ଉଜୁଡୁଛି ଜଙ୍ଗଲ ଜମି

ସଦାଶିବ ପ୍ରହରାଜ
ନବରଙ୍ଗପୁର,୨୬୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଉଜୁଡ଼ିଯାଇଛି ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ। ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଜଙ୍ଗଲ ଜମିରେ ବେଆଇନ ମକାଚାଷ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମର ଅପବ୍ୟବହାର କରାଯାଇ ଏହି କାର୍ଯ୍ୟ ହେଉଥିବାବେଳେ ଏହା ପଛରେ ବିଭିନ୍ନ ବିହନ କମ୍ପାନୀ, ସାହୁକାର ଓ ରାଜନେତାଙ୍କ ସମ୍ପୃକ୍ତି ରହିଛି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଜଙ୍ଗଲ କ୍ଷୟ ସାଙ୍ଗକୁ ଜମି ବିବାଦ ବଢ଼ୁଛି। ଏଭଳିସ୍ଥଳେ ଶାସକ ଓ ବିରୋଧୀ ଦଳ ଭୋଟବ୍ୟାଙ୍କ ଯୋଗୁ ଚୁପ୍‌ ରହୁଛନ୍ତି।
ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମ-୨୦୦୬ ଅନୁଯାୟୀ ୨୦୦୫ ପୂର୍ବରୁ ଯେଉଁ ବନବାସୀ ଜମି ଅଧିଗ୍ରହଣ କରି ରହିଥିଲେ ସେମାନଙ୍କୁ ପଟ୍ଟା ଦିଆଯିବା କଥା। ଜଙ୍ଗଲ ଜମି ପଟ୍ଟା ପ୍ରଦାନ କ୍ଷେତ୍ରରେ ନବରଙ୍ଗପୁର ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି। ୪୪ ହଜାର ୫୦୭ ଜଣଙ୍କୁ ଜଙ୍ଗଲ ଜମି ସ୍ବତ୍ୱାଧିକାର ଆଇନ ଅନୁଯାୟୀ ୯୮,୯୯୬.୩୨ ଏକର ଜମିର ପଟ୍ଟା ଦିଆଯାଇଛି। ସେଥିମଧ୍ୟରେ ରାଜସ୍ବ ଜଙ୍ଗଲରେ ବସବାସ କରୁଥିବା ୩୧,୬୨୫ ଜଣ ଏବଂ ଜଙ୍ଗଲ ମଧ୍ୟରେ ରହୁଥିବା ୧୨,୮୮୨ ଜଣ ରହିଛନ୍ତି। ଜିଲାରେ ୧୯୮୦ ପୂର୍ବରୁ ୧୪ ହଜାର ୩୮୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୩୪୯ ହେକ୍ଟର ଜଙ୍ଗଲ ଜମି କ୍ଷୟ ହୋଇଛି। ଏବେ ଜିଲାରେ ୨୫୧୯ ବର୍ଗ କିଲୋମିଟର (୧,୫୧,୯୦୦ ହେକ୍ଟର) ଜଙ୍ଗଲ ରହିଥିବା ନବରଙ୍ଗପୁର ଡିଏଫ୍‌ଓ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡ଼ିଛି। ଜଙ୍ଗଲ ଜମି ଜବରଦଖଲ ନେଇ ୫,୫୨୫ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଜବରଦଖଲ ଉଚ୍ଛେଦ ପାଇଁ ସରକାର ଏଯାଏ ଜଙ୍ଗଲ ବିଭାଗକୁ ଦାୟିତ୍ୱ ଦେଇନାହାନ୍ତି। ହେଲେ ବିଭାଗ ପକ୍ଷରୁ ୧୦ ବର୍ଷ ମଧ୍ୟରେ ୫ ହଜାର ହେକ୍ଟର ଜମିରେ ଚାରାରୋପଣ କରାଯାଇ ଜବରଦଖଲ ହଟାଇବା ପାଇଁ ଉଦ୍ୟମ କରାଯାଉଛି। ତେବେ ଚାରାରୋପଣ ପରେ ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହେଉ ନ ଥିବାରୁ ନିକଟସ୍ଥ ଅଞ୍ଚଳରେ ଜଙ୍ଗଲ ସ୍ବତ୍ୱାଧିକାର ଆଇନ ବଳରେ ପଟ୍ଟା ପାଇଥିବା କେତେଜଣ ବ୍ୟକ୍ତି ଉକ୍ତ ଚାରାଗୁଡ଼ିକୁ ଉପାଡ଼ି ଚାଷ କରୁଛନ୍ତି। ଜଙ୍ଗଲ ଜମିର ମାଟି ଉର୍ବର ଥିବାରୁ ଅଧିକାଂଶ ଜମିରେ ମକା ଚାଷ କରାଯାଉଛି। ଏଥିରେ ସାହୁକାର ଓ ବିଭିନ୍ନ ବିହନ କମ୍ପାନୀ, ଏଜେନ୍ସିଗୁଡ଼ିକ ବିହନ, ସାର ବାବଦରେ ଟଙ୍କା ଖଟାଉଛନ୍ତି। ଏହା ବଦଳରେ ସେମାନେ ଚାଷୀଙ୍କଠାରୁ ସରକାରଙ୍କ ନିର୍ଦ୍ଧାରିତ ଦର (କୁଇଣ୍ଟାଲ ପିଛା ୧୯୬୨ ଟଙ୍କା)ଠାରୁ କମ୍‌ ଦର(୧୮୦୦ ଟଙ୍କା)ରେ ମକା କିଣୁଛନ୍ତି। ଏହାସହ ସାର ବିହନ ଯୋଗାଇଥିବା ଅର୍ଥର ମୂଳ ଧନ ସହ ଉଚ୍ଚ ହାରରେ ସୁଧ ଆଦାୟ କରୁଛନ୍ତି।
ସାହୁକାରଙ୍କଠାରୁ ସୁବିଧା ଓ ଅର୍ଥ ଉପାର୍ଜନ ନଁାରେ ଜଙ୍ଗଲ ମୁଲକରେ ରହୁଥିବା ଅନେକ ଅଧିବାସୀ ରାତିଅଧିଆ ଜଙ୍ଗଲ କାଟି ଜମିରେ ପରିଣତ କରୁଛନ୍ତି। ବନ ସୁରକ୍ଷା ସମିତି ଜଙ୍ଗଲ ପରିବେଶ ସୁରକ୍ଷା ପାଇଁ ଚାରାରୋପଣ କଲେ ସେଗୁଡ଼ିକୁ ମଧ୍ୟ ଉପାଡ଼ି ଦିଆଯାଉଛି। ଜଙ୍ଗଲ ବିଭାଗ ଏହାକୁ ପ୍ରତିହତ କରିବାକୁ ଗଲେ ବିହନ ଏଜେନ୍ସି ସଂସ୍ଥା ମାଲିକ, ସାହୁକାର ଓ ନେତାମାନେ କେତେକ ଗୋଷ୍ଠୀର ପଛରେ ରହି ଆନ୍ଦୋଳନ କରାଉଛନ୍ତି। ଜିଲାରେ ୩୭୬ ପଞ୍ଜୀକୃତ ବନସୁରକ୍ଷା ସମିତି ରହିଛି। ସେଗୁଡ଼ିକ ଅଧୀନରେ ୪୬,୫୯୦ ହେକ୍ଟର ଜଙ୍ଗଲ ସୁରକ୍ଷାରେ ରହିଛି। ସମସ୍ତ ସମିତିରେ ଅନୁସୂଚିତ ଜାତି ବର୍ଗର ୧୬,୨୭୩, ଅନୁସୂଚିତ ଜନଜାତିର ୪୯,୩୧୦ ଜଣ ଓ ଅନ୍ୟାନ୍ୟ ସାଧାରଣ ବର୍ଗର ୧୫,୪୧୭ ଜଣ ସଦସ୍ୟ ରହିଛନ୍ତି। ଅନେକ ସମୟରେ ସମିତି ସଦସ୍ୟମାନଙ୍କର ଜଙ୍ଗଲ ଜମିକୁ ନେଇ ଜବରଦଖଲକାରୀଙ୍କ ସହ ମୁହଁାମୁହିଁ ପରିସ୍ଥିତି ଉପୁଜୁଛି। ପ୍ରାୟ ୧୦ ବର୍ଷ ମଧ୍ୟରେ ୧୧ଟି ବଡ଼ଧରଣର ଅପ୍ରୀତିକର ଘଟଣା ଘଟିଥିବାବେଳେ ସାହୁକାରମାନେ ନିଜ ସ୍ବାର୍ଥରେ ରହି ଏସବୁ କରାଉଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ଗୋଇନ୍ଦା ସଂସ୍ଥା, ପ୍ରଶାସନ ଏବଂ ସରକାରଙ୍କ ଭୂମିକା ସନ୍ଦେହରେ ରହିଛି। ଜଙ୍ଗଲ ଜମି ବିବାଦ, ଆନ୍ଦୋଳନ କେବେ ହେବ, ଅନ୍ଦୋଳନରେ କ’ଣ ହେଲା ଏବଂ ଏହା ପଛରେ କେଉଁମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ତାହାର ଗୋଇନ୍ଦା ରିପୋର୍ଟ ସରକାର ପାଉଛନ୍ତି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଉମରକୋଟ ବ୍ଲକ ବର୍ଜା ପଞ୍ଚାୟତ ଅଧୀନ କପସାଭଟା ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ଗତ ଅଗଷ୍ଟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। କପସାଭଟା, ଲକଟିପକନା ଓ ସାରିଆଭଟା ନିକଟ ଶତାଧିକ ଏକର ଜଙ୍ଗଲ ଜମିରେ ହୋଇଥିବା ମକା ଫସଲକୁ ବନ ସୁରକ୍ଷା ସମିତି ପକ୍ଷରୁ ନଷ୍ଟ କରାଯାଇଥିଲା। ଏନେଇ ତିନୋଟି ଗାଁର ଅନେକ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ଫସଲ ନଷ୍ଟ ହାଇଥିବା ଜମିରେ ମାପଚୁପ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାପଚୁପ ପରେ ଜଣାପଡ଼ିଥିଲା ଯେ ୧୦୫.୯୦ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। କ୍ଷତି ହୋଇଥିବା ଜମିର ପଟ୍ଟା କାହା ନାମରେ ନ ଥିବା ସ୍ବଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ରହୁଥିବା ତ୍ରୁଟି ଯୋଗୁ ଜଙ୍ଗଲ ଜମି ପଟ୍ଟା ମିଳିବା ପରେ ଜମି ଚିହ୍ନଟ ହୋଇପାରୁ ନାହିଁ। ଏକ୍ଷେତ୍ରରେ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସମନ୍ବୟ ଅଭାବକୁ ଦାୟୀ କରାଯାଉଛି। କିନ୍ତୁ ଜମି ଚିହ୍ନଟ ହେଉ ନ ଥିବାରୁ ଅନେକ ପଟ୍ଟାଧାରୀ ମନଇଚ୍ଛା ଜଙ୍ଗଲ ପଦା କରି ଅକ୍ତିଆର କରୁଛନ୍ତି। ଏଥିଯୋଗୁ ଜିଲାରେ ଜଙ୍ଗଲ ପରିବେଶ ଉଜୁଡ଼ିଯାଉଛି। ଉଦାହରଣ ଭାବେ ଜିଲାର କପସାଭଟା, ସାରିଆଭଟା ଓ ଲକଟିପକନା ଅଞ୍ଚଳକୁ ଦେଖିଲେ ୨୦୧୧ ଯାଏ ଉକ୍ତ ଅଞ୍ଚଳରେ ଭରପୂର ଘଞ୍ଚ ଜଙ୍ଗଲ ଥିଲା। କିନ୍ତୁ ୨୦୨୨ ବେଳକୁ ତାହା ପ୍ରାୟତଃ ଉଜୁଡ଼ିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ଡାବୁଗଁା ବ୍ଲକ ଉମରାହାଣ୍ଡି ଗାଁରେ ୧୮ ଜଣ ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମରେ ପଟ୍ଟା ପାଇଛନ୍ତି। ୩୯ ଜଣ ପଟ୍ଟା ପାଇବାକୁ ଆବେଦନ କରିଛନ୍ତି। ଉମରାହାଣ୍ଡି ଗଁାର ଗଣପତି ନାୟକ ଓ ରମେଶ ଜାନୀ କହିଛନ୍ତି, ଜଙ୍ଗଲ ଓ ରାଜସ୍ବ ବିଭାଗ ପକ୍ଷରୁ ଜମିର ସୀମା ଚିହ୍ନଟ କରାଯାଇ ଆମଙ୍କୁ ଦେଖାଇ ଦିଆଯାଉ। ଏହାଦ୍ୱାରା ବିବାଦ ହେବନାହିଁ। ସାଟେଲାଇଟ ମାଧ୍ୟମରେ ଆମ ଜମିର ନକ୍ସା ମଧ୍ୟ ଅନ୍ୟମାନେ ଜାଣିଲା ଭଳି ବ୍ୟବସ୍ଥା କରାଯାଉ। ଆବେଦନ କରାଯାଇଥିବା ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ ପୂର୍ବରୁ ଗ୍ରାମସଭା ଓ ପଲ୍ଲିସଭା କରାଯାଉ। ଜଙ୍ଗଲ ବିଭାଗ ବନ ସୁରକ୍ଷା ସମିତିର ସପକ୍ଷରେ ଯାଉଛି ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଛି। ଗତ ଅକ୍ଟେବାର ୨୦ରେ ବୈଠକ ହୋଇଥିଲା, ସେଥିରେ କୌଣସି ନିଷ୍କର୍ଷ ବାହାରିଲା ନାହିଁ। ବନସୁରକ୍ଷା ସମିତି ସେମାନଙ୍କ କଥାରେ ଅଟଳ ରହିଲେ। ଜଙ୍ଗଲ ଜମି ବିବାଦର ସମାଧାନ ପାଇଁ ୪ ଥର ବୈଠକ ହୋଇଛି। ତଥାପି ଆବେଦନକାରୀ ୩୯ ଜଣ ଏଯାଏ ପଟ୍ଟା ପାଇନାହାନ୍ତି ବୋଲି ଗଣପତି ଓ ରମେଶ କହିଛନ୍ତି ।
ଏସିଏଫ୍‌ ଧନୁର୍ଜୟ ମହାପାତ୍ରଙ୍କୁ ପଚାରିବାରୁ ଆରଓଆର ସଂଶୋଧନ ଓ ଜମି ଚିହ୍ନଟ ଓଏଫଏମ୍‌ଏସ୍‌ ଆପ୍‌ ମାଧ୍ୟମରେ ସର୍ଭେ କାର୍ଯ୍ୟ କରାଯାଇ ଜମି ଚିହ୍ନଟ କରାଯାଉଛି। ଜଙ୍ଗଲ ବିଭାଗ ଜରିଆରେ ୧୨ ହଜାର ୮୮୨ ପଟ୍ଟା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୩ ଶହ ପଟ୍ଟା ପାଇଥିବା ଲୋକଙ୍କ ଜମି ଚିହ୍ନଟ କରାଯାଇଛି। ରେଞ୍ଜ ଅନୁଯାୟୀ ଏହି କାର୍ଯ୍ୟ ଚାଲୁଥିବା ବେଳେ ଏହାର ସରଳୀକରଣ ପାଇଁ ତହସିଲ ଅନୁଯାୟୀ କରାଯିବାକୁ ନିର୍ଦ୍ଦେଶ ଆସିଛି। ରାଜସ୍ବ ଜଙ୍ଗଲ ଅଧୀନରେ ପଟ୍ଟା ପାଇଥିବା ଜମି ରାଜସ୍ବ ବିଭାଗ ପକ୍ଷରୁ ଅନୁରୂପ ଭାବେ କରାଯିବ। ୨୦୨୨ ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି ବୋଲି ମହାପାତ୍ର କହିଛନ୍ତି।
ଜିଲାପାଳ କମଳ ଲୋଚନ ମିଶ୍ର ପଚାରିବାରୁ କହିଛନ୍ତି ଯେ, ଜଙ୍ଗଲ ଜମି ପଟ୍ଟା ପାଇଥିବା ବ୍ୟକ୍ତିଙ୍କ ଜମିର ସୀମା ଚିହ୍ନଟ ପାଇଁ ରାଜସ୍ବ ନିରୀକ୍ଷକ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଟ୍ଟା ଜମିରୁ ସୀମା ଉଲ୍ଲଂଘନ କରି ଆଗକୁ ବଢ଼ିଯାଉଛନ୍ତି। କେତେଜଣ ନେତା ଏଥିରେ ସାମିଲ ରହୁଛନ୍ତି। ଯଦି କେହି ଚିହ୍ନଟ ଜମିର ସୀମା ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri