ବନ୍ଧୁକ ସଂସ୍କୃତି

ସେପ୍ଟେମ୍ବର ୨୬ରେ ରୁଷିଆର ଇଜେଭ୍‌ସ୍କ ସହରସ୍ଥିତ ସ୍କୁଲ ନମ୍ବର-୮୮ରେ ଆର୍ତେମ୍‌ କାଜାଣ୍ଟସେଭ୍‌ ଆଖିବୁଜା ଗୁଳି ଚଳାଇଥିଲେ। ଶେଷରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଉକ୍ତ ଘଟଣାରେ ୧୧ ଜଣ ଛାତ୍ରଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ପାଖାପାଖି ଦୁଇ ଡଜନ ଗୁରୁତର ହୋଇଛନ୍ତି। ତାଙ୍କ ଟି ଶର୍ଟରେ ସ୍ବସ୍ତିକ ଚିହ୍ନଥିବାରୁ ଆର୍ତେମ୍‌ଙ୍କର ନାଜି ଲିଙ୍କ୍‌ ରହିଥିବା ପୋଲିସ ସନ୍ଦେହ କରିଛି। ଏହା ଏକ ଆତଙ୍କବାଦୀ କାର୍ଯ୍ୟ ଓ ଏଥିରେ ଫାସିବାଦୀ ସଂଗଠନର ହାତ ଅଛି ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। ସ୍କୁଲ ନମ୍ବର- ୮୮ ଗୁଳିକାଣ୍ଡରେ ଫାସିବାଦୀଙ୍କ ହାତ ଅଛି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ସ୍ବୀକାର କରିବାକୁ ପଡ଼ିବ ଯେ ସ୍କୁଲ ଓ କଲେଜରେ ଏଭଳି ଘଟଣା ରୁଷିଆରେ ପ୍ରଥମ କି ଦ୍ୱିତୀୟ ନୁହେଁ, ବହୁବାର ଘଟିଛି। ବିଗତ ଦୁଇ ବର୍ଷ ମଧ୍ୟରେ ତିନୋଟି ବଡ଼ ଗୁଳିକାଣ୍ଡ ମଧ୍ୟରେ ପିରିମ୍‌ ଷ୍ଟେଟ ୟୁନିଭର୍ସିଟି ଓ କାଜାନ ସ୍କୁଲ ଗୁଳିକାଣ୍ଡ ପରେ ଏବକାର ଘଟଣା ନିଶ୍ଚିତ ଚିନ୍ତାଜନକ। କେବଳ ରୁଷିଆ ନୁହେଁ, ବିଶ୍ୱରେ କଲେଜ କିମ୍ବା ସ୍କୁଲ ଗୁଳିକାଣ୍ଡରେ ଆମେରିକା ରହିଛି ସବୁଠୁ ଆଗରେ। ପିଲାମାନଙ୍କ ମଧ୍ୟରେ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଗୁଳିକାଣ୍ଡ। ଏହା ତୁଳନାରେ ରାସ୍ତା ଦୁର୍ଘଟଣା, ପାଣିରେ ବୁଡ଼ିଯିବା ଇତ୍ୟାଦି ଗୌଣ ହୋଇଯାଉଛି। ୨୦୧୮ଠାରୁ ଏଯାବତ୍‌ ଆମେରିକାରେ ଶିକ୍ଷାନୁଷ୍ଠାନରେ ୧୧୮ଟି ଛୋଟବଡ଼ ଗୁଳିକାଣ୍ଡରେ ଅନେକରେ ଛାତ୍ରମାନେ ଜଡ଼ିତ ଥିବା ଜଣାପଡ଼ିଛି। ସେଠାରେ ପ୍ରଚଳିତ ବନ୍ଧୁକ ସଂସ୍କୃତି ହିଁ ଏଭଳି ଗୁଳିକାଣ୍ଡର ପ୍ରମୁଖ କାରଣ। ଆମେରିକାର ବନ୍ଧୁକ ସଂସ୍କୃତି ଖୁବ୍‌ ମଜଭୁତ। ଆମେରିକା ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ମାତ୍ର ୪%, କିନ୍ତୁ ବିଶ୍ୱରେ ଲୋକମାନଙ୍କ ପାଖରେ ଥିବା ୮୫୬ ମିଲିୟନ ବନ୍ଧୁକର ୪୬% ରହିଛି ଆମେରିକୀୟଙ୍କ ପାଖରେ। ସେମାନଙ୍କ ନିକଟରେ ମୋଟରେ ୫୯୩ ମିଲିୟନ ବନ୍ଧୁକ ରହିଛି। ବିଶ୍ୱର ଶୀର୍ଷ ୨୫ ଦେଶରେ ଲୋକମାନଙ୍କ ପାଖରେ ଯେତିକି ବନ୍ଧୁକ ଅଛି, ତାହାଠାରୁ ଅଧିକ ବନ୍ଧୁକ ରଖିଛନ୍ତି ଆମେରିକୀୟମାନେ।
ବନ୍ଧୁକ ସଂସ୍କୃତି ଆପଣାଇ ଆମେରିକା ବିଶ୍ୱରେ ଗମ୍ଭୀର ପରିଣାମ ଭୋଗ କରୁଛି। ତେବେ ଚଳିତ ବର୍ଷ ମେ’ରେ ଟେକ୍ସାସର ଉଭାଲ୍‌ଡେସ୍ଥିତ ଏକ ପ୍ରାଥମିକ ସ୍କୁଲ ଗୁଳିକାଣ୍ଡରେ ୧୯ ଜଣ ଛାତ୍ରଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତା ପ୍ରକଟ କରିଥିଲେ। ଆମେ ବନ୍ଧୁକ ନିୟନ୍ତ୍ରଣ କରିବା ସପକ୍ଷରେ କେବେ ଠିଆ ହେବା ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହା ଉପରେ ତ୍ୱରିତ ପଦକ୍ଷେପ ନେବାକୁ ହେବ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦଶନ୍ଧି ଧରି ଆମେରିକାରେ ବଳବତ୍ତର ରହିଥିବା ବନ୍ଧୁକ ସଂସ୍କୃତି ଦୂର କରିବାରେ ସେ କେତେ ସଫଳ ହେବେ ତାହା ସମୟ କହିବ। କିନ୍ତୁ ବନ୍ଧୁକ ସଂସ୍କୃତିରୁ ସୃଷ୍ଟି ଶିକ୍ଷାନୁଷ୍ଠାନ ଗୁଳିକାଣ୍ଡର ଭୟାବହତାକୁ ଏବେ ଯେଉଁଭଳି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସାମ୍ନା କରିବାରେ ଲାଗିଛନ୍ତି, ତାହା ଏକ ଆହ୍ବାନ ଭାବେ ଉଭା ହୋଇଛି। ଗବେଷଣାରୁ ଜଣାପଡ଼ିଛି ଯେ ସହଜରେ ବନ୍ଧୁକ ଉପଲବ୍ଧ ହେବା, ପରିବାରର ଦୁର୍ବଳତା, ମାନସିକ ରୋଗ ଓ ଅନ୍ୟ ମନସ୍ତାତ୍ତ୍ୱିକ ସମସ୍ୟା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଳିକାଣ୍ଡ ଘଟୁଛି। ଏହାବାଦ୍‌ ବୁଲିଂ, ପ୍ରତିଶୋଧ ମନୋଭାବ, ସ୍କୁଲ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଛାତ୍ରମାନଙ୍କୁ ଏସବୁ କାର୍ଯ୍ୟ ଲାଗି ପ୍ରେରିତ କରୁଛି।
ଆମେରିକାରେ ନୀତିର ପରିବର୍ତ୍ତନ ହୋଇପାରୁ ନ ଥିବାରୁ ବନ୍ଧୁକ କିଣିବା ଅତ୍ୟନ୍ତ ସହଜ ହେଉଛି। ଏପରି କିି ନାବାଳକ ମଧ୍ୟ ଦୋକାନକୁ ଯାଇ ବନ୍ଧୁକ କିମ୍ବା ପିଷ୍ଟଲ କିଣିପାରିବ। ପ୍ରତିିଷେଧକ ନୀତିକୁ ବିରୋଧ କରିଆସୁଛି ବନ୍ଧୁକ ନିର୍ମାତାମାନଙ୍କ ଶକ୍ତିଶାଳୀ ଗୋଷ୍ଠୀ। ସେହି ଦେଶରେ ସାଧାରଣ ନାଗରିକ ଅସୁରକ୍ଷିତ ଏବଂ ନିଜ କତିରେ ବନ୍ଧୁକ ରଖିବା ଆବଶ୍ୟକ ବୋଲି ଏହି ନିର୍ମାତା ଗୋଷ୍ଠୀ ଅନେକ କାଳରୁ ବାରମ୍ବାର ପ୍ରଚାର କରିଆସୁଥିବାର ଦେଖାଯାଉଛି। ତାହାର ଫଳ ଆଜି ଭୋଗିବାକୁ ମଧ୍ୟ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri