ସ୍ବାଭିମାନ ଅଞ୍ଚଳରେ ଶିଶୁ ମୃତ୍ୟୁହାର ରୋକିବାକୁ ପ୍ରୟାସ

ଚିତ୍ରକୋଣ୍ଡା,୧୩।୧୧: ଓଡ଼ିଶାରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ। ଯାହା ମାଲକାନଗିରି ଜିଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ବିଗତ ଦିନରେ ଉକ୍ତ ଜିଲାରେ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବିଶେଷକରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ କାର୍ଯ୍ୟରତ ଡାକ୍ତର, ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ, ଆଶାକର୍ମୀ, ଫାର୍ମାସିଷ୍ଟ, ଅଙ୍ଗନଓ୍ବାଡି କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପାଇଁ ଆଜି ବହୁ ପରିମାଣରେ ମ୍ୟାଲେରିଆକୁ ରୋକାଯାଇ ପାରିଛି। ସେହିପରି ଶିଶୁ ମୃତ୍ୟୁହାରକୁ ରୋକିବା ତଥା ନିରାକରଣ ନିମନ୍ତେ ୟୁନିସେଫ୍‌ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ କରାଯାଇଛି ଏକ ଅଭିନବ ପ୍ରୟାସ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବଠାରେ ନିମୋନିଆକୁ ନେଇ ଶିଶୁ ମୃତ୍ୟୁହାର ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବଠାରେ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ, ୟୁନିସେଫ୍‌ ଆର୍‌ଆର୍‌ସି କନ୍‌ସଲଟାଣ୍ଟ ନୀହାର ରଞ୍ଜନ ଜେନା, ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ କୋରାପୁଟ, ବିପିଏମ୍‌ ପଦ୍ମନାଭ ରାଓ, ସମୀର ରଞ୍ଜନ ବେପାରୀ, ଏଲ୍‌ଟି ପଦ୍ମରଞ୍ଜନ ପଣ୍ଡା ଓ ଦିଲୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଯୋଡ଼ାଆମ୍ବ ସେକ୍ଟର ସୁପରଭାଇଜର ରତି ରଞ୍ଜନ ବାରିକ ଏବଂ ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର ପରିଚାଳନା କରିଥିଲେ। ଯୋଡ଼ାଆମ୍ବ ଓ ଜାନବାଇ ସେକ୍ଟରର ସମସ୍ତ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ତଥା ୨ ଶହରୁ ଊଦ୍ଧର୍‌ବ ଗର୍ଭବତୀ ଓ ପ୍ରସୂତି ମା’ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri