ମାସେ ହେଲା ଓଟି କମ୍ପ୍ଲେକ୍ସ ବନ୍ଦ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି। ପୁରୁଣା କୋଠାର ସମସ୍ତ ୱାର୍ଡକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସୁପରସ୍ପେଶିଆଲିଟି ବିଭାଗର ସେବା ମଧ୍ୟ ପ୍ରଦାନ କରାଯାଉଛି। କୋଠାଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ରୋଗୀଙ୍କ ସୁରକ୍ଷା ଦିଗରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନାରେ ନିର୍ମିତ ୫ମହଲା ସୁପରସ୍ପେଶିଆଲିଟି ବ୍ଲକରେ ଘଟିଥିବା ଅଗ୍ନିକାଣ୍ଡରୁ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଅତ୍ୟାଧୁନିକ ସୁପରସ୍ପେଶିଆଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିବା ପରେ ନିଅଁାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କାରଣ ବ୍ଲକରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରି ନ ଥିଲା।
ଏହା ପୂର୍ବରୁ ମଧ୍ୟ ଏମ୍‌କେସିଜିରେ ବହୁବାର ଅଗ୍ନିକାଣ୍ଡ ଘଟିଛି। ଗତ ୩ବର୍ଷରେ ଏଭଳି ପ୍ରାୟ ୧୦ ଘଟଣା ଘଟିସାରିଛି। ଏଥିପାଇଁ ଏମ୍‌କେସିଜି ଦ୍ୱିତୀୟ ଫାଟକ ନିକଟରେ ଏକ ସ୍ବତନ୍ତ୍ର ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସୁପରସ୍ପେଶିଆଲିଟି କୋଠା ୨୦୧୬ ମେ’ ୪ରେ ଠିକା ସଂସ୍ଥା ହାଇଗ୍ରେଭା ଇନ୍‌ଫ୍ରା ଟେକ୍‌ ପ୍ରୋଜେକ୍ଟ ଲିମିଟେଡ କାମ ଆରମ୍ଭ କରି ୨୦୧୭ ସେପ୍ଟେମ୍ବର ୧୩ ସୁଦ୍ଧା କାର୍ଯ୍ୟ ସାରିବାକୁ ଚୁକ୍ତି ହୋଇଥିଲା। ହେଲେ ଉକ୍ତ ସଂସ୍ଥା ୨୦୧୯ରେ କୋଠା ନିର୍ମାଣ ଓ ଯନ୍ତ୍ରାଂଶ ସ୍ଥାପନ କାମ ସାରିଥିଲା। ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ଲକର ସମସ୍ତ କୋଠରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ୫ମହଲା ବିଶିଷ୍ଟ ଏହି କୋଠାରେ ସମସ୍ତ ସୁପରସ୍ପେଶିଆଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। ପଞ୍ଚମ ମହଲାକୁ ଅପରେଶନ ଥିଏଟର(ଓଟି) କମ୍ପ୍ଲେକ୍ସ କରାଯାଇଛି। ସେଠାରେ ୟୁରୋଲୋଜି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଓଟି ସହିତ କ୍ୟାଥୋଲ୍ୟାବ୍‌ ରହିଛି। ୟୁରୋଲୋଜି ବିଭାଗ ଓଟିରେ ଗତ ୨୬ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। ନିଅଁା ଲାଗିବା ପରେ ବ୍ଲକରେ ଲାଗିଥିବା ସ୍ପ୍ରିକ୍ଲିଂ କାମ କରି ନ ଥିଲା କି ବଡ଼ ପମ୍ପ ମଧ୍ୟ ପାଣି ଉଠାଇ ନ ଥିଲା। ଛୋଟ ପମ୍ପରୁ ପାଣି ସ୍ପ୍ରେ କରି ନିଆଁ ଲିଭା ଯାଇଥିଲା। ଶର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ତଦନ୍ତରେ ସ୍ପଷ୍ଟ ହୋଇଥିଲା। ଓଟି କମ୍ପ୍ଲେକ୍ସକୁ ସେହି ଦିନଠାରୁ ବନ୍ଦ କରି ଦିଆଯାଇଛି। ପ୍ରାୟ ୩୦ ଦିନ ହେଲା ଅସ୍ତ୍ରୋପଚାର ବନ୍ଦ ରହିଛି। ବିଦ୍ୟୁତ ବିଭାଗ ଓ ଟେକ୍ନିକାଲ୍‌ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ସରଞ୍ଜାମ ମରାମତି କରିବା ପରେ ଓଟି କମ୍ପ୍ଲେକ୍ସ ଆରମ୍ଭ ହେବ ବୋଲି ଏମ୍‌କେସିଜିର ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri