ମା’ ଲକ୍ଷ୍ମୀଙ୍କର ପ୍ରସାଦ

ଧନ ଓ ସମୃଦ୍ଧିର ଦେବୀ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଷ୍ଠାର ସହ ପୂଜା କରିବା ସହ ତାଙ୍କ ନିକଟରେ ନାନାଦି ରକମର ଭୋଗ କରାଯାଇଥାଏ। କିନ୍ତୁ ଜାଣନ୍ତି କି ଏମିତି ବି କିଛି ଭୋଗ ରହିଛି ଯାହା ମାତା ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ ହୋଇଥାଏ। ଯେମିତିକି: ନଡ଼ିଆ; ଯାହାକୁ ଶ୍ରୀଫଳ ବୋଲି ବି କୁହାଯାଇଥାଏ। ଏହି ଫଳ ଅତ୍ୟନ୍ତ ପବିତ୍ର । ଏଥିରେ ରହିଥିବା ପାଣି ସବୁଠାରୁ ଶୁଦ୍ଧ ହୋଇଥିବାରୁ ମା’ଙ୍କର ଏହା ପ୍ରିୟ ହୋଇଥାଏ। ସେଥିପାଇଁ ମା’ ଲକ୍ଷ୍ମୀଙ୍କୁ ନେଇ ଯେତେ ବି ପୂଜା ରହିଛି, ସବୁଥିରେ ନଡ଼ିଆ ଭୋଗ ନିହାତି ରହିଥାଏ। ସେହିପରି କେଶର ପକାଯାଇଥିବା ହଳଦିଆ ରଙ୍ଗର ଭାତ ହେଉ ବା ଖେଚୁଡ଼ି, ହଳଦିଆ ରଙ୍ଗର ମିଷ୍ଟାନ୍ନ, ଖିରି, ଆଖୁ, ଡାଳିମ୍ବ ଆଦି ବି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ଅନ୍ୟପକ୍ଷେ କେହି କେହି ମା’ଙ୍କ ନିକଟରେ ଶୁଦ୍ଧ ଗୁଆଘିଅରେ ପ୍ରସ୍ତୁତ ହାଲୁଆ ବି ଭୋଗ ଲଗାଇଥାନ୍ତି। ଖାସ୍‌କରି ଦୀପାବଳି ସମୟରେ କେତେକ ସ୍ଥାନରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ନିକଟରେ ଆଖୁ ଭୋଗ କରାଯାଉଥିବାର ଦେଖିବାକୁ ମିଳିଥାଏ। ଏପରିକି ଆଉ କିଛି ସ୍ଥାନରେ ପାଣି ସିଙ୍ଗଡ଼ା ଓ ମଖାନା ସହ ମିଠାପାନ ମା’ଙ୍କ ନିକଟରେ ଭୋଗ ଲଗାଯାଉଥିବାର ବିଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

୫୦୦ବର୍ଷ ପରେ ୨୦୨୬ରେ ୩ଥର ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଜମି-କୋଠାବାଡି କିଣିବେ ଏହି ରାଶି

ପ୍ରତିବର୍ଷ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ଏବଂ ନକ୍ଷତ୍ର ଦେଇ ଗତି କରନ୍ତି, ସିଧାସଳଖ କିମ୍ୱା ପଛକୁ ଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri