Posted inଫୁରସତ

ଅବସାଦ ଦୂରକରିବ ପକ୍ଷୀଙ୍କ କଳରବ

ବର୍ଲିନ, ୧୬ା୧୦: କେବେ ଭାବିଛନ୍ତି କି ସକାଳୁ ସକାଳୁ ପକ୍ଷୀଙ୍କ ସ୍ବର ଶାନ୍ତି ଲାଗେ କାହିଁକି। ଅପରାହ୍ନରେ ବି କାହିଁକି ପକ୍ଷୀମାନଙ୍କ ଘରବାହୁଡ଼ାବେଳର କଳରବ ମଧୁର ଅନୁଭବ ଆଣିଦିଏ। ଏସବୁର ଉତ୍ତର ଖୋଜିଛନ୍ତି ଜର୍ମାନୀର ଏକ ବିଶେଷଜ୍ଞ ଟିମ୍‌। ସହରରେ ଗାଡ଼ିମୋଟରର ଶବ୍ଦ ପ୍ରଦୂଷଣ ଓ ପକ୍ଷୀଙ୍କ ସ୍ବର ମଣିଷର ମାନସିକ ସ୍ଥିତି ଉପରେ କିପରି ପ୍ରଭାବ ପକାଏ ତାହା ଉପରେ ଗବେଷଣା କରାଯାଇଥିଲା। ଅଧ୍ୟୟନ ରିପୋର୍ଟ ଅନୁସାରେ, ପକ୍ଷୀଙ୍କ ସ୍ବର ମଣିଷର ମାନସିକ ଚାପ ଓ ଚିନ୍ତା ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଗାଡ଼ିମୋଟରରୁ ବାହାରୁଥିବା ଶବ୍ଦ, ଉଚ୍ଚ ତଥା ଅରୁଚିକର ଧ୍ୱନି ଜଣଙ୍କୁ ଆଙ୍ଗ୍‌ଜାଇଟି ବା ଉତ୍କଣ୍ଠାକୁ ଅତ୍ୟଧିକ ବଢ଼ାଇଦେଇଥାଏ। ଏଥିଯୋଗୁ ଜଣେ ଅଧିକ ମାନସିକ ଚାପଗ୍ରସ୍ତ ହୋଇଥାଏ ବୋଲି ନେଚର ପୋର୍ଟଫୋଲିଓ ମାଗାଜିନ୍‌ ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶ ପାଇଛି। ମାକ୍ସ ପ୍ଲାଙ୍କ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହ୍ୟୁମାନ ଡେଭେଲପମେଣ୍ଟ୍‌ରେ ଲିସେ ମୈଟନର ଗୁପ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ନ୍ୟୁରୋସାଇନ୍ସ ଏବଂ ୟୁନିଭର୍ସିଟି ମେଡିକାଲ ସେଣ୍ଟର ହାମ୍‌ବର୍ଗ-ଡିପାର୍ଟମେଣ୍ଟ ଏପେନ୍‌ଡୋର୍ଫ ଅଫ୍‌ ସାଇକିଆଟ୍ରି ଆଣ୍ଡ୍‌ ସାଇକୋଥେରାପି ମିଳିତ ଭାବେ ଏହି ଅଧ୍ୟୟନ କରିଥିଲେ। ଏଥିରେ ୨୯୫ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ନିମ୍ନ ଟ୍ରାଫିକ୍‌ ଶବ୍ଦ, ଉଚ୍ଚ ଟ୍ରାଫିକ୍‌ ସାଉଣ୍ଡ, ନିମ୍ନ ଏବଂ ଉଚ୍ଚ ସ୍ବରରେ ପକ୍ଷୀଙ୍କ କଳରବକୁ ୬ ମିନିଟ୍‌ ଲେଖାଏ ଧରି ଶୁଣାଯାଇଥିଲା। ଏହା ପୂର୍ବରୁ ଏବଂ ପରେ ସେମାନେ କେତେ ମାନସିକ ଚାପ, ଦୁଃଖ, ପାରାନୋମିଆ (ଅନ୍ୟମାନଙ୍କୁ ଭୁଲ୍‌ରେ ଶତ୍ରୁ ଭାବି ସେମାନେ ଆକ୍ରମଣ କରିବା ଭୟ ରଖିବାର ମାନସକ ସ୍ଥିତି)ର ଶିକାର ସମ୍ବନ୍ଧୀୟ ସର୍ଭେ କରାଯାଇଥିଲା। ଅଧ୍ୟୟନରେ ସେମାନଙ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଥିଲା। ପକ୍ଷୀଙ୍କ ଧ୍ୱନି ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବା ସହ ଅଂଶଗ୍ରହଣକାରୀମାନେ ପୂର୍ବାପେକ୍ଷା ଅଧିକ ଶାନ୍ତ ଓ ହାଲୁକା ଅନୁଭବ କରିଥିଲେ। ଅଧ୍ୟୟନକାରୀଙ୍କ ଅନୁସାରେ, ସାରା ବିଶ୍ୱରେ ସହରୀକରଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଲୋକେ ଗ୍ରାମାଞ୍ଚଳ ପରିବେଶର ଅନୁଭୂତି ପାଇବାରୁ ବଞ୍ଚିତ ହେଉଛନ୍ତି। ସହରଗୁଡ଼ିକରେ ଘର ଆଖପାଖରେ ବୃକ୍ଷଲତା ନ ଥିବାରୁ ଖୁବ୍‌ କମ୍‌ ସଂଖ୍ୟାରେ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟାର ପ୍ରାୟ ୭୦% ଲୋକ ସହରରେ ବାସକରୁଥିବେ ବୋଲି ଆକଳନ କରାଯାଇଛି। ସେତେବେଳସୁଦ୍ଧା କେବଳ ୟୁରୋପରେ ୭୦%ରୁ ଅଧିକ ଲୋକ ସହରବାସିନ୍ଦା ହୋଇସାରିଥିବେ। ଫଳରେ ଆଗକୁ ଲୋକେ କ୍ୱଚିତ୍‌ ପକ୍ଷୀଙ୍କ କଳରବ ଶୁଣିବାକୁ ପାଇବେ ଯାହା ଆଧୁନିକ ମଣିଷର ସ୍ବାସ୍ଥ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଏଥିରେ ଦର୍ଶାଯାଇଛି।
ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ବିଗାଡ଼ିବାରେ ବଡ଼ ଭୂମିକା ନେଉଛି। ଭଲ ପରିବେଶ କିପରି ମଣିଷ ଉପରେ ଭଲ ପ୍ରଭାବ ପକାଏ ତାହା ଉପରେ ମଧ୍ୟ କମ୍‌ମାତ୍ରାରେ ଗବେଷଣା ହେଉଛି। ଫଳରେ ଲୋକେ ସୌଖୀନ ଜୀବନ ବଞ୍ଚିବା ଆଶାରେ ପ୍ରକୃତିଠାରୁ ଦୂରେଇଯାଉଛନ୍ତି ବୋଲି ଗବେଷଣା ଟିମ୍‌ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri