Odisha Elections 2024
Posted inଜାତୀୟ

ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ : ଚେତାବନୀ ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୦।୧୧ : ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ବିନାଶକାରୀ ଭୂକମ୍ପ ହେବାର ଆଶଙ୍କା ରହିଛି। ତେବେ ଏହା କେବେ ହେବ ତାହାର ପୂର୍ବାନୁମାନ କରାଯିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏଠାରେ ଥିବା ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିଓଲୋଜିର ବରିଷ୍ଠ ଜିଓଫିଜିକ ଅଜୟ ପାଲ ପିଟିଆଇକୁ କହିଛନ୍ତି ଯେ ଇଣ୍ଡିଆନ ପ୍ଲେଟ ଏବଂ ୟୁରାସିଆନ ପ୍ଲେଟ ଧକ୍କା ଯୋଗୁ ହିମାଳୟ ସୃଷ୍ଟି ହୋଇଛି । ଲାଗାତାର ଭାରତୀୟ ପ୍ଲେଟ ଉପରେ ୟୁରାସିଆନ ପ୍ଲେଟର ଚାପ ଯୋଗୁ ଏହା ସୃଷ୍ଟି ହୋଇଛି। ପ୍ଲେଟର ତଳ ଭାଗରେ ସୃଷ୍ଟି ହେଉଥିବା ଚାପରେ ଅନିୟମିତତା ଯୋଗୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ।

ସେ କହିଛନ୍ତି ଯେ ହିମାଳୟରେ ଚାପ ଯୋଗୁ ପ୍ଲେଟରେ ଚଳନ ଯୋଗୁ ଭୂକମ୍ପ ଏକ ସାଧାରଣ ଏବଂ ନିରନ୍ତର ପ୍ରକ୍ରିୟା ଭାବେ ଦେଖାଦେଇଛି। ସମଗ୍ର ହିମାଳୟ ଅଞ୍ଚଳ ଭୂକମ୍ପ ପ୍ରବଣ। ଏକ ବଡ଼ ଧରଣୀ ଭୂକମ୍ପ ହେବାର ସର୍ବଦା ଆଶଙ୍କା ଏଠାରେ ରହିଥାଏ। ସେ କହିଛନ୍ତି ଯେ ରିକ୍ଟର ସ୍କେଲରେ ଏହି ପ୍ରମୁଖ ଭୂକମ୍ପ ସାତ କିମ୍ବା ଅଧିକ ମ୍ୟାଗ୍ନିଚ୍ୟୁଡର ହେବାର ଆଶଙ୍କା ରହିଛି।

ତେବେ ଡକ୍ଟର ପାଲ କହିଛନ୍ତି ଯେ ଏଠାରେ ଭୂକମ୍ପ ଘଟିବାର ପୂର୍ବାନୁମାନ କରାଯାଇପାରିବ ନାହିଁ। ଏହା କେବେ ଘଟିବ ତାହା କେହି ଜାଣନ୍ତି ନାହିଁ। ଏହା ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ହୋଇପାରେ, ଏହା ଏକ ମାସ ପରେ ବି ହୋଇପାରେ କିମ୍ବା ଶହେ ବର୍ଷ ପରେ ମଧ୍ୟ ହୋଇପାରେ। ଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ ଅଞ୍ଚଳରେ ଚାରିଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି। ସେଥିମଧ୍ୟରେ ୧୮୯୭ ମସିହାରେ ଶିଲଙ୍ଗ, ୧୯୦୫ ରେ କାଙ୍ଗଡା, ୧୯୩୪ ରେ ବିହାର-ନେପାଳ ଏବଂ ୧୯୫୦ ରେ ଆସାମ।

ତେବେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ତଥ୍ୟରୁ ମଧ୍ୟ ଭୂକମ୍ପ ବିଷୟରେ କିଛି କୁହାଯାଇପାରିବ ନାହିଁ। ୧୯୯୧ରେ ଉତ୍ତରକାଶୀ ଏବଂ ୧୯୯୯ ରେ ଚାମୋଲି ପରେ ୧୦୧୫ରେ ନେପାଳରେ ଭୂକମ୍ପ ହୋଇଥିଲା। ସେ କହିଛନ୍ତି ଯେ ଭୂକମ୍ପକୁ ନେଇ ଆତଙ୍କିତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ। ଯାହା ଦ୍ୱାରା ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା କମ୍‌ ହୋଇ ପାରିବ।

ସେ କହିଛନ୍ତି ଯେ ଏଥିପାଇଁ ନିର୍ମାଣ କାର୍ଯ୍ୟକୁ ଭୂକମ୍ପ-ପ୍ରତିରୋଧୀ କରାଯିବା ଉଚିତ। ଭୂକମ୍ପ ପୂର୍ବରୁ ଏବଂ ପରେ ବର୍ଷକୁ ଅନ୍ତତଃ ପକ୍ଷେ ଥରେ ମକ ଡ୍ରିଲ ଆୟୋଜନ କରାଯିବା ପୂର୍ବରୁ ଲୋକଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଯିବା ଜରୁରୀ। ଯଦି ଏସବୁକୁ ପାଳନ କରାଯାଏ ତେବେ କ୍ଷତି ଆଶଙ୍କା ୯୯.୯୯ ପ୍ରତିଶତ ହ୍ରାସ କରାଯାଇପାରେ। ଏହି ପରିପ୍ରେକ୍ଷୀରେ ଜାପାନର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହାର ଭଲ ପ୍ରସ୍ତୁତି ଯୋଗୁଁ ବାରମ୍ବାର ମଧ୍ୟମ ତୀବ୍ର ଭୂମିକମ୍ପ ସତ୍ତ୍ୱେ ସେଠାରେ ଧନ ଜୀବନ ହାନି ହୋଇ ନଥାଏ।

ସେ କହିଛନ୍ତି ଯେ ୱାଡିଆ ସଂସ୍ଥା ମଧ୍‌ୟ ଭୂକମ୍ପ ଉଦ୍ଧାର ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ଓ ଗ୍ରାମ ପରିଦର୍ଶନ କରି ଭୂକମ୍ପ ରୋକିବା ବିଷୟରେ ଅବଗତ କରାଇଥାଏ। ୱାଡିଆ ଇନଷ୍ଟିଚ୍ୟୁଟର ଅନ୍ୟ ଜଣେ ବରିଷ୍ଠ ଭୂବିଜ୍ଞାନୀ ଡ. ନରେଶ କୁମାର କହିଛନ୍ତି ଯେ ଭୂକମ୍ପ ଦୃଷ୍ଟିରୁ ଉତ୍ତରପ୍ରଦେଶକୁ ଜୋନ ଚାରି ଏବଂ ଜୋନ ପାଞ୍ଚରେ ରଖାଯାଇଛି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ପ୍ରାୟ ୬୦ଟି ଭୂକମ୍ପ ପର୍ଯ୍ୟବେକ୍ଷଣ ସ୍ଥାନ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବାବ ଦେଲେ ଯୋଗୀ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି ଏବଂ ତିନୋଟି ପର୍ଯ୍ୟାୟ ଭୋଟ ବାକି ଅଛ ଏହି ପରିପ୍ରେକ୍ଷୀରେ, ରାଜନୈତିକ...

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଓହ୍ଲାଇଲେ ଯାତ୍ରୀ

ନୂଆଦିଲ୍ଲୀ,୧୬।୫: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri