ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ ସମୟ ଆଗରୁ ଲୋକଙ୍କ ହୃଦ୍‌ରୋଗ ଆଶଙ୍କା କିମ୍ବା ଏଥିରେ କେହି ପୀଡ଼ିତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର କରିଛନ୍ତି। ଏଆଇ ସକ୍ଷମ ଏକ ଉପକରଣ ଦ୍ୱାରା କେବଳ ଆଖି ପରୀକ୍ଷାରୁ ଜଣଙ୍କଠାରେ ହୃଦ୍‌ରୋଗ ଆଶଙ୍କା କେତେ ତାହା ଜଣାପଡ଼ିବ। ଏହାଦ୍ୱାରା ସମୟ ପୂର୍ବରୁ ଜଣେ ଆବଶ୍ୟକ ଚିକିତ୍ସା ଏବଂ ଜୀବନଶୈଳୀ ଆପଣାଇପାରିବ ବୋଲି କୁହାଯାଇଛି। ଏ ସଂକ୍ରାନ୍ତୀୟ ଏକ ଗବେଷଣା ରିପୋର୍ଟ ବ୍ରିଟିଶ ଜର୍ନାଲ ଅଫ୍‌ ଅପ୍‌ଥାଲ୍‌ମୋଲୋଜିରେ ପ୍ରକାଶ ପାଇଛି।

ଟେକ୍ନୋଲୋଜି ସକ୍ଷମ ଏକ ଉପକରଣ ‘କ୍ୱାର୍ଜ’ ରେଟିନା ସ୍କାନ୍‌ କରି ୧ ମିନିଟ୍‌ରୁ ବି କମ୍‌ ସମୟରେ ହୃଦ୍‌ରୋଗ ବିଷୟରେ କହିପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। କୌଣସି ରକ୍ତ ପରୀକ୍ଷା କିମ୍ବା ରକ୍ତଚାପ ଟେଷ୍ଟ ବିନା ମଧ୍ୟ ଏହି ସ୍କାନିଂ ରିପୋର୍ଟ ହୃଦ୍‌ରୋଗ ସମ୍ବନ୍ଧୀୟ ଠିକ୍‌ ତଥ୍ୟ ଦେଇପାରିବ। ରେଟିନା ସ୍କାନ୍‌ରେ ଆଖିରେ ରକ୍ତ ସଞ୍ଚାଳନର ମାତ୍ରାରୁ ଜଣଙ୍କ ହୃଦ୍‌ଘାତ ହେବା ଆଶଙ୍କା କେତେ ରହିଛି ତାହା ଜଣାପଡ଼ିବ ବୋଲି ଗବେଷକମାନେ କହିଛନ୍ତି। ବ୍ରିଟେନ ବାୟୋବ୍ୟାଙ୍କରେ ଭାଗ ନେଇଥିବା ୮୮,୦୫୨ ଜଣଙ୍କ ଉପରେ ଏହି ଉପକରଣ ଦ୍ୱାରା ପରୀକ୍ଷଣ କରାଯାଇଥିଲା। ୪୦ରୁ ୬୯ ବର୍ଷୀୟ ଏହି ଅଂଶଗ୍ରହଣକାରୀଙ୍କ ଆଖି ସ୍କାନ୍‌ କରାଯାଇଥିଲା।

ରେଟିନାରେ ରକ୍ତ ସଞ୍ଚାଳନ, ଶିରା ଧମନୀର ଆକାର ତଥା ଏଥିରେ ରକ୍ତ ପ୍ରବାହ ବେଳେ ଏହାର ଚଉଡ଼ା କେତେ ରହୁଛି ତାହା ନିରୀକ୍ଷଣ କରାଯାଇଥିଲା। ଏହବ୍ୟତୀତ ୟୁରୋପିଆନ୍‌ ପ୍ରୋସ୍‌ପେକ୍ଟିଭ୍‌ ଇନ୍‌ଭେଷ୍ଟିଗେଶନ୍‌ ଇନ୍‌ଟୁ କ୍ୟାନ୍‌ସର (ଏପିକ୍‌-ନର୍‌ଫୋକ୍‌)ରେ ଅଂଶଗ୍ରହଣ କରିଥିବା ୪୮ରୁ ୯୨ ବର୍ଷ ବୟସ ବର୍ଗର ୭,୪୧୧ ଜଣଙ୍କ ଉପରେ ମଧ୍ୟ ଏହି ମଡେଲରେ ଆଖି ପରୀକ୍ଷା କରାଯାଇଥିଲା। ପ୍ରାୟ ୭ରୁ ୯ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା।

ଏହି ସମୟ ମଧ୍ୟରେ ବାୟୋବ୍ୟାଙ୍କ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୩୨୭ ଜଣଙ୍କ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ କାରଣରୁ ମୃତ୍ୟୁ ଘଟିଥିବାବେଳେ ଏପିକ୍‌-ନର୍‌ଫୋକ୍‌ର ୨୦୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ଭାବେ ବୟସ, ଧୂମପାନ, ମେଡିକାଲ ହିଷ୍ଟ୍ରି, ରେଟିନାଲ ଭାସ୍‌କୁଲେଚର୍‌ ଆଦି ମାନଦଣ୍ଡ ଆଧାରରେ ଏହି ଉପକରଣ ଜଣଙ୍କଠାରେ ହୃଦ୍‌ରୋଗର ଆଶଙ୍କାକୁ ଆକଳନ କରିବ ବୋଲି କୁହାଯାଇଛି। ରକ୍ତ ସଞ୍ଚାଳନ ସହିତ ଏହା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ଏଥିରେ ରେଟିନା ସ୍କାନିଂକୁ ଅନ୍ତର୍ଭୂକ୍ତ କରାଯାଇଛି। ଶରୀରରେ ରକ୍ତ ସଞ୍ଚାଳନ କମ୍‌ କିମ୍ବା ପର୍ଯ୍ୟାପ୍ତ ନ ଥିଲେ ଆଖିର ରେଟିନା କୋଷ ମଧ୍ୟ ପ୍ରଭାବିତ ହୁଏ। ତେଣୁ ଏଥିରୁ ଜଣଙ୍କ ହୃ୍‌ତ୍‌ପିଣ୍ଡ କେତେ ସୁସ୍ଥ ତାହା ଜଣାପଡ଼ିବ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri