ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୬ା୧୨:ରାଜନଗର ପେଣ୍ଠ ବେଳାଭୂମିରେ ଗତ ୧ ତାରିଖରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ୬୭୨ ବର୍ଗ କି.ମି. ଏହି ଅଞ୍ଚଳ ଲୁଣା ଓ ମଧୁରଜଳର ସମ୍ମିଶ୍ରଣରେ ସୃଷ୍ଟି ହେନ୍ତାଳବଣ ବହିରାଗତ ଲୋକଙ୍କ ଆକର୍ଷଣ ସାଜିଛି। ଲୁଣା କୁମ୍ଭୀର, ବଗଗହଣ, ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ, ଦାଗଯୁକ୍ତ ହରିଣ, ଶମ୍ବର, ବାର୍‌ହା, ଶିଆଳ, ଜଙ୍ଗଲୀ ବିଲେଇ, ଚିତା ବିଲେଇ, ହାଇନା, ନେଉଳ, ଓଧଠାରୁ ଆରମ୍ଭକରି ଦେଶୀ ବିଦେଶୀଙ୍କ ସମାହାର, ସରୀସୃପ ଦିବାଲୋକରେ ମନ ମୋହୁଛି। ଭିତରକନିକା ଇକୋ ରିଟ୍ରିଟ୍‌ ସମ୍ପର୍କରେ କୋଲକାତାରୁ ଆସିଥିବା ପର୍ଯ୍ୟଟକ ପୂର୍ଣ୍ଣ ସମ୍ଭବା ଗୋସ୍ବାମୀ କୁହନ୍ତି, ଏହି ଅଞ୍ଚଳ ପ୍ରାକୃତିକ ପରିବେଶର ଗନ୍ତାଗର। ପେଣ୍ଠ, ସାତଭାୟା, ବରୁଣେଇ ବେଳାଭୂମିରେ ପଡୁଥିବା ଚିକ୍‌ମିକ୍‌ ବାଲି, ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରାଜି ସହିତ ହେନ୍ତାଳବଣ, ବହିରାଗତ ପକ୍ଷୀଙ୍କ ସମାବେଶ, ନଦୀର ଦୁଇ ପଠା ଅଞ୍ଚଳରେ ଲୁଣା କୁମ୍ଭୀର, ନାଲି କଙ୍କଡ଼ା, ବିଭିନ୍ନ ପ୍ରକାର ମାଛ ଆଦି ଦେଖିବା ପରେ ମନ ଉତ୍‌ଫୁଲିତ ହୋଇଛି। ଏହାର ଫଟୋ ଉଠାଇ ମଜା ନେଉଥିବା ପର୍ଯ୍ୟଟକ ଗୋସ୍ବାମୀ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ଅଞ୍ଚଳ କନିକା ରାଜାଙ୍କ ଅଧୀନରେ ଥାଇ ବନ୍ୟଜନ୍ତୁ ଶିକାରସ୍ଥଳ ଭାବେ ପରିଚିତ ଥିଲା। ୧୯୫୨ ମସିହା ଜମିଦାରି ଉଚ୍ଛେଦ ପରେ ଏହି ଅଞ୍ଚଳକୁ ରାଜ୍ୟ ବନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୧୯୭୫ରେ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ୟୁଏନ୍‌ଡିପିର ମୁଖ୍ୟ ପରାମର୍ଶଦାତା ଡ. ବଷ୍ଟାର୍ଡ ଭିତରକନିକାରେ ପ୍ରସିଦ୍ଧ ଲୁଣା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ସମୟରେ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ପ୍ରଜନନ ପାଇଁ ଆସୁଥିବା ଅନୁଧ୍ୟାନ କରିଥିଲେ। ତାଙ୍କ ପ୍ରସ୍ତାବ କ୍ରମେ ୧୯୯୭ ମସିହାରେ ବଙ୍ଗୋପସାଗରର ଏହି ୧୪୫ ବର୍ଗ କି.ମି. ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା ହେଲା। ୧୯୯୮ ସେପ୍ଟେମ୍ବର ୧୬ରେ ଭିତରକନିକାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ପ୍ରାକୃତିକ ପରିବେଶ ସହ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲ୍‌ଫିନ ଆଦି ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳୁଥିବା ପରିବେଶବିତ୍‌ ରାଉତ ସୂଚନା ଦେଇଛନ୍ତି। ଇକୋ ରିଟ୍ରିଟ୍‌ ସମ୍ପର୍କରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ କୁହନ୍ତି, ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଭିତରକନିକାକୁ ଜାଣିବାକୁ ବିଶ୍ୱବାସୀଙ୍କୁ ଆହ୍ବାନ ଦେଇଛି। ଏହାଦ୍ୱାରା ଭିତରକନିକାର ପ୍ରଚାର ହେବା ସହିତ ସ୍ଥାନୀୟ ଅର୍ଥନୈତିକ ବିକାଶ ହେବ। ରହଣି ଓ ଭ୍ରମଣ ପାଇ ବିଳାସପୂର୍ଣ୍ଣ କଟେଜରେ ୩ ତାରକା ହୋଟେଲର ସମସ୍ତ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଅସୁବିଧା ହେବନାହିଁ। ଦିନରେ ଭିତରକନିକାର ନୈସର୍ଗିକ ଶୋଭା ପର୍ଯ୍ୟଟକ ପାଇପାରୁଛନ୍ତି। ସେହିପରି ଇକୋ ରିଟ୍ରିଟ୍‌ ସ୍ଥଳରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଷ୍ଟଲ୍‌ରେ ବ୍ୟବସାୟ ଚାଲିିଥିବା ବିଧାୟକ ସାହୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଅନ୍ତର୍ଜାତୀୟସ୍ତରରେ ସୁନାମ ଅଛି। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବର୍ଷ ସାରା ଭିଡ଼ ହୋଇଥାଏ। ଇକୋ ରିଟ୍ରିଟ୍‌ ସ୍ଥଳ ବ୍ୟତୀତ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ଟି ସ୍ଥାନରେ ପାନ୍ଥଶାଳା ଓ ଯାତ୍ରୀନିବାସ ଅଛି। ଇକୋ ରିଟ୍ରିଟ୍‌ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ପ୍ରତି ଆକର୍ଷିତ କରୁଥିବା ଜିଲାପାଳ ଋତୁରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri