Posted inଜାତୀୟ

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଇପିଏଫଟିର ବରିଷ୍ଠ ସଦସ୍ୟ ତଥା ଆଶାରାମବାଡି ବିଧାୟକ ମେୱାର କୁମାର ଜମାଟିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଜମାଟିଆ ତ୍ରିପୁରା ବିଧାନସଭା ବାଚସ୍ପତି ରତନ ଚକ୍ରବର୍ତ୍ତୀଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ଏବେ ଟିଆଇପିଆରଏରେ ଯୋଗଦେବାର ସମ୍ଭାବନା ରହିଛି।

ମେୱାର କୁମାର ଜମାଟିଆ ବିଧାୟକ ପଦରୁଙ୍କ ଇସ୍ତଫା ଦେବା ସହିତ ତ୍ରିପୁରା ବିଧାନସଭାରେ ଆଇପିଏଫଟି ସଂଖ୍ୟା ମାତ୍ର ପାଞ୍ଚକୁ ଖସି ଆସିଛି। ଏହାପୂର୍ବରୁ ଆଇପିଏଫଟି ନେତା ଧନଞ୍ଜୟ ତ୍ରିପୁରା ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ଟିଆଇପିଆରଏରେ ଯୋଗ ଦେଇଥିଲେ। ସେପ୍ଟେମ୍ବର ମାସରେ ଭାଜପା ନେତା ବାରବା ମୋହନ ତ୍ରିପୁରା ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ଟିଆଇପିଆରଏରେ ଯୋଗ ଦେଇଥିଲେ। ତ୍ରିପୁରାରେ ଭାଜପା-ଆଇପିଏଫଟି ଶାସକ ଦଳ ଛାଡିବାରେ ପାଇଁ ଜମାଟିଆ ହେଉଛନ୍ତି ସପ୍ତମ ବିଧାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri