କାମରେ ଲାଗୁନି ବିଜୁ ସେତୁ

ପ୍ରୀତିପୁର,୩୧ା୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ରାସ୍ତା ଓ ବିଜୁ ସେତୁ ନିର୍ମାଣ କରୁଛନ୍ତି। ଏଥିଲାଗି ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଲୋକମାନଙ୍କ କାମରେ ଲାଗୁନାହିଁ। ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି, ଯାଜପୁର ଜିଲା ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ବିଲସାହି-କୁସୁନପୁର ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନ କୁସୁନପୁର ନିକଟସ୍ଥ ନୂଆମାହାରା ନଦୀ ଉପରେ ନିର୍ମିତ ବିଜୁ ସେତୁ କ୍ଷେତ୍ରରେ। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗୀକରଣ ଲାଗି ରାସ୍ତା ନିର୍ମାଣ ହୋଇନାହିଁ। ସେତୁ ନିର୍ମାଣ ଶେଷ ହୋଇ ମଧ୍ୟ ଲୋକଙ୍କ କାମରେ ଆସିପାରୁନାହିଁ।
ବିଜୁ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ହୋଇଥିଲା। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୯ କୋଟି ୩୨ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ପୋଲର ଉଭୟପାର୍ଶ୍ୱରେ ବିଲସାହିଠାରୁ କୁସୁନପୁର ପର୍ଯ୍ୟନ୍ତ ୮. ୭୮୦ ମିଟର ରାସ୍ତା ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ରାସ୍ତାର ରକ୍ଷଣାବେକ୍ଷଣ ବାବଦରେ ୫ ବର୍ଷ ନିମନ୍ତେ ସରକାର ୩୯ ଲକ୍ଷ ୮୨ ହଜାର ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ୧୮ା୧ା୨୦୧୮ ଆରମ୍ଭ ହୋଇଥିବାବେଳେ କାମ ୧୭ା୧ା୨୦୨୦ ଶେଷ ହୋଇଥିଲା। ସେତୁର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣ ହୋଇ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଛି। ଏହି ରାସ୍ତା ଉପରେ ଘାସ ମାଡି ଗଲାଣି। ସରକାର ଏହି ରାସ୍ତା ଓ ସେତୁ ନିର୍ମାଣ ନିମନ୍ତେ ପାଖାପାଖି ୧୪ କୋଟି ଖର୍ଚ୍ଚ କରି ସାରିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ସେତୁରେ କାର୍ଯ୍ୟକ୍ଷମ ହେଲେ ବାଙ୍ଗରା ପଞ୍ଚାୟତର କାର୍ଯ୍ୟାଳୟ ସହ ପଞ୍ଚାୟତ ଅନ୍ତର୍ଗତ କୁସୁନପୁର, ଗୁଣ୍ଡୁରିପଡା ଓ କଣ୍ଟିତର ଗ୍ରାମବାସୀ ସାଧାସଳଖ ଯୋଗାଯୋଗ ହୋଇପାରିବ। ଏହି ସହ ଯାଜପୁର ଜିଲାର ବିଞ୍ଝାରପୁର, ଦଶରଥପୁର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ସହ ଗମନାଗମନ ଓ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହୋଇପାରନ୍ତା। ଏହି ସେତୁ କାର୍ଯ୍ୟକ୍ଷମ ନ ହେବା ସମ୍ପର୍କରେ ଯନ୍ତ୍ରୀ ବିନୋଦ କୁମାର ଶିହଳଙ୍କୁ ପଚାରିବାରେ ଆବଶ୍ୟକ ଅର୍ଥର ଅଭାବ ହେତୁ ଏହା ଅଧାପନ୍ତରିଆ ରହିଛି। ଅର୍ଥ ମିଳିଲେ ସେତୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ବିଜୁ ସେତୁକୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri