ଧାର୍ମିକ, ପରିବେଶ ପର୍ଯ୍ୟଟନର କ୍ଷେତ୍ର କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଏକ ଶିଳ୍ପର ମାନ୍ୟତା ଲାଗି ଉଦ୍ୟମ ହୋଇନାହିଁ। ପର୍ଯ୍ୟଟନ ସହ କର୍ମନିଯୁକ୍ତିକୁ ଯୋଡିବାକୁ ସ୍ଥାନୀୟ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଜାତୀୟ ଉଦ୍ୟାନ ଭିତରକନିକାର ସାମୁଦ୍ରିକ ଉଦ୍ୟାନ ପାଇଁ ବିରଳ ଅଲିଭ ରିଡଲେ କଇଁଛ, ଡଲଫିନ, ବିଦେଶାଗତ ପକ୍ଷୀଙ୍କ ସମାହାର ହେଉଛି। ଏହାକୁ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରାଯାଉନାହିଁ। ଧାର୍ମିକ ସ୍ଥଳର ଉନ୍ନତିକରଣର ଆବଶ୍ୟକତା ଥିବା ବେଳେ ବିଭିନ୍ନ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ଦେଖାଦେଇଛି।
ଅଧିକାଂଶ ପର୍ଯ୍ୟଟନସ୍ଥଳୀ ବିଷୟରେ ଜିଲାବାସୀ ଅଜ୍ଞ
ଇଚ୍ଛାପୁରର ଶ୍ରୀବଳଦେବ ଜୀଉ, ସହରର ଗୋବିନ୍ଦ ଜୀଉ, ତମାଳ ଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବ ମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନସ୍ଥଳୀ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଅଜ୍ଞ ଅଛନ୍ତି। ପ୍ରଚାର ପ୍ରସାର ସହ ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ନାହିଁ। ଗୋପ, ମଥୁରା, ବୃନ୍ଦାବନ ଆଦି ଅଞ୍ଚଳରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। ଯାହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲାରେ ଶ୍ରୀବଳଦେବଜୀଉଙ୍କ ବିଭିନ୍ନ ଲୀଳାକୁ ପ୍ରଦର୍ଶନ କରାଯାଇ ଆର୍ଥିକ ବିକାଶ କରାଯାଇପାରିବ।
– ଗୌତମ କୁମାର ବେହେରା,
ସାମାଜିକ କର୍ମୀ, କେନ୍ଦ୍ରାପଡ଼ା
ବୌଦ୍ଧ ଧର୍ମର ପ୍ରତୀକ ମୂର୍ତ୍ତିର ହେଉନି ରକ୍ଷଣାବେକ୍ଷଣ
ରାଜନଗର ବ୍ଲକ ରିଘାଗଡର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧବାମନ ଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଛି। ଏହାବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣୀ, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତିଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟ ଘଡି, ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନରେ କେନ୍ଦ୍ରାପଡ଼ା ସାମିଲ ହେବା ସହ ଐତିହ୍ୟ ସାମଗ୍ରୀ ରଖିବାକୁ ମ୍ୟୁଜିୟମର ଆବଶ୍ୟକତା ରହିଛି।
– ଡ. ସର୍ବେଶ୍ୱର ସେଣ, ଗବେଷକ, କେନ୍ଦ୍ରାପଡା
ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନି
ଭିତରକନିକାର ଲୁଣା ଧଳା କୁମ୍ଭୀର ଗୋରି ଓ ଅଲିଭ ରିଡଲେ କଇଁଛ ଗୋଲୁ ମାସକଟ ଭାବେ ବ୍ୟବହାର ହୋଇଛିି। ଇକୋ ରିଟ୍ରିଟ ଆୟୋଜିତ କରାଯାଇ ଏହି ଜାତୀୟ ଉଦ୍ୟାନ ପ୍ରତି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ବର୍ଷସାରା ଜାତୀୟ ଉଦ୍ୟାନ ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ମଧୁରପାଣିର ଅଭାବ, ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକବସତିକୁ ସ୍ଥାନାନ୍ତର, ଇକୋ ସେନ୍ସିଟିଭ ଜୋନର ପରିଚାଳନା ଆଦିରେ ଛନ୍ଦି ହୋଇଛି। ପ୍ରଶାସକ ଓ ରାଜନେତା ଏଥିପ୍ରତି ସମ୍ବେଦନଶୀଳ ନୁହନ୍ତି। ଫଳରେ ଭିତରକନିକା ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇପାରି ନ ଥିବାବେଳେ ଏବେ ଜାତୀୟ ଉଦ୍ୟାନ ମାନ୍ୟତା ହରାଇବାକୁ ଯାଉଛି।
-କ୍ଷୀତିଶ କୁମାର ସିଂହ,
ଅଧ୍ୟାପକ, କେନ୍ଦ୍ରାପଡ଼ା
ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହେବ
ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇ ପାରିବ। ଧାର୍ମିକ ପୀଠର ଉନ୍ନତିକରଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ସେହିପରି ପ୍ରାକୃତିକ ପରିବେଶର ଉପଯୋଗ ଦରକାର। ଗାଇଡ, ଫଟୋଗ୍ରାଫି, କୁଟୀର ଶିଳ୍ପର ମଣ୍ଡିଠାରୁ ଆରମ୍ଭ କରି ବେଳାଭୂମିକୁ ପର୍ଯ୍ୟଟକ ଉପଯୋଗୀ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲାର ଅର୍ଥନୈତିକ ବିକାଶ ହେବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡିବାକୁ ପଡିବ। ସାମୁଦ୍ରିକ, ବନ୍ୟ ଜୀବ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ଏ ସମ୍ପର୍କରେ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହ ସରକାରୀ ପ୍ରୋତ୍ସାହନରେ ଜିଲାର ବିଭବକୁ ଅଧିକ ପ୍ରଚାର ପ୍ରସାର ହୋଇପାରିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ।
– ଭୂବନମୋହନ ଜେନା,
ଶିକ୍ଷାବିତ୍‌, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri