ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ ଓଡ଼ିଶା

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ନିକଟ ଭବିଷ୍ୟତରେ ଓଡ଼ିଶା ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତିକୁ ଛୁଇଁବ। ଆମେ ହିଁ ହେବୁ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା। ଆପଣମାନେ ଆସନ୍ତୁ, ନୂଆ ଓଡ଼ିଶା ଗଢ଼ିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାନ୍ତୁ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଦେଶ ଓ ବିଦେଶର ଶିଳ୍ପପତିମାନଙ୍କୁ ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶରେ ବୃହତ୍‌ ନିବେଶର ପ୍ରଥମ ପସନ୍ଦ ପାଲଟିଛି। ସମସ୍ତ କ୍ଷେତ୍ରରେ ରୂପାନ୍ତରଣ ଅଭିବୃଦ୍ଧି ଘଟୁଛି। ସ୍ଥିର ଶାସନ ଶାନ୍ତି, ପ୍ରଗତି ଓ ଅଭିବୃଦ୍ଧିର ପ୍ରତୀକ ହୋଇଛି। ଉତ୍ତମ ପ୍ରଦର୍ଶନ ପାଇଁ ଗତ ଦୁଇ ଦଶନ୍ଧି ଧରି ଆମକୁ ବିପୁଳ ଜନସମର୍ଥନ ମିଳିଛି। ରାଜ୍ୟର ନାଗରିକକୈନ୍ଦ୍ରିକ ଆଦର୍ଶ ପ୍ରଶାସନିକ ମଡେଲ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା ସଶକ୍ତୀକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ରୂପାନ୍ତରଣ ଆସିପାରିଛି। ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା। ଏକ ସ୍ଥିର ସରକାର ହେଉଛି ବିକାଶର ସବୁଠାରୁ ବଡ଼ ଉପାଦାନ। ଆମ ସରକାରରେ ସାଧାରଣ ଲୋକ ସବୁବେଳେ କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ଦେବାକୁ ‘ମୋ ସରକାର’ ଏବଂ ୫-ଟି ଭଳି ଅଭିନବ ମଡେଲ ଆପଣାଇଛୁ, ଯାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ୍‌ ତିଆରି କରିଛି। ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତୀକରଣ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଛି। ରାଜ୍ୟରୁ ୫୦ ପ୍ରତିଶତ ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯାଇଛି

ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଆର୍ଥିକ ପରିଚାଳନା ସମଗ୍ର ଦେଶରେ ପ୍ରଶଂସିତ ହୋଇଛି। ହାତଗଣତି ରାଜସ୍ବ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ ରହିଛି। ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ। ରାଜ୍ୟରେ ନିବେଶକାରୀଙ୍କୁ ସବୁପ୍ରକାର ସହାୟତା ଯୋଗାଇବାକୁ ସରକାର ସଙ୍କଳ୍ପବଦ୍ଧ। ଏଥିପାଇଁ ଆମେ ନୂଆ ଶିଳ୍ପନୀତି ଆଣିଛୁ। ରାଜ୍ୟର ବିକାଶ ଓ ପ୍ରଗତି ଯାତ୍ରାରେ ସାମିଲ ହେବାକୁ ନବୀନ ଶିଳ୍ପ ମହାନାୟକମାନଙ୍କୁ ଆହ୍ବାନ ଦେଇଛନ୍ତି। ପର୍ଯ୍ୟଟନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟଶକ୍ତି, ରପ୍ତାନି କ୍ଷେତ୍ରରେ ନିବେଶ ବଢ଼ାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ। ଓଡ଼ିଶା ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର। ରେଳ ଲାଇନ, ବିମାନବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏ ସବୁକିଛି ସୁବିଧା ରହିଛି। ଦକ୍ଷ ମାନବ ସମ୍ବଳ ଗଢ଼ି ତୋଳିବାକୁ ସ୍କିଲ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶାରେ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ସୃଷ୍ଟି କରାଯାଇଛି। ନିବେଶକମାନେ ବିନା ଦ୍ୱିଧାରେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ, ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରି ହୁଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ମଧ୍ୟ ସମର୍ଥନ ଦେଇଛନ୍ତି।
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ପ୍ରଥମ ଦିବସ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବ୍ରେକ୍‌ଫାଷ୍ଟ ଉଇଥ୍‌ ବିଜ୍‌ନେସ ଲିଡର’ର ପ୍ରଥମ ପର୍ଯ୍ୟାୟରେ ୧୦୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଓ କାର୍ଯ୍ୟନିର୍ବାହୀଙ୍କ ସମେତ ୨୦୦୦ରୁ ଅଧିକ ଶିଳ୍ପସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଆଭିମୁଖ୍ୟ ଓ ନୂଆ ଶିଳ୍ପନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସବୁ କ୍ଷେତ୍ରରେ ଏଠାରେ ବ୍ୟାପକ ସୁବିଧା ସାଙ୍ଗକୁ ଭରପୂର ପ୍ରାକୃତିକ ସମ୍ପଦ ରହିଛି। ନିବେଶକମାନେ ଯେପରି ସୁବିଧାରେ ଶିଳ୍ପ ପ୍ରତିଷ୍ଠା କରିପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅବସରରେ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନର୍‌ଓ୍ବେ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିମାନଙ୍କ ସମେତ ଦେଶର ୪୦ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ସାମିଲ ହୋଇ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। କନ୍‌କ୍ଲେଭର ପ୍ରଥମ ଅଧିବେଶନ (ପ୍ଲେନାରି ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତି ଉପସ୍ଥିତ ଥିବାବେଳେ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗୀ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, କନ୍‌କ୍ଲେଭରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ପ୍ରାୟ ୨୧୨ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥିରେ ଜାପାନ, ଜର୍ମାନୀ, ନର୍‌ଓ୍ବେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚାଇନା ଓ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri