Posted inଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କ: ୧୦୭ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୬।୧୦: ଚଳିତ ବର୍ଷ ୧୨୧ ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସିଛି। ଏପରିକି ଏହା ପାକିସ୍ତାନ, ବାଂଲାଦେଶ ଏବଂ ନେପାଳଠାରୁ ମଧ୍ୟ ପଛରେ ରହିଛି। ୨୦୨୧ରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ଚାଇନା, ତୁର୍କୀ, କୁଏଟ୍‌ ସମେତ ୧୭ଟି ଦେଶ ୫ରୁ କମ୍‌ ସ୍କୋର ସହ ଶୀର୍ଷ ର଼୍ୟାଙ୍କରେ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ଓ୍ବେବ୍‌ସାଇଟରେ ଦର୍ଶାଯାଇଛି। କ୍ଷୁଧିତ ସ୍ତରରେ ଭାରତ ୨୯.୧ ପ୍ରତିଶତ ସ୍କୋର କରିଛି, ଯାହା କି ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି। ସେହିପରି ଭାରତରେ ଶିଶୁ ଋଗ୍ଣତା ହାର ୧୯.୩ ପ୍ରତିଶତ ରହିଛି, ଯାହାକି ବିଶ୍ୱରେ ସର୍ବାଧିକ। କ୍ଷୁଧା ସୂଚକାଙ୍କରେ ଏସିଆ ମହାଦେଶରେ ଭାରତ ପଛକୁ ଆଫଗାନିସ୍ତାନ (୧୦୯) ରହିଛି। ପଡୋଶୀ ଦେଶ ପାକିସ୍ତାନ ୯୯ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୮୪, ନେପାଳ ୮୧, ଶ୍ରୀଲଙ୍କା ୬୪ ସ୍ଥାନରେ ଥାଇ ଭାରତଠାରୁ ବେଶ୍‌ ଭଲ ସ୍ଥିତିରେ ଅଛନ୍ତି। ୨୦୨୧ରେ ୧୧୬ ଦେଶ ମଧ୍ୟରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ଏହା ପୂର୍ବବର୍ଷ ଆମ ଦେଶ ୯୪ତମ ସ୍ଥାନରେ ଥିଲା। ଦକ୍ଷିଣ ଏସିଆ ବିଶ୍ୱରେ ସର୍ବାଧିକ କ୍ଷୁଧିତ ଅଞ୍ଚଳ ହୋଇଥିବାବେଳେ ଶିଶୁ ଅପପୁଷ୍ଟି ଓ ଋଗ୍ଣତାରେ ମଧ୍ୟ ଶୀର୍ଷରେ ରହିଛି। ଭାରତରେ ଶିଶୁ ଋଗ୍ଣତା ହାର ସର୍ବାଧିକ ୧୯.୩ ପ୍ରତିଶତ ରହିଥିବାବେଳେ ଶିଶୁ ଅପପୁଷ୍ଟିରେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନର ସ୍କୋର ୩୫ରୁ ୩୮ ମଧ୍ୟରେ ରହିଛି। ଶିଶୁ ଅପପୁଷ୍ଟି ହାରରେ ଭାରତ ସାମାନ୍ୟ ଉନ୍ନତି କରିଛି। ୨୦୧୨-୧୬ରେ ଭାରତର ଶିଶୁ ଅପପୁଷ୍ଟି ହାର ୩୮.୭ ପ୍ରତିଶତ ରହିଥିବାବେଳେ ୨୦୧୭-୨୧ ମଧ୍ୟରେ ଏହା ୩୫.୫ ପ୍ରତିଶତରେ ପହଞ୍ଚତ୍ଛି। ସେହିପରି ଶିଶୁ ମୃତ୍ୟୁ ହାର ୨୦୧୪ରେ ୪.୬% ଥିବାବେଳେ ୨୦୨୦ରେ ଏହା ୩.୩%କୁ ହ୍ରାସ ପାଇଛି।

କ୍ଷୁଧା ସୂଚକାଙ୍କରେ ଭାରତର ନୂ୍ୟନ ପ୍ରଦର୍ଶନକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୮ ବର୍ଷର ଶାସନରେ କ୍ଷୁଧା ସୂଚକାଙ୍କରେ ଭାରତ କ୍ରମାଗତ ଭାବେ ଖସିଚାଲିଥିବା କଂଗ୍ରେସ ଏମ୍‌ପି ପି. ଚିଦାମ୍ବରମ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କ୍ଷୁଧା, କୁପୋଷଣ, ଶିଶୁ ଋଗ୍ଣତା କେବେ ସ୍ଥାନ ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ୫ ଟ୍ରିଲିୟନ ଡଲାର ଅର୍ଥନୀତି କଥା କହୁଥିବାବେଳେ କ୍ଷୁଧା ସୂଚକାଙ୍କରେ ଭାରତଠାରୁ ୧୦୬ଟି ଦେଶ ଉନ୍ନତ ସ୍ଥାନରେ ରହିଛନ୍ତି। ପ୍ରତି ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ବିନା ଭାରତ ନମ୍ବର ଓ୍ବାନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ତଥାଏଏପି ନେତା ମନୀଷ ସିସୋଡିଆ କହିଛନ୍ତି। କ୍ଷୁଧା ସୂଚକାଙ୍କରୁ ଭାରତ ଅନ୍ଧକାର ଯୁଗକୁ ଚାଲିଯାଇଛି। ଏଥିପାଇଁ ସରକାର ଦାୟୀ। ମୋଦି ସରକାର ଭାରତ ପାଇଁ ବିପଜ୍ଜନକ ବୋଲି ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି। ଭାଜପା ସରକାର ନୂଆ ଭାରତ ନାଁରେ ଡିଣ୍ଡିମ ପିଟୁଥିବାବେଳେ କ୍ଷୁଧା ତାଲିକାରେ ଆମେ ନେପାଳ, ବାଂଲାଦେଶ ଏପରିକି ଶ୍ରୀଲଙ୍କା ତଳକୁ ଖସିଯାଇଛୁ ବୋଲି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri