୍ଷ ଟଙ୍କା, ଇ-ଲାଇବ୍ରେରୀ ପାଇଁ ୫ଲକ୍ଷ ଟଙ୍କା, ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ଓ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୧୦ଲକ୍ଷ ଟଙ୍କା, ବିଜ୍ଞାନ ଗାର ପାଇଁ ୫ଲକ୍ଷ ଟଙ୍କା, କ୍ରୀଡ଼ା ସାମଗ୍ରୀ ପାଇଁ ୨ଲକ୍ଷ ଟଙ୍କା, ବିଦ୍ୟାଳୟରେ ୨ ସ୍ମାର୍ଟ କ୍ଲାସ୍‌ ରୁମ ସହିତ ଚେୟାର ଟେବୁଲ ଏବଂ ସ୍ମାର୍ଟ କ୍ଲାସ୍‌ରୁମରେ ବ୍ୟବହୃତ ହୋଉଥିବା ପ୍ରୋଜେକ୍ଟର ପାଇଁ ୧୦ଲକ୍ଷ ଟଙ୍କାକୁ ମିଶାଇ ମୋଟ ୮୦ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ମଞ୍ଜୁର କରାଯାଇଥିଲା ା ଏହାପରେ ବି ବିଦ୍ୟାଳୟର ରୁପାନ୍ତରୀକରଣ କାମ ଅଧାପନ୍ତରିଆ ଅବସ୍ଥାରେ ଅଟକି ରହିଛି।
ସେହିପରି ପୂର୍ବରୁ ଉକ୍ତ ସ୍କୁଲରେ ୨୫ଲକ୍ଷ ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଆଇସିଟି ଲ୍ୟାବ୍‌ କାମରେ ଲାଗୁନି ା ଫଳରେ ଅଚଳ ହେବାକୁ ବସିଛି ଏକାଧିକ କମ୍ପ୍ୟୁଟର ା ଚଳିତ ବର୍ଷ ସମେଟିଭି-୧ ପରୀକ୍ଷା ପାଇଁ ଫାଟକ ଦୁଇ ପାର୍ଶ୍ୱରେ ବାଉଁଶ ଏବଂ କଣି ପୋତି ଅସମ୍ପୂର୍ଣ୍ଣ ପାଚେରୀକୁ ଆବଦ୍ଧ କରାଯାଇଛି । ବିଜ୍ଞାନ ପ୍ରୟୋଗଶାଳାକୁ ପାଣି ପାଇପ ସଂଯୋଗ ହୋଇନି ା ଡ୍ରେନେଜ ବ୍ୟବସ୍ଥା କାମ ସରିନାହିଁ ା ବିଜ୍ଞାନଗାରରେ ପଡ଼ିରହିଛି ପେଟି ଭିତରେ ବିଜ୍ଞାନ ଉପକରଣ ା ଇ- ଲାଇବ୍ରେରୀରେ ଟେବୁଲ ଉପରେ ରହିଛି ବହୁ ପୁସ୍ତକ ା ଏଥିରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି କି ଏସବୁ ଛାତ୍ରୀଛାତ୍ରଙ୍କ କାମରେ ଲାଗିପାରୁନାହିଁ।
ସ୍କୁଲରେ ମୋଟ ୫୧୪ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ କମ୍‌ ରହିଛି ା ଟିଜିଟି ସାଇନ୍ସରେ ୩ ଶିକ୍ଷକ,ଟିଜିଟି ଆର୍‌ସ୍‌ରେ ୩ ଶିକ୍ଷକ,ହିନ୍ଦି ଶିକ୍ଷକ ୧, ସଂସ୍କୃତ ଶିକ୍ଷକ ୧, ଉର୍ଦ୍ଦୁ ଶିକ୍ଷକ ୧, ଖେଳ ଶିକ୍ଷକ ୧ ନାହାନ୍ତି ା ଟିଜିଟି ଆର୍‌ସ୍‌ରେ ଶିକ୍ଷକ ସଂଖ୍ୟା ଶୁନ୍ୟ ରହିଛି ା ଏଣୁ ଛାତ୍ରୀଛାତ୍ରଙ୍କୁ ଇଂଲିଶ, ସାହିତ୍ୟ, ଇତିହାସ ଏବଂ ଭୁଗୋଳ ପାଠ ପଢାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି ା ସରକାରଙ୍କ ଶିକ୍ଷାନୀତି ଅନୁସାରେ ୬୦ପିଲାଙ୍କୁ ୧ ଶ୍ରେଣୀ ଆବଶ୍ୟକ ରହିବା ସ୍ଥଳେ ଏଠି କିନ୍ତୁ ୧୧୫ ପିଲାଙ୍କୁ ନେଇ ଗୋଟିଏ ଶ୍ରେଣୀ ଚାଲିଛି ା ନବମ ଶ୍ରେଣୀରେ ୧୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏବଂ ଦଶମ ଶ୍ରେଣୀରେ ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ଏଥିପାଇଁ ବିଦ୍ୟାଳୟରେ ପାଠ ପଢାର ମାନ ହ୍ରାସ ପାଉଥିବା ଅଭିଭାବମାନେ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri