ଦୁର୍ଗମ ଅଞ୍ଚଳର ସୁନୀଲ ବୌଦ୍ଧ ଜିଲା ପାଇଁ ଗୌରବ ଆଣିଲେ

ବାଉଁଶୁଣୀ,୧୮ା୧୧(ଡି.ଏନ.ଏ.): ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲା ଶଗଡା ପଞ୍ଚାୟତ ଝଗଡୁଗାଡିଆ ଗ୍ରାମର ସୁନୀଲ କୁମାର ଚାନ୍ଦ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତର ବିଭିନ୍ନ ରାଜ୍ୟର ଛାତ୍ରୀଛାତ୍ରମାନେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ମାତ୍ର ଏହି ପରୀକ୍ଷାରେ ଦେଶର ୧୩ ଜଣ କୃତିତ୍ୱ ହାସଲ କରିଥିବା ବେଳେ ଓଡ଼ିଶାରୁ ଜଣେ ମାତ୍ର ଛାତ୍ର ସୁନୀଲ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ନିଜର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବାଉଁଶୁଣୀ ମା’ ମାହେଶ୍ୱରୀ ଡିଗ୍ରୀ କଲେଜରେ ସ୍ନାତକ ପଢ଼ି ସାରିବା ପରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତ୍ତକୋତ୍ତର କରିଥିଲେ। ତେବେ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ବଳରେ ସୁନୀଲ ସର୍ବଭାରତୀୟ ପରୀକ୍ଷାରେ ସଫଳତା ଲାଭ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ଝଗଡୁଗାଡ଼ିଆ ଭଳି ଦୁର୍ଗମ,ଅପହଞ୍ଚ ଇଲାକାରୁ ସେ ଏବେ ଦିଲ୍ଲୀ ପର୍ଯ୍ୟନ୍ତ ଯିବାର ସୁଯୋଗ ପାଇଛନ୍ତି। ଉତ୍ତରପ୍ରଦେଶର ନୋଇଡାସ୍ଥିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତତ୍ତ୍ବ ଅନୁଷ୍ଠାନରେ ଦୁଇ ବର୍ଷିୟା ପାଠ୍ୟକ୍ରମ କରିବା ପାଇଁ ୨ବର୍ଷର ଆବାସିକ ତଥା ମାସିକ ଅର୍ଥରାଶି ତାଙ୍କୁ ପ୍ରଦାନ କରାଯିବ। ଏଥିସହିତ ବିଭିନ୍ନ ଦେଶ ତଥା ରାଜ୍ୟରେ ପରିଭ୍ରମଣ, ପ୍ରତ୍ନତାତ୍ତ୍ୱିକ ଉଦ୍‌ଖନନ,ସର୍ବେକ୍ଷଣ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରିବା ପରେ ଭାରତୀୟ ସର୍ବେକ୍ଷଣରେ ଚୟନ ହେବାର ସୁଯୋଗ ରହିଛି।
ସୁନୀଲ ହେଉଛନ୍ତି ଝଗଡୁଗାଡିଆ ଗ୍ରାମର ସ୍ବର୍ଗତ ଗୋପବନ୍ଧୁ ଚାନ୍ଦ ଓ ମା’ କମଳିନୀଙ୍କ କନିଷ୍ଠ ପୁତ୍ର। ତାଙ୍କର ଏହି ସଫଳତାରେ ପରିବାରବର୍ଗ, ଗ୍ରାମବାସୀ, ଗୁରୁଜନ ଜିଏମୟୁର ଇତିହାସ ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରୀଛାତ୍ର ଖୁସି ବ୍ୟକ୍ତ କରିଛନ୍ତି। ଏହି ସଫଳତାର ଶ୍ରେୟ ସେ ନିଜ ପରିବାର, ଗୁରୁଜନ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଦେଇଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସୁନୀଲ ଥିଲେ ଉଚ୍ଚମନା। ଝଗଡୁଗାଡିଆ ଭଳି ଅପହଞ୍ଚ ଇଲାକା, ଯେଉଁ ଗାଁକୁ ରାସ୍ତା ନାହିଁ ସେହି ଗାଁର ଗୋଟିଏ ଗରିବ ପରିବାରର ହୋଇ ମଧ୍ୟ ପାଠପଢା ଜାରି ରଖିଥିଲେ। ସୁନୀଲ କହିଛନ୍ତି ଯେ, ବାପା ବିବାହ, ବ୍ରତ ଆଦିରେ ରୋଷେୟା ଭାବେ କାମ କରି ଯାହା ପାରିଶ୍ରମିକ ପାଉଥିଲେ ସେଥିରେ ପରିବାର ଚଳାଇବା ସହିତ ମୋ ପାଠପଢା ଖର୍ଚ୍ଚ ତୁଲାଉଥିଲେ। ପିତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, କରୋନା ମହାମାରୀରେ ଗୋପବନ୍ଧୁ ଚାନ୍ଦଙ୍କ ପରଲୋକ ଘଟିଥିଲେ ହେ ସୁନୀଲ ଭାଙ୍ଗି ନ ପଡ଼ି ଆଗକୁ ବଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri