୨୭ ଦିନ ପରେ ବି କାରଣ ଅସ୍ପଷ୍ଟ

ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍‌ଥାନ) ରଦ୍ଦି କାଗଜରେ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ବିକ୍ରି କରିଥିତ୍ବା ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ଶିକ୍ଷା ବିଭାଗର ପ୍ରମୁଖ ଅଧିକାରୀମାନେ କହିଥିଲେ। ଇତିମଧ୍ୟରେ ୨୭ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ର କର କୁହନ୍ତି, ଏହି ଘଟଣାର ତଦନ୍ତ ନିମନ୍ତେ ୨ ଥର ଲୋକ ପଠାଯାଇ ତଦନ୍ତ କରାଯିବା ସହ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ଦିଆଯାଇଛି। ଏ ବିଷୟରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କୁହନ୍ତି, ଯେଉଁ ରିପୋର୍ଟ ଆସିଛି ତାହା ଅସ୍ପଷ୍ଟ ରହିଛି। ତଥାପି ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, କରୋନା କଟକଣା ସମୟରେ ପିଲାଙ୍କ ପାଠପଢା ଦୁଇବର୍ଷ ଧରି ବାଧାପ୍ରାପ୍ତ ହୋଇଥିଲା। ଏନେଇ ୨୦୨୧ରେ ସରକାରୀ ସ୍କୁଲର ପିଲାଙ୍କ ପାଇଁ ଉପାଦେୟ ବହି ଉଜ୍ଜ୍ୱଳ ଉତ୍‌ଥାନ ଯୋଗାଇ ଦିଆଯାଇଥିଲା। ଏହାଦ୍ବାରା ପିଲାଙ୍କ ପାଠ ସହଜ ହେବା ସହ ପରୀକ୍ଷାରେ ଭଲ ମାର୍କ ରଖିହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ସଞ୍ଜୟ ଗାନ୍ଧୀ ସ୍କୁଲରେ ଏହି ବହି ପିଲାଙ୍କୁ ଦେବା ବଦଳରେ ରଦ୍ଦି କାଗଜ ବେପାରୀଙ୍କୁ ଓଜନ ହିସାବରେ ବିକ୍ରି କରି ଦିଆଯାଇଥିଲା। ଗତ ନଭେମ୍ବର ୫ରେ ରଦ୍ଦି ବେପାରୀ ରଘୁଆ ସାହୁ କହିଥିଲେ, ସେ ସଞ୍ଜୟ ଗାନ୍ଧୀ ସ୍କୁଲରୁ ଏହି ୭୨ କେଜି ବହି ଆଣିଛନ୍ତି। ଏହାକୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ବିକ୍ରି କରି ଦେଇଛନ୍ତି। ସେଥିପାଇଁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ତାଙ୍କଠାରୁ ୪୦୦ ଟଙ୍କା ନେଇଛନ୍ତି। ଏହି ଘଟଣା ସମ୍ପର୍କରେ ସେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡାଙ୍କୁ ପଚାରିବାରେ ବହି ସିଆର୍‌ସିସି ବିକ୍ରି କରିଛନ୍ତି ବୋଲି କହିଥିଲେ। ସିଆର୍‌ସିସିି ସୁକାନ୍ତ ସ୍ବାଇଁ ଏ ପ୍ରସଙ୍ଗରେ କହିଛନ୍ତି, ସ୍କୁଲ ବାରଣ୍ଡାରେ ବହିଗୁଡ଼ିକ ଗଦା ହୋଇଥିଲା। ତାକୁ ଷ୍ଟାଫମାନେ ବିକ୍ରି କରିଦେଇଛନ୍ତି। ଏହାକୁ ନେଇ ଉଭୟ ସିଆର୍‌ସିସି ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଣେ ଅଧିକାରୀ ଆସି ଏକ ହୋଟେଲରେ ରହି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡାକି ଏସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ପୁଣିଥରେ ସ୍କୁଲ ଆସି ସମସ୍ତ ୧୩ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ରୋଷେଇ କରୁଥିବା ୪ ଜଣ ମହିଳାଙ୍କୁ ଡାକି ତଦନ୍ତ କରିଥିଲେ । ଏସବୁ ସତ୍ତ୍ୱେ ସ୍କୁଲରେ ସିସିଟିଭି ମଧ୍ୟ ରହିଛି। ମାତ୍ର ଘଟଣାର ଠିକ୍‌ ଭାବେ ତଦନ୍ତ ନ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri