ଅପ୍ରୋଚ ରୋଡ଼ ନିର୍ମାଣରେ ଫାଟ

ଚଣ୍ଡିଖୋଲ,୧ା୧୨ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ଉପଖଣ୍ଡ ଅଧୀନ ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତାର ଚାରିନଙ୍ଗଳଠାରେ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ କାମ ୨ବର୍ଷ ହେବ ଶେଷ ହୋଇଛି। ହେଲେ ଉଭୟ ପାର୍ଶ୍ୱରେ ଅପ୍ରୋଚ୍‌ ରୋଡ ନିର୍ମାଣ କାମ ଶେଷ ହୋଇ ନ ଥିବାରୁ ସେତୁ ଦେଇ ଯାତାୟାତ ବନ୍ଦ ରହିଛି। ଏବେ ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ନିର୍ମାଣ କାମ ଚାଲୁ ଥିବା ବେଳେ ଅପ୍ରୋଚ ରୋଡ ପାଇଁ ନିର୍ମାଣ ହୋଇଥିବା ୱାଲରେ ଫାଟ ସୃଷ୍ଟି ହୋଇଛି, ଯାହାକୁ ନେଇ ଅପ୍ରୋଚ ରୋଡର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଚାରିନଙ୍ଗଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଅପ୍ରୋଚ ରୋଡ କାମ କରୁଥିବା ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଯୋଗୁ ଓ୍ବାଲ୍‌ରେ ଫାଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ହେଉଥିବା ଅପ୍ରୋଚ ରୋଡର ମାଟି ଓ ମୋରମ ଦବାଇବା ପାଇଁ ଠିକା ସଂସ୍ଥା ଭାଇବ୍ରେଟର ବ୍ୟବହାର କରୁ ନାହିଁ। ଯଦି ଭାଇବ୍ରେଟର ବ୍ୟବହାର କରେ ତେବେ ୱାଲ୍‌ଟି ଭୁଶୁଡ଼ି ପଡିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ବିରୂପା ନଦୀର ଚାରିନଙ୍ଗଳଠାରେ ବ୍ରିଜ କାମ ଶେଷ ପରେ ମଧ୍ୟ ବ୍ରିଜର ଉଭୟ ପାର୍ଶ୍ୱରେ ବେସରକାରୀ ଜମି ରହିଥିବା ହେତୁ ଅପ୍ରୋଚ ରୋଡ ନିର୍ମାଣ ହୋଇପାରି ନ ଥିଲା ା ବେସରକାରୀ ଜମି ଅଧିଗ୍ରହଣ ହୋଇ ନ ଥିବାରୁ କାମରେ ବିଳମ୍ବ ହୋଇଥଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଗଲା ପରେ ଅପ୍ରୋଚ ରୋଡ ନିର୍ମାଣ ଆରମ୍ଭ ହୋଇଥିଲା। ଏବେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ୱାଲ୍‌ରେ ଫାଟ ସୃଷ୍ଟି ହୋଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି ୱାଲ୍‌ରେ ଫାଟ ସୃଷ୍ଟି ହେବା ନେଇ ଖବର ପାଇଛି। ତୁରନ୍ତ ମୁଁ ଘଟଣାସ୍ଥଳ ପରିଦର୍ଶନ କରିବି। ଏହାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri