ଫେଷ୍ଟିଭ୍‌ ଜୁଏଲେରୀ

ଜୁଏଲେରୀ ପ୍ରତି ନାରୀଙ୍କର ଦୁର୍ବଳତା ସବୁବେଳେ ରହିଆସିଛି। କାରଣ ଏହା ସେମାନଙ୍କର ରୂପକୁ ଆହୁରି ଆକର୍ଷକ କରିଦେଇଥାଏ। ସେଥିପାଇଁ ତ ବାହାଘର ହେଉ ଅବା ପୂଜାପାର୍ବଣ ସମୟରେ ନିଜକୁ ସଜାଇବା ପାଇଁ ଜୁଏଲେରୀକୁ ନେଇ ଦ୍ୱନ୍ଦରେ ପଡିଯାନ୍ତି ଏମାନେ। ତେଣୁ ଏଠାରେ କିଛି ଜରୁରୀ ଟିପ୍ସ ଦିଆଗଲା, ଯାହାକୁ ଆପଣେଇ ନାରୀଟିଏ ସହଜରେ ପାଇପାରିବ ପାର୍ବଣ ଋତୁରେ ଆକର୍ଷଣୀୟ ଲୁକ୍‌…

* ନେକ୍‌ଲେସ୍‌: ପୂଜାପାର୍ବଣ ସମୟରେ ଯଦି ଆପଣ ଲେହେଙ୍ଗା କିମ୍ବା ଶାଢି ସାଙ୍ଗକୁ ଡିପ୍‌ ନେକ୍‌ ବାଲା ବ୍ଲାଉଜ୍‌ ପିନ୍ଧିବାକୁ ଯୋଜନା କରିଛନ୍ତି, ତା’ହେଲେ ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ବେକରେ ଚୋକର ଷ୍ଟାଇଲ୍‌ର ନେକ୍‌ଲେସ୍‌ ପିନ୍ଧି ପାରିବେ। ତା’ଛଡ଼ା ଏବେ ମାର୍କେଟ୍‌ରେ ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେକ୍‌ଲେସ୍‌ ବି ମିଳୁଛି। ନିଜ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କଲାଭଳି ତଥା ନିଜ ଲୁକ୍‌କୁ ସୁନ୍ଦର ଲାଗିଲା ଭଳି ଯେ କୌଣସି ଡିଜାଇନ୍‌ର ନେକ୍‌ଲେସ୍‌ ପିନ୍ଧି ବି ନିଜକୁ ଏହି ପାର୍ବଣ ଋତୁରେ ସଜାଇପାରିବେ।

* ମାଙ୍ଗଟିକା ବା ମଥାପଟ୍ଟି: ସାଧାରଣତଃ ଅନେକ ସ୍ଥାନରେ ବାହାଘର ସିଜିନ୍‌ରେ ସୁନାର ମାଙ୍ଗଟିକା ବା ମଥାପଟ୍ଟି ଲଗାଇବାର ବିଧି ରହିଛି। କିନ୍ତୁ ଫେଷ୍ଟିଭାଲ୍‌ ହେଉ ଅବା କୌଣସି ସେଲିବ୍ରେଶନ୍‌ ସମୟରେ ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ଷ୍ଟୋନ୍‌ ହେଉ ଅବା କୁନ୍ଦନର କାମ ହୋଇଥିବା ମାଙ୍ଗଟିକା ବା ମଥାପଟ୍ଟି ଲଗାଇ ଆରାମରେ ଗର୍ଜିୟସ୍‌ ଲୁକ୍‌ ପାଇହେବ।

* ଚୁଡ଼ି: ପୂଜାପାର୍ବଣ ସମୟରେ ଏଥିନିକ୍‌ ଆଉଟ୍‌ଫିଟ୍‌ ସାଙ୍ଗକୁ ସୁନାର ଗହଣା ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ହାତର ସୌନ୍ଦର୍ଯ୍ୟ ପାଇଁ ଷ୍ଟାଇଲିଶ୍‌ ଚୁଡ଼ି ହେଉ ଅବା କଡ଼ା କିମ୍ବା ବାଲା ବି ପିନ୍ଧି ନିଜକୁ ସଜାଇ ପାରିବେ। ଏବେ ତ ମାର୍କେଟ୍‌ରେ ଆର୍ଟିଫିସିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ସୁନା ଚୁଡ଼ି ବି ମିଳୁଛି, ଯାହାକୁ ମୁଖ୍ୟତଃ ଶାଢି ସାଙ୍ଗରେ ପିନ୍ଧିଲେ ଲୁକ୍‌କୁ ବେଶ୍‌ ଭଲ ମାନିଥାଏ।

*ଷ୍ଟେଟ୍‌ମେଣ୍ଟ ରିଂ: ଗୋଟିଏ ସୁନ୍ଦର, ସୁରୁଚିପୂର୍ଣ୍ଣ ତଥା ବିଶେଷ ଭାବେ ଡିଜାଇନ୍‌ କରାଯାଇଥିବା ରିଂ ବା ମୁଦି ବି କାହାର ଧ୍ୟାନ ଆକର୍ଷଣ କରିବାକୁ ଯଥେଷ୍ଟ ହୋଇଥାଏ। ମୁଖ୍ୟତଃ ଫେଷ୍ଟିଭ୍‌ ସିଜିନ୍‌ରେ କୁନ୍ଦନ କାମ ହୋଇଥିବା ଗୋଟିଏ ବଡ଼ ସାଇଜ୍‌ର ମୁଦି ସାଙ୍ଗକୁ ଜର୍ଜେଟ୍‌ ବା ରେଶମର ଶାଢି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗିଥାଏ। କେବଳ ଶାଢି କାହିଁକି ଷ୍ଟେଟ୍‌ମେଣ୍ଟ ରିଂକୁ ଯେ କୌଣସି ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ ସାଙ୍ଗରେ ପେୟାର୍‌ କଲେ ବି ଲୁକ୍‌ ବହୁତ ଭଲ ଦେଖାଯାଇଥାଏ।

* ପାରମ୍ପରିକ ଇୟର ରିଂ: ଏହା କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନ ଥାଏ। ଟିକେ ବଡ଼ ସାଇଜ୍‌ର ତଥା ଆକର୍ଷଣୀୟ ଦେଖାଯାଉଥିବା ଝୁମ୍‌କା ହେଉ ଅବା ପେଣ୍ଡି ଷ୍ଟାଇଲ୍‌ର ଇୟର ରିଂକୁ କାଞ୍ଜିବରମ୍‌ ଶାଢି କିମ୍ବା ବନାରସୀ ରେଶମ ଶାଢି ସାଙ୍ଗରେ ମ୍ୟାଚିଂ କରି ପିନ୍ଧିଲେ ଆରାମରେ ଫେଷ୍ଟିଭ୍‌ ଲୁକ୍‌ ମିଳିଯାଏ।
କିଛି ଟିପ୍ସ

– କାଞ୍ଜିବରମ୍‌ ଶାଢି ସାଙ୍ଗରେ ଟେମ୍ପଲ୍‌ ଡିଜାଇନ୍‌ର ଲଙ୍ଗ୍‌ ନେକ୍‌ଲେସ୍‌ ଯେମିତି ସୁନ୍ଦର ଲାଗେ ଠିକ୍‌ ସେମିତି ଚୋକର୍‌ ନେକ୍‌ଲେସ୍‌ ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଟିକେ ଅଧିକ ଗର୍ଜିୟସ୍‌ ଲୁକ୍‌ ପାଇଁ ଆପଣ ଚାହିଁଲେ ଉଭୟ ଚୋକର୍‌ ଏବଂ ଲଙ୍ଗ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌କୁ ମ୍ୟାଚିଂ କରି ଲେୟାରିଙ୍ଗ୍‌ କରିପାରିବେ।

– କେବଳ ସୁନାର ଟେମ୍ପଲ ଜୁଏଲେରୀ ମିଳେ ତାହା ନୁହେଁ, ରୁବି, ଏମେରାଲ୍ଡ, ହିରା ଖଚିତ ହୋଇଥିବା ଟେମ୍ପଲ ଜୁଏଲେରୀ ବି ପୂଜାପାର୍ବଣ ସମୟରେ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗେ।

– ଚାନ୍ଦ୍‌ବାଲି ଇୟର ରିଂ ବି ଶାଢି ସାଙ୍ଗରେ ବେଶ୍‌ ଭଲ ମାନିଥାଏ। କେବଳ ଶାଢି କାହିଁକି ଲେହେଙ୍ଗା ସାଙ୍ଗରେ ବି ଏହି ଟାଇପ୍‌ର ଇୟର ରିଂ ପିନ୍ଧିଲେ ଫେଷ୍ଟିଭ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

କର୍କଟ – ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ, ଏବଂ ଆପଣଙ୍କ ଆର୍ଥିକ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri