Posted inଜାତୀୟ

ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ

ରାୟପୁର,୨୨।୭: ଆଧୁନିକ ବିଜ୍ଞାନ ଯୋଗୁ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା ପ୍ରକାର କାର୍ଯ୍ୟ କରୁଛନ୍ତିି। ଛତିଶଗଡ଼ରେ ସମ୍ପ୍ରତି ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ କୋରବା ଅଞ୍ଚଳରେ ଥିବା କରତାଲା-ସେନ୍ଦ୍ରୀପାଲି ନାମକ ଜନଜାତି ବହୁଳ ଗାଁରେ ଜଣେ ଯୁବକ ମାନସିକ ପୂରଣ ପାଇଁ ମହାଦେବ ମନ୍ଦିରରେ ଶିବଲିଙ୍ଗକୁ ନିଜ ଜିଭ କାଟି ଅର୍ପଣ କରିଛନ୍ତି। ଗାଁର ଲକ୍ଷ୍ମୀ ପ୍ରସାଦ ନାମକ ଜଣେ ଯୁବକ ଏପରି କରିଛନ୍ତି। ସେ ସକାଳୁ କାହାକୁ ଜଣାଇ ଘରୁ ବାହାରି ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ଲକ୍ଷ୍ମୀ ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିରରେ ଚୁପ୍‌ ଚାପ୍‌ ବସିଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ଶିବଲିଙ୍ଗ ଉପରେ ଲକ୍ଷ୍ମୀଙ୍କର କଟା ଜିଭ ରହିଥିବା ଲୋକେ ଦେଖିଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପରିବର୍ତ୍ତେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଏବେ ଲକ୍ଷ୍ମୀଙ୍କ ପାଇଁ ସେଠାରେ ତମ୍ବୁ ଟଣା ଯାଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା...

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri