ଅନ୍ୟ ଆକାଉଣ୍ଟରେ ଜମା ହୋଇଛି ହିତାଧିକାରୀଙ୍କ ଆବାସ ଟଙ୍କା

ନବରଙ୍ଗପୁର,୧୮।୧୧(ବି.ପ୍ର.): ନବରଙ୍ଗପୁର ପୌରାଞ୍ଚଳରେ ଧନୀକ ଶ୍ରେଣୀର ଲୋକଙ୍କୁ ମିଳୁଛି ଆବାସ। ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ଟଙ୍କା ପାଇବାବେଳେ ପ୍ରଥମ କିସ୍ତି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ଦୋଷ କାହାର ସେ ନେଇ ଖୋଜା ଚାଲିଛି। ହିତାଧିକାରୀ ଘର ଖଣ୍ଡେ ପାଇଁ ୧୧ ମାସ ହେବ ଚାତକ ଭଳି ଚାହିଁ ରହିଛନ୍ତି। ଛାତ ଘର ଖଣ୍ଡେ ପାଇଁ ସୁଖରେ ରହିବି ବୋଲି ଆଶା କରିଥିବା ହିତାଧିକାରୀ ବିଶାଳ ଭତରା ଶୀତ କାକରରେ ରାତ୍ରୀ ଯାପନ କରୁଛନ୍ତି। ସରକାରୀ ବ୍ୟବସ୍ଥାରେ ମନ ଦୁର୍ବଳ ହୋଇ ଯାଇଛି। ଏଭଳି ଘଟଣା ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତୀଗୁଡା ୧୭ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ପୌରାଞ୍ଚଳ ୧୭ ନମ୍ବର ୱାର୍ଡ ଇଚ୍ଛାବତୀଗୁଡାର ବିଶାଳ ଭତରା ୨୦୨୨ ଜାନୁୟାରୀ ୭ ତାରିଖରେ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଲେ। ରହୁଥିବା ଝୁପୁଡି ଘର ଭାଙ୍ଗି ପିଲାର ପାଇଁ ଗାତ ଖୋଳିଲେ। ଟଙ୍କା ଆସିବାରେ ବିଳମ୍ବ ହେବାରୁ ପୌରସଂସ୍ଥାକୁ ଯାଇ ଏହାର କାରଣ ପଚାରିଥିଲେ। ସେପ୍ଟମ୍ବର ୭ ତାରିଖରେ ବିଶାଳଙ୍କ ବ୍ୟାଙ୍କ ଖାତାକୁ ୪୦ ହଜାର ଟଙ୍କା ଯାଇଛି ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଥିଲ। ବିଶାଲ ବ୍ୟାଙ୍କ ଖାତା ଚେକ୍‌ କରିବାରୁ ସେଥିରେ ଟଙ୍କା ଜମା ହୋଇ ନଥିବା ଦେଖବ ପୁନଃର୍ବାର ପଚାରିବାକୁ ପୌରସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ। ନବରଙ୍ଗପୁର ବ୍ଲକ ଆମ୍ବାଦୋଳା ଗାଁର ମାଣିକ ଭତରାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଚାଲି ଯାଇଛି ବୋଲି ଏଥର ବିଶାଲଙ୍କୁ କୁହାଯାଇଥିଲା। ଏଣେ ମାଣିକ ଓ ତାଙ୍କ ପରିବାର ଦାଦନ ଖଟିବାକୁ ଅନ୍ୟତ୍ର ଚାଲି ଯାଇଥିବା ଜଣାପଡିଛି। ଘର ଖଣ୍ଡିଏ ନ ଥିବାରୁ ଏବେ ବିଶାଳ, ତାଙ୍କ ସ୍ତ୍ରୀ କମଳା, ପୁଅ କ୍ରିଷ୍ଣା, ମାଆ ପ୍ରତିମା ଓ ବାପା ପଦଲାମ ବାର ଦ୍ୱାର ହୋଇ ସ୍କୁଲ ବାରଣ୍ଡାରେ ରାତ୍ରୀ ଯାପନ କରୁଛନ୍ତି। ବିଶାଳ ଭଙ୍ଗା ଦଦରା ଘରେ ରହୁଥିଲେ। ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ମିଳିବା ପରେ ଝୁପୁଡିକୁ ଭାଙ୍ଗି ପିଲାର ପାଇଁ ଗାତ ଖୋଳିଲେ। ଗରୀବ ଲୋକଙ୍କୁ ସରକାର ପକ୍କା ଘର ଆବାସ ଯୋଜନାରେ ଯୋଗାଉଛନ୍ତି। ପୌର କର୍ମଚାରୀଙ୍କ ଅବହେଳା ଲାଗି ହିତାଧିକାରୀଙ୍କୁ ଟଙ୍କା ନ ମିଳି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ମାସକରୁ ଊର୍ଦ୍ଧ୍ୱ ସମୟ ବିତିଗଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ ହିତାଧିକାରୀଙ୍କୁ ଟଙ୍କା ନ ମିଳିଲେ ଆନ୍ଦୋଳନ ହେବ ବୋଲି ପୂର୍ବତନ କାଉନ୍‌ସିଲର ସୁଧୀର ମହାପାତ୍ର କହିଛନ୍ତି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ଯାହା ଆକାଉଣ୍ଟକୁ ଟଙ୍କା ଚାଲି ଯାଇଛି ତାଙ୍କୁ ଫେରସ୍ତ ପାଇଁ କୁହାଯିବ। ଯଦି ଟଙ୍କା ନ ଫେରାନ୍ତି ତେବେ ପ୍ରଥମ କିସ୍ତି ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା ଦିୟିତ୍ୱରେ ଯିଏ ଥିବେ ସେ ଭରଣା କରିବେ। ହିତାଧିକାରୀ ନିଶ୍ଚିତ ଟଙ୍କା ପାଇବେ। ସମୟ ସୀମା ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ତାଙ୍କର ଇନସେନଟିଭ ମଧ୍ୟ ପାଇବେ। ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri