କାଏମା,୨୦ା୧୦(ଡି.ଏନ.ଏ.): ସରକାରଙ୍କ ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହାକୁ କେତୋକାଂଶରେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ଆଉ ଏକ କରୁଣ ଚିତ୍ର ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଭିନ୍ନକ୍ଷମ ଦେବକୀ ସାହୁ ଓ ସ୍ବାମୀ ରବୀନ୍ଦ୍ରନାଥ ସାହୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦେବକୀ ୬ଠ% ଭିନ୍ନକ୍ଷମ ହୋଇଥିବାରୁ ମଧୁ ବାବୁ ପେନସନ ପାଇଁ ଆବେଦନ କରି ଥିଲେ ବି ଆଜି ଯାଏଁ ସେ ଅପେକ୍ଷାରେ ରହିଛନ୍ତି। ସେହିପରି ରବୀନ୍ଦ୍ର ୬୫% ଭିନ୍ନକ୍ଷମ ହୋଇ ଏନ୍ଏସ୍ଏପି ମାଧ୍ୟମରେ ଭତ୍ତା ପାଇଁ ଆବେଦନ କରିଥିଲେ । କିନ୍ତୁ ୬ ମାସ ହେବ ସେମାନେ ଦୁହେଁ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ସାରିଛନ୍ତି । ତଥାପି ଭତ୍ତା ପାଇଲେ ନାହଁ। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ପଚାରିଲେ ହେଇଯିବ ବୋଲି କହୁଥିବା ଅସହାୟ ଭିନ୍ନକ୍ଷମ ଦେବକୀ ଓ ରବୀନ୍ଦ୍ର ଅଭିଯୋଗ କରିଛନ୍ତି। ଏ ନେଇ ମିର୍ଜାପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାସ ଓ ଭିଏଲଡବ୍ଲ୍ୟୁ ଅନାମ ଚରଣ ରାଉତଙ୍କୁ ପଚାରିବାରୁ ସେମାନେ କହିଛନ୍ତି ବ୍ଲକରେ ସେମାନଙ୍କ ଆବେଦନ ପତ୍ର ଦିଆଯାଇଛି। ଖୁବଶୀଘ୍ର ମଞ୍ଜୁର ହେବାର ଆଶା ଅଛି ବୋଲି ସେମାନେ କହିଛନ୍ତି।


