କୁଆଁରପୂନେଇଁ ସଜ

କୁଅଁାରପୂନେଇଁ ଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୁଅନ୍ତି। ସକାଳୁ ଆଞ୍ଜୁଳିଟେକା ଏବଂ ସନ୍ଧ୍ୟାରେ ଚାନ୍ଦପୂଜା କରି ସାଙ୍ଗସାଥୀଙ୍କ ମେଳରେ ବେଶ୍‌ ମଜାମସ୍ତି କରନ୍ତି। ଆଉ ଏମିତିରେ ପରସ୍ପର ଭିତରେ କାହା ପୋଷାକ କେତେ ସୁନ୍ଦର ତାକୁ ନେଇ ହୁଏ ଚର୍ଚ୍ଚା। ତେଣୁ କୁଆଁରପୂନେଇଁରେ କେଉଁ ପୋଷକ ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲାଗିବେ, ଜାଣିରଖନ୍ତୁ କିଛି ଫ୍ୟାଶନ୍‌ ଟିପ୍ସ…

କୁମାରପୂନେଇଁ ଲୁକ୍‌କୁ ବେଶ୍‌ ଆକର୍ଷଣୀୟ କରିଥାଏ। ଆପଣ ଚାହିଁଲେ ଫ୍ୟାନ୍ସି କିମ୍ବା ବିଭିନ୍ନ ପ୍ରକାରର ଟ୍ରାଡିସିନାଲ୍‌ ଶାଢ଼ି ଟ୍ରାଏ କରିପାରିବେ। ଏହା ସହ ଡିଜାଇନର ବ୍ଲାଉଜ୍‌ ଏବଂ ବେଲ୍‌ଟ ପିନ୍ଧି ଫ୍ୟାଶନେବଲ୍‌ ଲାଗିବେ।
ଶାଢ଼ି ପିନ୍ଧିବେ ଭାବିଛନ୍ତି, ହେଲେ ଏହାକୁ କ୍ୟାରି କରିବା ଅସୁବିଧା ହେଉଛି, ତେବେ ଶାଢ଼ି ଗାଉନ୍‌ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବାକୁ ସେତିକି ସହଜ ମଧ୍ୟ।
ଫ୍ୟୁଜନ୍‌ ଫ୍ୟାଶନ ଜମାନାରେ ଶାଢ଼ି ସହ ପ୍ୟାଣ୍ଟର ଫୁଜନ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗୁଛି। ସୁନ୍ଦର ବର୍ଡ଼ର ଥିବା ସିଲ୍କ ଶାଢ଼ି ସହ ଷ୍ଟ୍ରେଟ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। ଏହା ଆପଣଙ୍କୁ ମଡର୍ନ ଲୁକ୍‌ ଦେବ। ଏହା ସହ ମ୍ୟାଚିଂ କରି ଆପଣ ନେକ୍‌ଲେକ୍ସ ଓ ଇଅର ରିଂ ବି ପିନ୍ଧିପାରିବେ। ଫେଷ୍ଟିଭ୍‌ ଲୁକ୍‌ ଦବାପାଇଁ ଚାହୁଁଥିଲେ ଶାଢ଼ି ସହ ଆପଣ ଆଙ୍କେଲ୍‌ ଲେନ୍ଥ ଜିନ୍ସ ଟ୍ରାଏ କରିପାରିବେ। ଜିନ୍ସ ସହ ବେଲ୍ଟ ଏବଂ ହାଇନେକ୍‌ ବ୍ଲାଉଜ୍‌ ମଧ୍ୟ ପିନ୍ଧି ପାରିବେ।
କୁର୍ତ୍ତୀ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସହିତ ପ୍ଲାଜୋ ପିନ୍ଧିଲେ ମଡର୍ନ ଲାଗିବେ। ଏହା ସହ ଏଥିନିକ୍‌ ଜୁଏଲେରୀ ଅଧିକ ଟ୍ରେଣ୍ଡି ଲୁକ୍‌ ଦେବ।
ଫ୍ୟାଶନ୍‌ ଟ୍ରେଣ୍ଡରେ ଆଫ୍‌ଗାନୀ ସାଲ୍‌ଓ୍ବାର୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଆପଣ ଚାହିଁଲେ ଏହା ସହ ଶର୍ଟ କୁର୍ତ୍ତୀ କିମ୍ବା ଡିଜାଇନର ଟପ୍ସ ପିନ୍ଧି ପାରିବେ। ଏଭଳି ଗେଟ୍‌ଅପ୍‌ ସାଙ୍ଗକୁ ବଡ ହ୍ୟାଙ୍ଗିଙ୍ଗ୍‌ ଇୟରରିଂ, ଚୁଡି ଏବଂ ପଏଣ୍ଟେଡ୍‌ ବା ଓ୍ବେଜ୍‌ ହିଲ୍‌ ଚପଲ ଟ୍ରାଏ କରନ୍ତୁ ଷ୍ଟାଇଲିଶ୍‌ ଲାଗିବେ।
ଆପଣ ମଡର୍ନ ଲୁକ୍‌ ସାଙ୍ଗକୁ ଟ୍ରାଡିସିନାଲ୍‌ ଦେଖାଯିବାକୁ ଚାହୁଁଛନ୍ତି, ତେବେ ଲାଟେଷ୍ଟ ଟ୍ରେଣ୍ଡ ସାଜିଥିବା ସିଗାରେଟ୍‌ ପ୍ୟାଣ୍ଟ ଟ୍ରାଏ କରନ୍ତୁ। ଏହା ସହ ଫ୍ରଣ୍ଟ କଟ ଲଙ୍ଗ୍‌ କୁର୍ତ୍ତୀ ଭଲ ମାନିବ। ଆପଣ ଚାହିଁଲେ ଏହି ଡ୍ରେସ୍‌ ସହ ଏଥିନିକ୍‌ କିମ୍ବା ଡିଜାନର ବିଡ୍ସ ଜୁଏଲେରି ପିନ୍ଧିପାରିବେ।
ସେହିଭଳି ଧୋତି ପ୍ୟାଣ୍ଟ ସାଙ୍ଗକୁ ଫ୍ରଣ୍ଟ କଟ୍‌ କୁର୍ତ୍ତୀ, ଶର୍ଟ ହେଭି ଓ୍ବର୍କ କୁର୍ତ୍ତୀ ଏବଂ ଏଥିନିକ୍‌ ଜୁତି, ଚଙ୍କି ଜୁଏଲେରିର ଫ୍ୟୁଜନ୍‌ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେବ।
ଚାହିଁଲେ ଅନାରକଲି ଗାଉନ୍‌, ଫ୍ଲୋର୍‌ ଲେନ୍ଥ ଅନାରକଲି, ଆସିମେଟ୍ରକାଲ ଅନାରକଲି ମଧ୍ୟ ବାଛିପାରିବେ। ଏହା ସହ ହାଇ ହିଲ୍‌ ଏବଂ ପୋଲ୍‌କି କିମ୍ବା କୁନ୍ଦନ ଜୁଏଲେରି ପିନ୍ଧି ଆକର୍ଷଣୀୟ ଲାଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri