ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀ ସମର୍ଥକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ। ସକାଳ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶୁଣାଣି ଉତ୍ତେଜନା ମଧ୍ୟରେ ଶେଷ ହୋଇଛି। ଏଥିରେ ସମୁଦାୟ ୭୯ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ୭୦ ଜଣ ମତବ୍ୟକ୍ତ କରିଥିଲେ। ସମସ୍ତେ ଶିଳ୍ପକୁ ସ୍ବାଗତ କରିଥିଲେ ହେଁ ନିଯୁକ୍ତି, ବିସ୍ଥାପନ, ଥଇଥାନ, ପ୍ରଦୂଷଣ ନିୟନ୍ତ୍ରଣ ଓ ମହାନଦୀ ମୁହାଣ ଆଦି ଉପରେ ଆପତ୍ତି ଉଠାଇଥିଲେ। ବୈଠକର ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। କମ୍ପାନୀର ନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଶୁଣାଣି ଆରମ୍ଭରୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ହାଣ୍ଡିଆ ଗ୍ରାମର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ଏହାକୁ ବିରୋଧ କରିଥିଲେ। ଶିବିରରେ ଯେତବେଳେ କମ୍ପାନୀ ସପକ୍ଷରେ କୁହାଯାଇଥିଲା,ସେତେବେଳେ ସେମାନେ ହୋହାଲ୍ଲା କରୁଥିଲେ। ଏନେଇ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ସମୟରେ ଜଣେ ମହିଳା ସାମାନ୍ୟ ଆହତ ହୋଇଥିଲେ। ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡା ଓ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ନଦୀଭିତ୍ତିକ ବନ୍ଦରକୁ ବିରୋଧ କରିଥିଲେ। ସେମାନେ କହିଥିଲେ, ଏପରିହେଲେ ମୁହାଣ ଅଞ୍ଚଳ ପ୍ରଦୂଷିତ ହେବ। ମତ୍ସ୍ୟ ବଂଶ ଉପରେ ପ୍ରଭାବ ପଡିବ। ମୁହାଣରେ ଅଧିକ ବାର୍ଜ ଚଳାଚଳ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବ। ହାଣ୍ଡିଆ ଗ୍ରାମର ବୃଦ୍ଧା ସତ୍ୟଭାମା ତରାଇ କାନ୍ଦି ପକାଇ କହିଥିଲେ,ଏହି କମ୍ପାନୀ ପାଇଁ ତାଙ୍କ ଜମି ଯାଇଛି। ଘର ବିସ୍ଥାପିତ ହେବ। ଇତିମଧ୍ୟରେ ସ୍ବାମୀଙ୍କ ପରଲୋକ ଘଟିଥିବାବେଳେ ଖାଇବା ପାଇଁ କିଛି ନାହିଁ। କମ୍ପାନୀ ଓ ପ୍ରଶାସନ ଗରିବ କଲ୍ୟାଣ ପାଇଁ କାମ କରୁଥିବାବେଳେ ତାଙ୍କ ପାଖରେ ଏପର୍ଯ୍ୟନ୍ତ କିଛି ପହଞ୍ଚତ୍ ନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଶନିବାର ଏନେଇ ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କମ୍ପାନୀ ମହାନଦୀରେ ବାର୍ଷିକ ୪.୫ନିୟୁତ ଟନ ପଣ୍ୟ କାରବାର ପାଇଁ ନଦୀଭିତ୍ତିକ ବନ୍ଦର କରିବ। ଏଥିପାଇଁ ୧୫୬.୮୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ୨୨୦ ଜଣ ନିଯୁକ୍ତି ପାଇବାର ସୁଯୋଗ ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ନଦୀଭିତ୍ତିକ ବନ୍ଦରରେ ବାର୍ଜ ଯୋଗେ ମାଲଯାଇ ପାରାଦୀପ ବନ୍ଦର ଜାହାଜ ମଧ୍ୟରେ ବୋଝେଇ ଖଲାସ କରାଯିବ। ଏହାଦ୍ୱାରା ପରିବେଶ ପ୍ରଦୁଷଣ କମିବା ସହ ଟ୍ରାଫିକ ସମସ୍ୟା କମିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri