ଲାଞ୍ଚ ନେଇ ପୋଲିସ ଏଏସ୍‌ଆଇ ଗିରଫ

ବୌଦ୍ଧ, ୨୬ା୧୧(ସ୍ବ.ପ୍ର.): ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଏଏସ୍‌ଆଇ। ବୌଦ୍ଧ ଜିଲା ବୌଦ୍ଧ ଥାନା ଅଧୀନ ଜହ୍ନାପଙ୍କ ଫାଣ୍ଡି ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଶୁକ୍ରବାର ଜଣେ ବ୍ୟବସାୟୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ସହର ନୂଆଁସାହି ଛକଠାରେ ସ୍ବପ୍ନେଶ୍ୱର ଖୁଣ୍ଟିଆଙ୍କ ବୈଜନ୍ତୀ ଏଗ୍ରୋମେଶିନାରି ନାମକ ଏକ ଦୋକାନ ରହିଛି। ଏହି ଦୋକାନରେ ବୌଦ୍ଧ ଥାନା ଅନ୍ତର୍ଗତ ରାୟପୁର ଗ୍ରାମର ମନୋଜ ପ୍ରଧାନ ସେଲ୍‌ସ ଓ କଲେକ୍ସନ ଦାୟିତ୍ୱ ବୁଝୁଥିଲେ। ଗତ ତିନି ମାସ ତଳେ ମନୋଜ କଲେକ୍ସନରୁ ତିନି ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ ଦୋକାନ ମାଲିକ ବୌଦ୍ଧ ଥାନାରେ ଗତ ଅଗଷ୍ଟରେ ମନୋଜ ନାମରେ ଏକ ଏତଲା ଦେଇଥିଲେ। ହେଲେ ବୌଦ୍ଧ ଥାନା ଏତଲାକୁ ଗ୍ରହଣ କରି ନ ଥିଲା। ଏହା ଆମର କାମ ନୁହେଁ, ଏହା କୋର୍ଟର କାମ ବୋଲି କହି ଫେରାଇ ଦେଇଥିଲା। ଶେଷରେ ବାଧ୍ୟହୋଇ ଖୁଣ୍ଟିଆ ଅଗଷ୍ଟ ୨୯ରେ ବୌଦ୍ଧ ଏସ୍‌ଡିଜେଏମ୍‌ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ନିର୍ଦ୍ଦେଶରେ ବୌଦ୍ଧ ଥାନାରେ ଅକ୍ଟୋବର ୧୬ରେ ଏକ ମାମଲା ରୁଜୁକଲା ପୋଲିସ। ଏହି ମାମଲାର ତଦନ୍ତ ଦାୟିତ୍ୱ ଜହ୍ନାପଙ୍କ ଫାଣ୍ଡି ଏଏସ୍‌ଆଇ ମଦନ ମୋହନ ପ୍ରଧାନଙ୍କୁ ଦିଆଯାଇଥିଲା। ଫାଣ୍ଡି ଅଧିକାରୀ ପ୍ରଧାନ ଦୋକାନ ମାଲିକଙ୍କୁ ଡାକି ୧୫ ହଜାର ଟଙ୍କା ଦେବାକୁ କହିଥିଲେ; ନ ଦେଲେ ମାମଲାକୁ ରଫାଦଫା କରିଦେବାକୁ କହୁଥିଲେ। ଗତ ୨୪ ତାରିଖରେ ଏଏସ୍‌ଆଇ ପ୍ରଧାନ ଖୁଣ୍ଟିଆଙ୍କୁ ଜହ୍ନାପଙ୍କ ଫାଣ୍ଡିକୁ ଡାକିଥିଲେ। ଶୁକ୍ରବାର ୧୫ ହଜାର ଟଙ୍କା ଦେବାକୁ ଦୋକାନ ମାଲିକ କହିଥିଲେ। ଖୁଣ୍ଟିଆ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୧୫ରେ ଜହ୍ନାପଙ୍କ ଫାଣ୍ଡିରେ ଦୋକାନ ମାଲିକଙ୍କ ଠାରୁ ଏଏସ୍‌ଆଇ ପ୍ରଧାନ ୧୫ ହଜାର ଟଙ୍କା ନେଇ ତାଙ୍କ ଟେବୁଲ ଡ୍ର’ରେ ରଖୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୨୭ା୨୨) ରୁଜୁ କରାଯାଇ ଏଏସ୍‌ଆଇ ପ୍ରଧାନଙ୍କୁ ଗିରଫ କରି ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଶନିବାର ତାଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ। ଏଏସ୍‌ଆଇ ପ୍ରଧାନଙ୍କ ଘର କନ୍ଧମାଳ ଜିଲା ଉଦୟଗିରିର ବାଲୁପଟା ଗ୍ରାମ ହୋଇଥିବାବେଳେ ବର୍ତ୍ତମାନ ସେ ବୌଦ୍ଧ ସହର ଟିକଟସ୍ଥ ମାଲସିଙ୍ଗାଠାରେ ରହୁଛନ୍ତି। ତାଙ୍କ ଘରେ ମଧ୍ୟ ଛାନ୍‌ଭିନ୍‌ ଚାଲୁ ରହିଥିବା ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକ ପ୍ରକାଶ କରିଛନ୍ତି। ଚଢ଼ାଉରେ ଡିଏସ୍‌ପି ନାୟକଙ୍କ ସମେତ ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଫୁଲ୍ଲ ପ୍ରଧାନ, ପ୍ରତାପ ଶତପଥୀ, ଦିଲୀପ ଦାଶ, ଲୋକନାଥ ସାହୁ, ସନ୍ତୋଷ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri