ମଦନପୁର କଲେଜ ଛକରେ ରାସ୍ତାରୋକୋ

ପଟ୍ଟମୁଣ୍ଡାଇ/ରାଜନଗର, ୨୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶୁକ୍ରବାର ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ମଦନପୁର କଲେଜ ଛକ ନିକଟ ତଳ ରାସ୍ତାରେ ଉପରେ ନିର୍ଭର କରୁଥିବା ଲୋକମାନେ ବସ୍‌ ଚାଲିବା ଦାବିରେ ରାସ୍ତାରୋକୋ କରିଥିଲେ। ତଳ ରାସ୍ତା ଉପରେ ନିର୍ଭର କରୁଥିବା ଚନ୍ଦନନଗର, ଗୋପ୍ତିରା, ଦଳବାଡ, ଦେଉଳି, ବାଲିଆ, ବନ୍ତପାଟଣା, ସଂସାରଫଳ, ରେସୋ, ବଡପାଳ, ସିଙ୍ଗାରପୁର, ଔପଦା, ବିଲିକଣା, ଗରା, ବୁହଁାଳ ପ୍ରଭୃତି ଗ୍ରାମର ଶତାଧିକ ଲୋକେ ଏହି ରାସ୍ତାରୋକୋରେ ସାମିଲ ହୋଇଥିଲେ। ଯୁବ ସଙ୍ଗଠକ ନିରୋଦ କୁମାର ଦାସ, ଶ୍ରମିକ ନେତା ଈଶ୍ୱର ମଲ୍ଲିକ, କୃଷ୍ଣଚନ୍ଦ୍ର କର, ଅଲେଖ କୁମାର ବେହେରା, ବସନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଭୋର ସାଢେ ୫ଟାରୁ ମଦନପୁର କଲେଜ ଛକ ନିକଟରେ ରାସ୍ତାରୋକୋ କରିଥିଲେ। ସକାଳ ହେବା କ୍ଷଣି ତଳରାସ୍ତାରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମର ଯୁବକ, ଛାତ୍ର ଏବଂ ଲୋକମାନେ ସାମିଲ ହୋଇଥିଲେ। ରାଜନଗରରୁ ପୁରୀ କଟକ ଅଭିମୁଖେ ଯାଉଥିବା ଦ୍ୱିବେଦୀ ଟ୍ରାଭେଲ୍ସ, ପ୍ରିନ୍ସ, ଚନ୍ଦ୍ରମଉଳି, ମହେଶ ପ୍ରଭୃତି ବସଗୁଡିକୁ ଧାରଣାରେ ବସିଥିବା ଲୋକମାନେ ଅଟକାଇ ଥିଲେ। ବର୍ତ୍ତମାନ ଦଶମ ଶ୍ରେଣୀ ଏବଂ କଲେଜରେ ପରୀକ୍ଷା ଥିବାରୁ ସେମାନଙ୍କୁ ଏହି ରାସ୍ତାରୋକୋ ସମୟରେ ଛଡାଯିବା ସହ ଅତ୍ୟାବଶକ ସାମଗ୍ରୀ ଆଣୁଥିବା ଗାଡିଗୁଡିକୁ ଛଡା ଯାଇଥିଲା। ଖବରପାଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ତହସିଲଦାର ଦିଲୀପ କୁମାର ସେଠୀ, ଆଇଆଇସି ତପନ କୁମାର ରାଉତ, କେନ୍ଦ୍ରାପଡ଼ା ଆରଟିଓ ପି.କେ. ନାୟକ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଥିଲେ। ପରେ ମଦନପୁର ମହାବିଦ୍ୟାଳୟ ପରିସରରେ ଏହାର ସମାଧାନ ପାଇଁ ଏସ୍‌ଡିପିଓ ବେଉରିଆଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ତଳ ଏବଂ ଉପର ରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ମଧ୍ୟରୁ ଯେଉଁ ବସ୍‌ ମାଲିକମାନେ ତଳ ରାସ୍ତାର ଯାତାୟାତ ପାଇଁ ସ୍ଥାୟୀ ପରିମିଶନ ଆଣିବେ, ସେହିମାନେ ହିଁ ତଳ ରାସ୍ତାରେ ଯିବାକୁ ସୁଯୋଗ ପାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେ ପର୍ଯ୍ୟନ୍ତ ତଳରାସ୍ତାରେ ଯାତାୟାତ କରୁଥିବା ବସ୍‌ଗୁଡିକ ସେମାନଙ୍କ ଅସ୍ଥାୟୀ ପରିମିଟ୍‌ ମାଧ୍ୟମରେ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri