କାଙ୍କଡ଼ପାଳରେ ଫାଙ୍କା ଗୁଳିମାଡ଼, ଭୟରେ ଛାତରୁ ଖସି ଜଣେ ଆହତ

ଢେଙ୍କାନାଳ ଅଫିସ,୨୫ା୯: ଢେଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଶନିବାର ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡ଼ି ଜଣେ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି କାଙ୍କଡ଼ପାଳ ଗାଁ ମଝିରେ ଫାଙ୍କା ଗୁଳିକାଣ୍ଡ କରି ପଳାଇଥିବା ସୂଚନା। ଖବରପାଇ ଘଟଣାସ୍ଥଳରୁ ସଦର ଥାନା ପୋଲିସ ୩ଟି ଖୋକା ଜବତ କରିଛି। ଗତକାଲି ରାତିରେ କାଙ୍କଡ଼ପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନ ଦେବାରୁ ସେମାନେ କାଙ୍କଡ଼ପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଶ ପୂଜା ହିସାବ ଚାଲିଥିବା ବେଳେ ୩ ଜଣ ଯୁବକ ସେଠାରେ ପହଞ୍ଚି ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସି ପଳାଇଥିଲେ। ଛାତ ଉପରେ ବସି ହିସାବ କରୁଥିବା କାଙ୍କଡ଼ପାଳ ଗାଁର ଅଜିତ କୁମାର ସାହୁ ବୋମାମାଡ଼ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କର ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ରହିଛି। କୌଣସି ପୂର୍ବ ଶତ୍ରୁତା ନ ଥିବା ସତ୍ତ୍ୱେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେନେଇ ଅଧିକ ତଦନ୍ତ କରୁଛି ସଦରଥାନା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri