Posted inଜାତୀୟ

ମନ୍ତ୍ରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଲଗାଯାଇ ପାରିବ କି ପ୍ରତିବନ୍ଧ, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ,୧୫।୧୧ : ସାର୍ବଜନୀନ କାର୍ଯ୍ୟକର୍ତ୍ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକାଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଅବଦୁଲ ନାଜିର,ବିଆର ଗଭାଇ, ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ ଏବଂ ବି.ଭି ନାଗରାତ୍ନାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ବେଞ୍ଚ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏହି ରାୟକୁ ସଂରକ୍ଷିତ ରଖିଛନ୍ତି।

ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ବନ୍ଧୀୟ ପ୍ରସଙ୍ଗରେ ଜଣେ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆଇନ ଏବଂ ନୀତି ବିରୁଦ୍ଧରେ କହିବା ପାଇଁ ବକ୍ତବ୍ୟ ତଥା ଅଭିବ୍ୟକ୍ତିର ସ୍ବାଧୀନତାର ଅଧିକାର ଦାବି କରିପାରିବେ କି ନାହିଁ ତାହା ଏଥିରେ ଅନ୍ତର୍ଭୁକ୍ତ। ଶୁଣାଣି ସମୟରେ ଭାରତର ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି କହିଛନ୍ତି ଯେ ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ପ୍ରର୍ଯ୍ୟାପ୍ତ ନୁହେଁ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ କାଲିସ୍ବରାମ ରାଜ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ଜନସାଧାରଣଙ୍କ ଉପାଦାନର ଅଭାବ ଅନ୍ୟ କୌଣସି ମାମଲାରେ ରହିଛି। ଘୃଣା ଭାଷଣ କୋର୍ଟର କୌଣସି ବେଞ୍ଚଦ୍ୱାରା କେବେ ସ୍ଥିର ହୋଇନାହିଁ। ଏଥିପାଇଁ କୋର୍ଟ ପଚାରିଛନ୍ତି ଯେ ସେମାନେ କିପରି ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଚରଣ ସଂହିତା ଫ୍ରେମ କରନ୍ତି, ଯେହେତୁ ସେମାନେ ବିଧାୟିକା ତଥା କାର୍ଯ୍ୟପାଳିକା ଅଧିକାରୀଙ୍କ କ୍ଷମତାର ଅତିକ୍ରମଣ କରିବେ। ଏହି ପିଟିଶନରେ ଆବେଦନକାରୀ କହିଛନ୍ତି ଯେ ପୀଡିତା ଝିଅର ପିତା ହୋଇଥିବାରୁ ସେ ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିବା ନ୍ୟାୟ ପ୍ରକ୍ରିୟାକୁ ନେଇ ନିରାଶ ହୋଇଥିଲେ।

ସୁପ୍ରିମକୋର୍ଟ ଗତ ୨୮ ସେପ୍ଟେମ୍ବର ୨୦୨୦ ରେ ଏହି ମାମଲାର ଶୁଣାଣି କରି ନଭେମ୍ବର ୧୫ରେ ଏହାର ଶୁଣାଣି ତାରିଖ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri