ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ କେହି ନ ଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚିବା ପରେ ସନ୍ଧ୍ୟାରେ ମିଳିଲା ଖାଦ୍ୟ। ଭାଟିଗାଁ ସ୍ଥିତ ୫-ଟି ଅଧୀନ ସରକାରୀ ୟୁଜି ହାଇସ୍କୁଲରେ ବୁଧବାର ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା। ପ୍ରଧାନ ଶିକ୍ଷକ ଓ ରୋଷେଇ ଦାୟିତ୍ୱରେ ଥିବା କର୍ମଚାରୀ ସମସ୍ତେ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ପ୍ରଧାନ ହେଲେ ପ୍ରଧାନ ଶିକ୍ଷକ ହେଡକ୍ୱାଟର ଛାଡ଼ି ନବରଙ୍ଗପୁରେ ରହୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଅବହେଳା ଯୋଗୁ ପିଲାମାନେ ଭୋକରେ ରହିଲେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ସମସ୍ୟାକୁ ଗୁରୁତର ସହ ନେଇ ତଦନ୍ତ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଶିକ୍ଷା ବିଭାଗ ଅଧୀନରେ ଭାଟିଗାଁ ସରକାରୀ ୟୁଜି ହାଇସ୍କୁଲ ରହିଛି। ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ବୁଧବାର ପ୍ରଥମାଷ୍ଟମୀ ଯୋଗୁ ବିଦ୍ୟାଳୟ ଛୁଟି ଥିଲା। ଛାତ୍ରାବାସରେ ୭୨ ଛାତ୍ର ଥିଲେ। ସକାଳୁ ରୋଷେୟା ଖଗପତି ଭତରାଙ୍କୁ ପ୍ରଧାନ ଶିକ୍ଷକ ସରୋଜ କୁମାର ତ୍ରିପାଠୀ ଚାଉଳ, ଡାଲି, ପରିବା ଆଦି ଦେଇ ବିଦ୍ୟାଳୟରୁ ଚାଲି ଯାଇଥିଲେ। ଖଗପତି ଆଉ ରୋଷେଇ କଲେ ନାହିଁ। ଫଳରେ ଛାତ୍ରମାନେ ଦିନସାରା ଭୋକରେ ରହିଥିଲେ। ନିଶା କାରଣରୁ ରୋଷେୟା ଏଭଳି କରିଥିବା ଅଭିଯୋଗ ହୋଇଛି। ତେବେ ଏହାର ସତ୍ୟତା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ପିଲାମାନେ ଭୋକରେ ଥିବା ପ୍ରଚାର ହେବାପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ଗୌଡ଼ ସାଢ଼େ ୨ଟାରେ ଛାତ୍ରମାନଙ୍କୁ ୧୫୦ ଟଙ୍କା ଦେଇ କିଛି ଜଳଖିଆ ଆଣି ଖାଇଦିଅ ବୋଲି କହିଥିଲେ। ହେଲେ ରୋଷେଇ ଦାୟିତ୍ୱରେ ଥିବା ୩ କର୍ମଚାରୀ ନିଶାରେ ରହୁଥିବାରୁ ସେମାନଙ୍କୁ କାର୍ଯ୍ୟରୁ ହଟାଯାଉ ବୋଲି ପିଲାଙ୍କ ଅଭିଭାବକ ମାନେ ଦାବି କରିଛନ୍ତି। ତାହା ନ ହେଲେ ବିଦ୍ୟାଳୟରେ ତାଲାପକାଇ ପିଲାଙ୍କୁ ଆଉ ସ୍କୁଲ ପଠାଇବୁ ନାହିଁ ବୋଲି ଚେତାବନି ଦେଇଛନ୍ତି। ଏମିତିକି ଚାଉଳ ଚୋରି ହେବା ସହ ବିଦ୍ୟାଳୟରେ ଅନେକ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ଏ ନେଇ ପୂର୍ବରୁ ଡିଇଓଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ କହିଛନ୍ତି।
ରହିବା ବିଷୟରେ ହଷ୍ଟେଲ ଛାତ୍ର ଖଗେଶ୍ୱର ଭତରା କହିଛନ୍ତି, ସକାଳେ ଚୁଡ଼ା ଦେଇଥିଲେ। ଏହାପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାଦ୍ୟ ମିଳି ନ ଥିବା ସେ କହିଥିଲେ। ବଡମସିଗାଁ ସରପଞ୍ଚ କମଳେଶ୍ୱରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଟିଗାଁ ୫-ଟି ୟୁଜି ହାଇସ୍କୁଲରେ ଥିବା ରୋଷେୟା ମାନେ ସାଢ଼େ ୨ଟା ପର୍ଯ୍ୟନ୍ତ ଚୁଲି ଲାଗାଇ ନ ଥିଲେ। ପଚାରିବାରୁ କାଠ ଓଦା ହୋଇଥିବା କହିଥିଲେ। ତେବେ ୨ ମାସ ମଧ୍ୟରେ ୮ ଥର ବୈଠକ କରାଯାଇ ୩ ରୋଷେୟାଙ୍କୁ ବହିଷ୍କୃତ କରିବା ନିମନ୍ତେ ଦାବି ହେଇଛି। ହେଲେ ପ୍ରଧାନ ଶିକ୍ଷକ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସରପଞ୍ଚ କହିଛନ୍ତି। ୩ ରୋଷେୟାଙ୍କୁ ବହିଷ୍କାର କରା ନ ଗଲେ ନିଜେ ସ୍କୁଲରେ ତାଲା ଠୁଙ୍କିବେ ବୋଲି ସେ କହିଛନ୍ତି। ଘଟଣା ବିଷୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରୋଷେୟା ଖଗପତି ଭତରାଙ୍କୁ ପଚାରିବାରୁ ସେ ନିଶାରେ ଥିବା ଘଟଣାକୁ ଖଣ୍ଡନ କରିଛନ୍ତି। ଚୁଲି ସଜାଡ଼ିବାରେ ସମସ୍ୟା ହେବାରୁ ରୋଷେଇ ବିଳମ୍ବ ହେଲା। ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ସେ ଗ୍ୟାସ ଯୋଗାଡ଼ କରିଥିଲେ ବୋଲି ସେ କହିଛନ୍ତି। ପ୍ରଧାନ ଶିକ୍ଷକ ସରୋଜ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ସେ ଜରୁରୀ ବୈଠକକୁ ଯାଇଥିଲେ ବୋଲି କହିଛନ୍ତି। ଚୁଲି ଜଳୁ ନ ଥିଲେ ମଧ୍ୟ ୨ ଟା ପର୍ଯ୍ୟନ୍ତ ରୋଷେୟା କିମ୍ବା ପିଲାମାନେ ଜଣାଇ ନ ଥିଲେ। ଖବର ପାଇ ରୋଷଇ କରାଯାଇଛି ବୋଲି ସେ ସନ୍ଧ୍ୟାରେ କହିଥିଲେ। ଅନ୍ୟପକ୍ଷରେ ୩ କର୍ମଚାରୀଙ୍କୁ ହଟାଇବା ବିଷୟରେ ସେ କହିଛନ୍ତି, ସେମାନଙ୍କ ପେଟପାଟଣାର କଥା। ସ୍କୁଲ ପରିଚାଳନା କମିଟି ଓ ଗାଁ ଲୋକଙ୍କ ସହ ଆଲୋଚନା ପରେ ସେମାନଙ୍କୁ ରଖାଯାଇଥିଲା। ପ୍ରଧାନ ଶିକ୍ଷକ ଭାବେ ନିଜେ ଖାଦ୍ୟ ଖାଇଥିଲେ ମଧ୍ୟ ପିଲାଙ୍କୁ ମିଳି ନ ଥିବାରୁ ଦୁଃଖିତ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri