ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ ତଥା ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରାକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍‌ ୧୩ ଜଣ ବ୍ୟକ୍ତି ତଥା ଅନୁଷ୍ଠାନ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ‘ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ’ (ଓପିଏସ୍‌ଏ)। ଏହାର ପ୍ରତିଷ୍ଠାତା ସଭାପତି ହେଉଛନ୍ତି ସୌମ୍ୟରଞ୍ଜନ ବିଶ୍ୱାଳ। ଅସ୍ତରଙ୍ଗର ଏହି ଅଭିଯାନ ୨୦୧୪ରୁ ଉପକୂଳ ଓଡ଼ିଶାରେ ଅଲିଭ୍‌ରିଡ୍‌ଲେ କଇଁଛ ଏବଂ ହେନ୍ତାଳ ବନ ସୁରକ୍ଷା ଉପରେ କାର୍ଯ୍ୟ କରୁଛି। ସେହିପରି ପ୍ରଦର୍ଶନୀରେ ‘ସାତ୍ତ୍ୱିକ ସୋଲ୍‌ ଫାଉଣ୍ଡେଶନ’(ଏସ୍‌ଏସ୍‌ଏଫ୍‌) ସ୍ଥାନ ପାଇଥିଲା। ଏସ୍‌ଏସ୍‌ଏଫ୍‌ରେ ୧ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବା ବେଳେ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି।

ସମୁଦ୍ରକୂଳରୁ ଆରମ୍ଭ କରି ପାହାଡ଼, ଜଙ୍ଗଳ ଅଞ୍ଚଳ, ପର୍ଯ୍ୟଟନ ସ୍ଥଳ, ସର୍ବସାଧାରଣ ସ୍ଥାନ, ନଦୀକୂୂଳ ଅଞ୍ଚଳ ସହ ବିଭିନ୍ନ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ କର୍ମଶାଳା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସେହିପରି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ସାଜିଥିଲା ଅନୁଗୋଳର ‘ସାଥି ପରିବାର’। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେଉଛି। ଏଥିସହ ବନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖା ଦେଉଛି। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ମଙ୍ଗ ଧରିଛନ୍ତି ସିଦ୍ଧାର୍ଥ ପ୍ରଧାନ।

କେବଳ ସେତିକି ନୁହେଁ, ଅନୁଗୋଳକୁ ସାପ କାମୁଡ଼ା ମୃତ୍ୟୁଶୂନ୍ୟ ଜିଲା ଭାବେ ପରିଣତ କରିବା ପାଇଁ ସାଥି ପରିବାର ଲକ୍ଷ୍ୟ ରଖିଛି। ଏଥିପାଇଁ ଗତ ୩ବର୍ଷ ମଧ୍ୟରେ ଏକାଧିକ ବିଦ୍ୟାଳୟ ଏବଂ ପ୍ରାୟ ୧ଶହ ଗ୍ରାମରେ ସାପ କାମୁଡ଼ାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସେହିପରି ୟୁନିସେଫ୍‌ ଦ୍ୱାରା ପରିଚାଳିତ‘ୟୁଥ୍‌ ଫର୍‌ ଓ୍ବାଟର’ ଏକ ମହତ୍ତ୍ୱାକାଂକ୍ଷୀ ଅଭିଯାନ। ଏହି ଅଭିଯାନ ପକ୍ଷରୁ ୧ଲକ୍ଷ ୩୫ହଜାରରୁ ଅଧିକ ଯୁବତୀ ଯୁବକଙ୍କ ପାଖରେ ଜଳବାୟୁ ପରିବର୍ତ୍ତନ ଏବଂ ଜଳ, ପରିମଳ ଓ ସ୍ବଚ୍ଛତା(ଓ୍ବାସ୍‌) ଉପରେ ସଚେତନତାବାର୍ତ୍ତା ପହଞ୍ଚି ପାରିଛି।

ଅପରପକ୍ଷେ କେବଳ ଅନୁଷ୍ଠାନ ନୁହେଁ ବରଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ପରିବେଶର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ସେମାନଙ୍କ କାର୍ଯ୍ୟଧାରାକୁ ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲା ଶେରଗଡ଼ର ନିରାକାର ବିଶୋଇ, ଖୋର୍ଦ୍ଧା ଜିଲା ବାଲିପାଟଣାର ରାହୁଲ ମହାରଣା, ନୟାଗଡ଼ ଜିଲାର ପପୁନ ସାହୁ, ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସିମିଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଶ୍ୱଜିତ୍‌ ସ୍ବାଇଁ, ପାରାଦୀପର ଅମରେଶ ନରେଶ ସାମନ୍ତ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ଓରଟ ଗ୍ରାମର ବାପି ଗୋଛାୟତ, ଢେଙ୍କାନାଳର ଶୁଭ୍ରାଂଶୁ କୁମାର ଶତପଥୀ, ଗଞ୍ଜାମ ଜିଲାର ସାଗର ପାତ୍ର, ଜନ୍ମେଜୟ ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri