ବିଧାୟିକା ବିରୋଧୀ ମେଳିରେ ଫାଟ

ରସୁଲପୁର,୧୭ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରସୁଲପୁର ବ୍ଲକର ୧୦ ପଞ୍ଚାୟତରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ସେହି ୧୦ ପଞ୍ଚାୟତ ପ୍ରଥମାଖଣ୍ଡି, ରାଜେନ୍ଦ୍ରପୁର, ଅତଲାପୁର, ସାମନ୍ତରାପୁର, ମଙ୍ଗରାଜପୁର, ଅର୍ଥଗାଁ, ବ୍ରହ୍ମବରଦା, ବନ୍ଧଡ଼ିହ, ରାଉତରାପୁର, ମହେଶ୍ୱରପୁରରେ ବିଜେଡିର ପତିଆରା ରହିଆସିଛି। ଏଗୁଡ଼ିକରେ ବିଜେଡି ନେତ୍ରୀ ତଥା ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିରୋଧରେ ଦଳର ତୃଣମୂଳ ନେତାଙ୍କର ମେଳି ଦେଖିବାକୁ ମିଳିଛି। ହେଲେ ଗୋଟିଏ ମଞ୍ଚରେ ବିରୋଧୀମାନେ ବିଧାୟିକାଙ୍କ ବିରୋଧରେ ମେଳି ହେବାର ମାସକ ମଧ୍ୟରେ ଏବେ ଫାଟ ଦେଖାଦେଇଛି।
୨୦୦୯ ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ହୋଇଥିଲା। ବରୀ ବ୍ଲକର ୨୭, ରସୁଲପୁର ବ୍ଲକର ୧୦ ଏବଂ ଯାଜପୁର ବ୍ଲକର ୮ ପଞ୍ଚାୟତକୁ ନେଇ ବରୀ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କ ସ୍ଥାନରେ ନୂଆରେ ଦଳରେ ଯୋଗଦେଇଥିବା ଭାଜପା ନେତ୍ରୀ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ ଜିତାଇବାରେ ରସୁଲପୁର ବ୍ଲକର ୧୦ ପଞ୍ଚାୟତର ଭୋଟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବିଧାୟିକାଙ୍କ କାର୍ଯ୍ୟ ଅବଧିର ସାଢେ ୩ବର୍ଷ ମଧ୍ୟରେ ଏହିସବୁ ପଞ୍ଚାୟତରେ ବିଜେଡି ମୂଳକର୍ମୀମାନଙ୍କୁ ଅଣଦେଖା କରାଯାଉଥିବା କେତେଜଣ ନେତା ଅଭିଯୋଗ କରି ମେଳି ବାନ୍ଧିଥିଲେ। ଗତ ଅକ୍ଟୋବର ୧୨ରେ ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରା, ଅଭିମନ୍ୟୁ ମହାଳିକ, ପ୍ରଫୁଲ ସାହୁ, ଯାଜପୁର ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବନ୍ଧଢ଼ିହ ପଞ୍ଚାୟତର ଯୁବନେତା ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ୧୦ ପଞ୍ଚାୟତର ବିଧାୟକ ବିରୋଧୀମାନଙ୍କୁ ନେଇ ମେଳି ହୋଇଥିଲା। ମଙ୍ଗରାଜପୁର ପଞ୍ଚାୟତରେ ଆୟୋଜିତ ଏକ ସାଧାରଣ ସଭାରେ ବିରୋଧୀମାନେ ବିଜେଡି ବ୍ୟାନର ତଳେ ଏକତ୍ର ହୋଇ ବିଧାୟିକାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ବିଧାୟକ ଏବଂ ବିଶ୍ୱରଞ୍ଜନ ମଲ୍ଲିକ (ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ)ଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା। ଉଭୟ ନେତାଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବାଦ୍‌ କରିବା ପାଇଁ ସେମାନେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଉକ୍ତ ସଭା ଜରିଆରେ ନିବେଦନ କରିଥିଲେ। ଏହି ୨ଜଣ ଆମଦାନୀ ନେତା ମୂଳ ବିଜେଡି କର୍ମୀ ଓ ଜନପ୍ରତିନିଧିମାନଙ୍କୁ ଅଣଦେଖା କରିବା ଏବଂ ନିଜର ସମର୍ଥକ ଓ ଭାଜପା ନେତାମାନଙ୍କୁ ଗୁରୁତ୍ୱ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। ଏପରି କି ବିଧାୟିକା ଏବଂ ବିଶ୍ୱରଞ୍ଜନଙ୍କ ବିରୋଧରେ ନାନା ଦୁର୍ନୀତି ଆଣିବା ସହ ପଞ୍ଚାୟତସ୍ତରୀୟ ଭୋଟ ଅଙ୍କ ସମ୍ପର୍କରେ ସେମାନେ ଖବରଦାତା ସମ୍ମିଳନୀ ଓ ସମାବେଶ ଜରିଆରେ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲେ। କିନ୍ତୁ ଏବେ ବିରୋଧୀ ମେଳିରେ ଫାଟ ଦେଖାଦେଇଛି। ଗତ ୧୨ ତାରିଖରେ ପ୍ରଥମାଖଣ୍ଡି ପଞ୍ଚାୟତ ମୂଳାପାଳ ଛକଠାରେ ଆୟୋଜିତ ଏକ ଶିଳାନ୍ୟାସ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟିକା ଦାସଙ୍କ ସହ ବିରୋଧୀମାନଙ୍କ ପକ୍ଷରୁ ସୁଶାନ୍ତ ବେହେରା, ଅଭିମନ୍ୟୁ ମହାଳିକ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ପଚାରିବାରୁ ବିଧାୟିକାଙ୍କ ସହ ରହିଥିବା ମତାନ୍ତର ଦୂର ହୋଇଛି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ବିବାଦ ତୁଟି ଯାଇଛି। ଆଗକୁ ବିଧାୟିକାଙ୍କ ସହ ରହି ଦଳୀୟ ସାଂଗଠନିକ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ମେଳିର ନେତୃତ୍ୱ ନେଉଥିବା ପୂର୍ବତନ ସରପଞ୍ଚ ତଥା ବିଧାୟକ ପ୍ରତିନିଧି ପ୍ରଫୁଲ ସାହୁଙ୍କୁ ପଚାରିବାରୁ ତାଙ୍କର କେତେଜଣ ସହଯୋଗୀ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଲାଭଲୋଭକୁ ଗୁରୁତ୍ୱ ଦେଇ ସେମାନେ ସଂଗଠନ ଛାଡ଼ି ଦେଇଛନ୍ତି। ହେଲେ ଏ ସବୁ ସତ୍ତ୍ୱେ ତାଙ୍କର ବିଧାୟିକା ବିରୋଧୀ ଅଭିଯାନ ଜାରି ରହିବ। ସହଯୋଗୀମାନେ ଛାଡ଼ି ଚାଲିଗଲେ ବି ତାଙ୍କ ସଂଗଠନକୁ କିଛି ଫରକ ପଡ଼ିବନାହିଁ ବୋଲି ସେ କହିଛନ୍ତି। ଅନ୍ୟତମ ପ୍ରମୁଖ ବିରୋଧୀ ନେତା ପ୍ରଦୀପ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ ଦଳରେ ମତାନ୍ତର ଓ ମନାନ୍ତର ହେବା କିଛି ନୂଆକଥା ନୁହେଁ। ସେ କାହାରିକୁ ବିରୋଧୀ ଦୃଷ୍ଟିରେ ଦେଖନ୍ତି ନାହିଁ। ଘରେ କେହି ପୁଅ ଅବୁଝା ହେଲେ ସେମାନଙ୍କୁ ବୁଝାଇବା ତାଙ୍କର କାମ। ସେ କାର୍ଯ୍ୟ କରିବାରେ ସର୍ବଦା ଚେଷ୍ଟିତ। ବରୀ ବିଜେଡିକୁ ଅଖଣ୍ଡ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନକୁ ଉଚ୍ଚା କରିବାକୁ ସେ ସବୁବେଳେ ପ୍ରୟାସ ଜାରି ରଖିଆସୁଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri