ଲୋକଙ୍କ କାମରେ ଲାଗୁନି ବିଜୁ ସେତୁ

ଯାଜପୁର ଅଫିସ,୪।୧୨: ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଜନକଲ୍ୟାଣକାରୀ ‘ବିଜୁ ସେତୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ କେତେକ ସ୍ଥାନରେ ବିଜୁ ସେତୁ ନିର୍ମାଣ ହୋଇସାରିଛି। କିନ୍ତୁ ସେତୁ ପାଇଁ ଆପ୍ରୋଚ୍‌ ରୋଡ୍‌ ହୋଇପାରୁ ନ ଥିବାରୁ ତାହା ଲୋକଙ୍କ କାମରେ ଲାଗି ପାରୁନାହିଁ। ଏହାର ଉଦାହରଣ ହେଉଛି ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ନିର୍ମାଣ ହେଉଥିବା ୪ଟି ସେତୁ। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନରେ କରାଯାଉଥିବା ୯ଟି ସେତୁ ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ହୋଇପାରିଛି। ବାକି ୪ଟି ସେତୁ ଆପ୍ରୋଚ୍‌ ରୋଡ୍‌ ନ ଥିବା ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ୨୦୧୭ରୁ କାମ ଆରମ୍ଭ ହୋଇ ଏଯାଏ ତାହା ସମ୍ପୂର୍ଣ୍ଣ ନ ହେବା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଇତିମଧ୍ୟରେ ନୂତନ ୨ ବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଓ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଉ ନଥିବା ଅଭିଯୋଗ ହେଉଛି।
ଗମନାଗମନରେ ଯେଉଁ ଅଞ୍ଚଳ ଯେତେ ସୁଦୃଢ଼ ସେହି ଅନୁପାତରେ ସେତେ ବିକାଶିତ। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ବିଜୁ ସେତୁ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ଜାରକ ଡିଭିଜନରେ ପ୍ରାୟ ୪୦ କୋଟି ଟଙ୍କା ବିନିଯୋଗ ହୋଇ ସାରିଛି। ହେଲେ ବିନିଯୋଗ ତୁଳନାରେ ଅଞ୍ଚଳବାସୀ ସେତେଟା ଲାଭବାନ ହୋଇ ପାରିନାହାନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁରଠାରୁ ପିପଲଡ଼ିହ ସଗଡ଼ିିଆ ନାଳ ଉପରେ ନିର୍ମିତ ବିଜୁ ସେତୁ ୨୦୧୭ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୧୨ା୯ା୨୦୧୯ରେ ସମ୍ପୂର୍ଣ୍ଣ ହେବା କଥା। ଏଥିରେ ଏଯାଏ ୯୧.୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ଜମି ବିବାଦ ଯୋଗୁ ଆପ୍ରୋଚ୍‌ ରୋଡ୍‌ ଆରମ୍ଭ ହୋଇପାରିନାହିଁ। ସେହିପରି ଭୁବନପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତାଠାରୁ ଜଗନ୍ନାଥପୁର ମୁଖ୍ୟମନ୍ତ୍ରୀ ସଡକ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ରାସ୍ତାର ସାନଗେଙ୍ଗୁଟି ନଦୀ ଉପରେ ୨୦୧୯ରୁ ଆରମ୍ଭ ହୋଇଥିବା ସେତୁ ଏଯାଏ ଲୋକଙ୍କ ସେବାରେ ଲାଗି ପାରିନାହିଁ। ଏହି ପ୍ରକଳ୍ପରେ ୩୫୫.୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଆପ୍ରୋଚ୍‌ ରାସ୍ତା କାର୍ଯ୍ୟ ଚାଲିିଛି ବୋଲି ବିଭାଗ ସୂତ୍ରରୁ କୁହାଯାଇଛି। ଅନୁରୂପ ଭାବେ ପଟୁଣିଆ ଗ୍ରାମ ପଞ୍ଚାୟତର ଶଙ୍କା ଗ୍ରାମ ନିକଟରେ ସଗଡିଆ ନାଳା ଉପରେ ୨୦୧୮ରୁ ନିର୍ମିତ ସେତୁ ଆପ୍ରୋଚ୍‌ ରାସ୍ତାରେ ଅଟକିଛି। ଏହି ପ୍ରକଳ୍ପ ପାଇଁ ୩୦୫.୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ରାଉତରାପୁର-କୁଣ୍ଡପାଟଣା ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ୨୦୧୯ରୁ ନିର୍ମିତ ସେତୁ ମଧ୍ୟ ଆପ୍ରୋଚ ରୋଡ୍‌ ପାଇଁ କାର୍ଯ୍ୟକାରୀ ହୋଇ ପାରିନାହିଁ। ଜମି ଅଧିଗ୍ରହଣରେ ବିଳମ୍ବ ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ପାଇଁ ୧୬୬୦.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଭଳି ସ୍ଥିତିରେ ପୁଣି ୨ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ରହିଛି। ବଡଚଣା ନିର୍ବାଚନ ମଣ୍ଡଳି ଅଧୀନ କୃଷ୍ଣଦାସପୁରଠାରୁ ରନତ୍ଗିରି ରାସ୍ତାର କେଲୁଅ ନାଳା ଉପରେ ୪୫ ମିଟର ଲମ୍ବର ବ୍ରିଜ ନିର୍ମାଣ ହେବ। ଏଥିପାଇଁ ୪୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ ବଡଚଣା ବ୍ଲକର ପର୍ବତ, ପଣାସିଆ, ପଣସୁଆପାଳ, କୋହ୍ନଣଗିରି, ମୂଷାଟିକିରା, ରାମଦାସପୁର, ସାନବାଲିକୁଦା, ବେଙ୍ଗପୁର ଏବଂ ବରୀ ବ୍ଲକର ସୁକୁଳ, ମହାକାଳପଡା, ରନତ୍ଗିରି ପ୍ରଭୃତି ଗ୍ରାମର ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ। ସେହିପରି ବଡଚଣା ନିର୍ବାଚନମଣ୍ଡଳୀ ଅଧୀନ ସାନଗେଙ୍ଗୁଟି ନଦୀର ଉଦୟନଗର ଗ୍ରାମ ନିକଟରେ ୯୦ ମିଟର ଲମ୍ବର ଏକ ନୂତନ ବ୍ରିଜ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ୭୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ବ୍ରିଜ ନିର୍ମାଣ ହେଲେ ରାଧାଦେଈପୁର, ବିଦ୍ୟାଧରପୁର, ଅରଖପୁର, ଉଲୁରୀ, ଜଗନ୍ନାଥପୁର, ଶକୁନ୍ତଳାପୁର, ଉଦୟନଗର, ବଡଘୁମୁରି, ପାଇକରାପୁର ପ୍ରଭୃତି ଗ୍ରାମର ପ୍ରାୟ ୯୩୦୦ ଲୋକ ଉପକୃତ ହୋଇ ପାରିବେ। ତେବେ ଉପରୋକ୍ତ ଅର୍ଦ୍ଧନିର୍ମିତ ସେତୁଗୁଡିକ ଉପରେ ଉପକୃତ ହେବାକୁ ଆଶା ରଖିଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ୨୦୨୦ରୁ କୌଣସି ବିଜୁ ସେତୁ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri