Posted inଜାତୀୟ

ହିନ୍ଦୀରେ ଡାକ୍ତରୀ ପଢ଼ା: ଜ୍ଞାନକୁ ସୀମିତ କରିବ

ନୂଆଦିଲ୍ଲୀ,୨୧ା୧୧(ପି.ଟି.): ମଧ୍ୟପ୍ରଦେଶ ସରକାର ଛାତ୍ରୀଛାତ୍ରଙ୍କୁ ହିନ୍ଦୀରେ ଡାକ୍ତରୀ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ପ୍ରାରମ୍ଭରେ ଗ୍ରାମାଞ୍ଚଳର ଛାତ୍ରୀଛାତ୍ର କିଛି ସୁବିଧା ପାଇପାରନ୍ତି। କିନ୍ତୁ ଏହା ସେମାନଙ୍କ ଅଭିବୃଦ୍ଧିର ପରିସର ଓ ଜ୍ଞାନକୁ ସୀମିତ କରିଦେବ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି।
ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଡାକ୍ତରୀ ଶିକ୍ଷା ପ୍ରକଳ୍ପ ଅଧୀନରେ ଏମ୍‌ବିବିଏସ୍‌ କୋର୍ସ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଗତ ଅକ୍ଟୋବରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ତିନୋଟି ବିଷୟରେ ହିନ୍ଦୀରେ ପାଠ୍ୟପୁସ୍ତକ ଉନ୍ମୋଚନ କରିଥିଲେ। ଏଭଳି ପଦକ୍ଷେପ ନେବାରେ ମଧ୍ୟପ୍ରଦେଶ ହେଉଛି ଦେଶର ପ୍ରଥମ ରାଜ୍ୟ।

ପୁସ୍ତକ ଉନ୍ମୋଚନ ଅବସରରେ ଶାହା କହିଥିଲେ, ଦେଶରେ ଅନ୍ୟ ୮ ଆଞ୍ଚଳିକ ଭାଷାରେ ବୈଷୟିକ ଓ ଡାକ୍ତରୀ ଶିକ୍ଷାଦାନ ଆରମ୍ଭ ନିମନ୍ତେ ଉଦ୍ୟମ ଚାଲିଛି। ସାରା ଦେଶର ଛାତ୍ରୀଛାତ୍ର ସେମାନଙ୍କ ଭାଷାଗତ ହୀନମନ୍ୟତାରୁ ବାହାରି ନିଜ ନିଜ ଭାଷାରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ଉଚିତ। କିନ୍ତୁ ଶାହାଙ୍କ ଏଭଳି ପରାମର୍ଶକୁ ଅନେକ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ଏ. ଜୟଲାଲ କହିଛନ୍ତି, ଆଞ୍ଚଳିକ ଭାଷାରେ ଡାକ୍ତରୀ ପାଠ ପଢ଼ାଇବା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବଢ଼ିବ ବୋଲି ଶାହା କହିଥାଇପାରନ୍ତି। କିନ୍ତୁ ଏହାଦ୍ୱାରା ସେମାନଙ୍କ ଅଭିବୃଦ୍ଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। ଆମେ ମଡର୍ନ ମେଡିସିନ ସମ୍ପର୍କରେ କହୁଛୁ, ଯାହାକି ୟୁନିଭର୍ସାଲ ମେଡିସିନ। ଏହା କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ୱରେ ପ୍ରାକ୍ଟିସ୍‌ କରାଯାଉଛି। ଏକ ଆଞ୍ଚଳିକ ଭାଷାରେ ତାଲିମ ନେଲେ ବାହାରକୁ ଯାଇ ଅଧ୍ୟୟନ କରିବା ଏବଂ ନିଜ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ବନ୍ଦ ହୋଇଯାଏ। କେବଳ ବହିରେ ଡାକ୍ତରୀ ପଢ଼ାଯାଇପାରିବ ନାହିଁ। ଏଥିପାଇଁ ଅନ୍ତର୍ଜାତୀୟ ଗବେଷଣା ନିବନ୍ଧ, ଜର୍ନାଲ ଓ ଆର୍ଟିକଲଗୁଡ଼ିକୁ ଅଧ୍ୟୟନ କରିବାକୁ ପଡ଼ିଥାଏ। ସେଗୁଡ଼ିକ ଇଂଲିଶ ଭାଷାରେ ଉପଲବ୍ଧ। ହିନ୍ଦୀ ଭାଷାର ପୁସ୍ତକ ଜଣେ ଡାକ୍ତରଙ୍କୁ ଏକ ସ୍ଥାନୀୟ ଅଞ୍ଚଳରେ ସୀମିତ ରଖି ବିଶ୍ୱ ସମୁଦାୟ ସହ ଯୋଡ଼ି ହେବାରେ ଅନ୍ତରାୟ ସାଜିବ ବୋଲି ଡକ୍ଟର ଜୟଲାଲ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ବାୟୋକେମିଷ୍ଟ୍ରି, ଅନାଟୋମି ଏବଂ ମେଡିକାଲ୍‌ ଫିଜିଓଲୋଜି ପାଠ୍ୟକ୍ରମର ୩ ବହି ହିନ୍ଦୀରେ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆସନ୍ତା ଶିକ୍ଷାବର୍ଷରୁ ଅନୁରୂପ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଧନସିଂ ରାଓ୍ବତ୍‌ଙ୍କ ମତରେ ମଧ୍ୟପ୍ରଦେଶର ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଚଳିତ ଏମ୍‌ବିବିଏସ୍‌ର ହିନ୍ଦୀ ସିଲାବସ୍‌ ସମ୍ପର୍କରେ ଅନୁଧ୍ୟାନ କରି ନୂଆ ପାଠ୍ୟକ୍ରମ ଉପରେ ଏକ ଚିଠା ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେହିପରି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ. ପୋନ୍‌ମୁଡି କହିଛନ୍ତି, ରାଜ୍ୟ ସରକାର ତାମିଲ ଭାଷାରେ ଏମ୍‌ବିବିଏସ୍‌ ଶିକ୍ଷାଦାନ ପାଇଁ ୩ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି।

ଆଇଏମ୍‌ଏ ଜୁନିୟର ଡକ୍ଟର୍ସ ନେଟ୍‌ଓ୍ବର୍କ ରାଷ୍ଟ୍ରୀୟ ସମ୍ପାଦକ ତଥା ଏମ୍‌ବିବିଏସ୍‌ ଡାକ୍ତର କରଣ ଜୁନେଜା କହିଛନ୍ତି, ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ପରିବର୍ତ୍ତେ ସରକାର ବିଦ୍ୟାଳୟ ଶିକ୍ଷା ଏବଂ ଭିତ୍ତିଭୂମିରେ ବିକାଶକୁ ଗୁରୁତ୍ୱ ଦେବା ଉଚିତ। ଅନ୍ୟପକ୍ଷେ ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଅଧ୍ୟକ୍ଷ ଯଶଓ୍ବନ୍ତ ଜଙ୍ଗ୍‌ରଙ୍କ ମତରେ ବେଳେବେଳେ କେତେଜଣ ଡାକ୍ତର ରୋଗୀଙ୍କୁ ଯାହା କହିବାକୁ ଚାହଁାନ୍ତି, ତାହା ସେମାନେ କହିପାରି ନ ଥାଆନ୍ତି। ସ୍ଥାନୀୟ ଭାଷାରେ ପଢ଼ିଲେ ଏହି ସମସ୍ୟାର ସମାଧାନ ସମ୍ଭବ। କୌଣସି ଭାରତୀୟ ଭାଷାରେ ମେଡିକାଲ ଜର୍ନାଲ ପ୍ରକାଶ ପାଉ ନ ଥିବାରୁ ଆଞ୍ଚଳିକ ଭାଷାରେ ମେଡିକାଲ ଶିକ୍ଷାଦାନର ଉପକାରିତା ଓ ଅପକାରିତାକୁ ସରକାର ଠିକ୍‌ ଭାବେ ବୁଝି ନୀତି ପ୍ରଣୟନ କରିବା ଉଚିତ ବୋଲି ଯଶଓ୍ବନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri