ଦୋଷ କାହାର-ଭୋଗୁଛି କିଏ

ଘାସିରାମ ପଣ୍ଡା

ପ୍ରସୂତିଙ୍କୁ ସହାୟତା ଦେବା ପାଇଁ ରାଜ୍ୟରେ ମମତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ପ୍ରଥମ ଦୁଇଟି ଗର୍ଭ ପାଇଁ ମହିଳାଙ୍କୁ ଦୁଇଟି କିସ୍ତିରେ ପାଞ୍ଚ ହଜାର ଟଙ୍କାର ସହାୟତା ଦିଆଯାଏ। ଏହା ପ୍ରସୂତିଙ୍କ କୁପୋଷଣ, ରକ୍ତହୀନତା ପ୍ରଭୃତି ଦୂର କରିବାରେ ବିଶେଷ ସହାୟକ ହୋଇଥାଏ। ଫଳସ୍ବରୂପ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ରୋକିବାରେ ଏହା ଫଳପ୍ରଦ ସାବ୍ୟସ୍ତ ହେଉଛି। ହେଲେ ୧୯ ବର୍ଷରୁ କମ୍‌ ବୟସର ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା ମିଳେ ନାହିଁ। ଗତ ଆର୍ଥିକ ବର୍ଷରେ ଆମ ରାଜ୍ୟରେ ଏଭଳି ୨୪,୩୫୫ ଜଣ ମମତା ଯୋଜନାରୁ ବାଧିତ ହୋଇଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ଏହି ସଂଖ୍ୟା ୧୦,୧୦୯ରେ ପହଞ୍ଚତ୍ ସାରିଲାଣି। ଏଥିରେ ମୟୂରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲା ବହୁତ ଆଗରେ ଅଛି।
୨୦ ବର୍ଷରୁ କମ୍‌ ବୟସରେ ଗର୍ଭବତୀ ହେଲେ ବିପଦସଙ୍କୁଳ ହେବାର ସମ୍ଭାବନା ବେଶି ଥାଏ। କିଶୋରୀ ବୟସର ମାତୃତ୍ୱରେ ସ୍ବାସ୍ଥ୍ୟଗତ ସମସ୍ୟା ସହିତ ମନୋସାମାଜିକ ସ୍ତରରେ ମଧ୍ୟ ଏମାନେ ବେଶି ପ୍ରଭାବିତ ହୋଇଥାନ୍ତି। ଏଣୁ ଅନ୍ୟମାନଙ୍କ ତୁଳନାରେ ଏମାନଙ୍କୁ ବିଶେଷ ସହାୟତା ଆବଶ୍ୟକ ହୁଏ। ଏହି ବର୍ଗରେ ହିଁ ବେଶି ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ, ରକ୍ତହୀନତା, ଭିନ୍ନକ୍ଷମ ଶିଶୁ ଜନ୍ମ ହେବା ଦେଖାଯାଇଥାଏ। ଏହା ସତ୍ତ୍ୱେ ଏମାନଙ୍କୁ ମମତା ଯୋଜନାରୁ ବାଦ ଦିଆଯାଇଛି। ୧୯ ବର୍ଷରେ ଗର୍ଭବତୀ ବା ମାତୃତ୍ୱ ଲାଭ କରିଥିବା କିଶୋରୀ ପ୍ରାୟତଃ ୧୮ ବର୍ଷ ପୂର୍ବରୁ ବିବାହ କରିଥାନ୍ତି। ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ୧୮ ବର୍ଷ ପୂର୍ବରୁ ଝିଅଙ୍କ ବିବାହ ଆଇନଗତ ଅପରାଧ। ଏଣୁ ମମତା ଯୋଜନାରେ ଏମାନଙ୍କୁ ସହାୟତା ଦେଲେ ବାଲ୍ୟ ବିବାହକୁ ପ୍ରଶ୍ରୟ ଦେଲାଭଳି ହେବ। ଏହି ଯୁକ୍ତି ଆଧାରରେ ଏତେ ସଂଖ୍ୟାରେ କିଶୋରୀ ବିପଦସଙ୍କୁଳ ଅବସ୍ଥାରେ ଥିଲେ ବି ସହାୟତାରୁ ବଞ୍ଚିତ ହେଉଛନ୍ତି।
ବାଲ୍ୟ ବିବାହର ପ୍ରତିରୋଧ ପାଇଁ ସରକାରଙ୍କ ତରଫରୁ ଯଥେଷ୍ଟ ପ୍ରଯତ୍ନ କରାଯାଉଛି। କିନ୍ତୁ କୌଣସି କାରଣରୁ ବିବାହ ପ୍ରତିରୋଧ ହୋଇ ନ ପାରି ଅନୁଷ୍ଠିତ ହୋଇଗଲେ, ବିବାହିତା କିଶୋରୀଙ୍କୁ ସେହି ଅବସ୍ଥାରେ ଛାଡି ଦେବା କି? ଅନେକ ସ୍ଥଳରେ ପ୍ରଶାସନ ଜାଣିବା ପୂର୍ବରୁ ଆନୁଷ୍ଠାନିକ ବାଲ୍ୟ ବିବାହ ହୋଇଯାଉଛି ବା ପୁଅ ଝିଅ ନିଜ ଇଚ୍ଛାରେ ଭଲ ପାଇ ଏକତ୍ର ରହୁଛନ୍ତି। ମମତା ଯୋଜନାରୁ ବାଦ ପଡ଼ିଥିବା ଏହି କିଶୋରୀମାନେ ମଧ୍ୟ ଏହି ଶ୍ରେଣୀଭୁକ୍ତ। ପରିବାରରେ ସ୍ନେହ ଆଦରର ଅଭାବ, ଦରିଦ୍ରତା, ଶିକ୍ଷା ପାଇଁ ସୁଯୋଗର ଅଭାବ, ସାମାଜିକ ନୀତିନିୟମ, ଧାର୍ମିକ ରୀତିନୀତି, କନ୍ୟା ସନ୍ତାନଙ୍କ ସୁରକ୍ଷା ଚିନ୍ତା, ବିବାହ ବେଳେ ଯୌତୁକ ବୋଝ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଭଳି କାରଣରୁ ଏହି କିଶୋରୀମାନେ ଆଜି ମାତୃତ୍ୱର ବୋଝ ମୁଣ୍ଡାଇଛନ୍ତି। ପୁରୁଷଟିଏ, ପରିବାର, ସମାଜ, ପ୍ରଶାସନ ସମସ୍ତେ ସମସ୍ୟାର କାରକ ହେଉଥିବା ବେଳେ ପରିଣାମକୁ ମୁଣ୍ଡେଇ ଜୀବନକୁ ବାଜି ଲଗେଇଥିବା କିଶୋରୀକୁ ସହାୟତାରୁ ବଞ୍ଚିତ କରି ଦଣ୍ଡିତ କରାଗଲେ ବାଲ୍ୟବିବାହ ନିରାକରଣ ହୋଇଯିବ କି?
ଖାଦ୍ୟ ସୁରକ୍ଷା ଆଇନ ଅନୁୟାୟୀ ମାତୃତ୍ୱ ପାଇଁ ସହାୟତା ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ଆଇନଗତ ଅଧିକାର। ସହାୟତାରୁ ବଞ୍ଚିତ ଏହି କିଶୋରୀମାନଙ୍କ କ୍ଷେତ୍ରରେ ଏହା ଉଲ୍ଲଂଘନ ହେଉଛି। ଏହା ବ୍ୟତୀତ କିଶୋର ନ୍ୟାୟ ଆଇନ ଅନୁସାରେ ବିପଦସଙ୍କୁଳ ହେବାର ସମ୍ଭାବନା ଥିବା ବା ବିପଦସଙ୍କୁଳ ଅବସ୍ଥାରେ ଥିବା ପ୍ରତ୍ୟେକ କିଶୋରୀ ଯତ୍ନ ଓ ସୁରକ୍ଷା ଆବଶ୍ୟକ ଥିବା ଶିଶୁ ଆକାରରେ ଗଣା ହେବେ। ସେମାନଙ୍କୁ ଚିହ୍ନଟ କରାଯାଇ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପିତ କରିବାପୂର୍ବକ ଆବଶ୍ୟକ ସହାୟତା ଯୋଗେଇଦେବା ଜିଲା ଶିଶୁ ସୁରକ୍ଷା ୟୁନିଟର ଉତ୍ତରଦାୟିତ୍ୱ। ପ୍ରତିବର୍ଷ ଏକ ଆଖିଦୃଶିଆ ସଂଖ୍ୟାରେ କିଶୋରୀ ମାତୃତ୍ୱ ହେଉଥିଲେ ବି ଆମେ ସେମାନଙ୍କ ପ୍ରତି ବିଶେଷ ସମ୍ବେଦନଶୀଳ ହୋଇପାରି ନାହୁଁ। ଶିକ୍ଷା ପାଇଁ ଏମାନଙ୍କୁ ବିଦ୍ୟାଳୟକୁ ପୁନଃ ଆଣିବା ସମ୍ଭବପର ହୋଇପାରୁ ନାହିଁ। ଗର୍ଭବତୀ ଥିବା ବା ମା’ ହୋଇ ସାରିଥିବା କିଶୋରୀ ବିଦ୍ୟାଳୟକୁ ଆସିଲେ ଅନ୍ୟ ପିଲାମାନେ ପ୍ରଭାବିତ ହେବେ। ଏମାନେ ମଧ୍ୟ ଟାହିଟାପରାର ଶିକାର ହୋଇପାରନ୍ତି। ଆମର କୌଶଳ ବିକାଶ ପାଇଁ ଥିବା ତାଲିମ କେନ୍ଦ୍ରରେ ନିଜ ଛୁଆକୁ ନେଇ ମା’ଟିଏ ରହିବା ଭଳି ବ୍ୟବସ୍ଥା ନାହିଁ। ଅଜ୍ଞତାରୁ ଅବା ଅଜାଣତରେ ଏମାନଙ୍କ ଭିତରୁ ଅନେକେ ଗର୍ଭବତୀ ହୋଇଥିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ସେମାନେ ସୁରକ୍ଷିତ ଓ ଗୁପ୍ତରେ ଗର୍ଭଧାରଣର ୨୦ ସପ୍ତାହ ଭିତରେ ଆଇନଗତ ଭାବେ ଗର୍ଭପାତ କରିପାରିବେ। ଏପରିକି ବିବାହ କରିଥିଲେ ବି ଗର୍ଭନିରୋଧକର ବ୍ୟବହାର କରି ସଅଳ ମାତୃତ୍ୱରୁ ବର୍ତ୍ତିପାରିବେ। ହେଲେ ସୂଚନା ଓ ପରାମର୍ଶର ଅଭାବ ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ।
ପୀଡ଼ିତାକୁ ଆହୁରି ଅଧିକ ପୀଡ଼ା ଦେଲେ ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବା ସେମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ। ଏଣୁ ସହାୟତାକୁ ଅବରୁଦ୍ଧ କରୁଥିବା ପ୍ରତ୍ୟେକ ନୀତି ଓ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଗଲେ ଯାଇ ବିବାହିତା ନାବାଳିକାମାନେ ପୁନଃ ବଞ୍ଚିବାର ରାହା ଫେରିପାଇବେ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪
ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri