Posted inଜାତୀୟ

୭୫ ବର୍ଷରେ ୪୧ ବର୍ଷ ନେହେରୁ-ଗାନ୍ଧୀ ପରିବାର ହାତରେ କଂଗ୍ରେସ ଡୋର, ୧୩ ଜଣ ହୋଇଛନ୍ତି ବାହାର ଅଧ୍ୟକ୍ଷ…

ନୂଆଦିଲ୍ଲୀ, ୨୨।୯ : ସ୍ବାଧୀନତା ପରଠାରୁ କଂଗ୍ରେସ ଦେଶର ଏକମାତ୍ର ବୃହତ୍ତମ ଦଳ ଥିଲା। ଏପରି ଏକ ସମୟ ମଧ୍ୟ ଆସିଛି ଯେତେବେଳେ ଦଶନ୍ଧି ଧରି ଏହି ପାର୍ଟି ସହିତ କୌଣସି ପ୍ରତିଯୋଗିତା କରିବାକୁ କେହି ନଥିଲେ। ତେବେ କଂଗ୍ରେସର ସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ବହୁ ବଡ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏଥି ସହିତ ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ମୁଖ୍ୟପ୍ରସଙ୍ଗରେ ରହିଛି।

୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ୭୫ ବର୍ଷ ମଧ୍ୟରେ, ୪୧ ବର୍ଷ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦରେ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟ ରହିଥିଲେ। ଭାରତର ସ୍ବାଧୀନତା ପରେ ଏହା ସମୁଦାୟ ବର୍ଷର ୫୫ ପ୍ରତିଶତ ଅଟେ। କଂଗ୍ରେସରେ ନେହେରୁ-ଗାନ୍ଧୀ ପରିବାରର ମୋଟ ପାଞ୍ଚଜଣ ଦଳର ଅଧ୍ୟକ୍ଷ ଥିଲେ। ସେହିପରି ୧୩ ଜଣ ଅଧ୍ୟକ୍ଷ ନେହେରୁ-ଗାନ୍ଧୀ ପରିବାର ବାହାରର ଥିଲେ।

୧୯୪୭ପରଠାରୁ କଂଗ୍ରେସ ଅଧ୍ୟକ୍ଷଙ୍କ ତାଲିକାରେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସ୍ବାଧୀନତା ପରଠାରୁ ଅଧିକାଂଶ ସମୟ ଦଳର ନେତୃତ୍ୱ ନେଇଛନ୍ତି।

ଏଥି ସହିତ ନେହେରୁ-ଗାନ୍ଧୀ ପରିବାର ବାହାରେ ଥିବା ନେତାଙ୍କ ମଧ୍ୟରେ ଜେ ବି କ୍ରିପଳନି, ବି ପଟ୍ଟାଭୀ ସୀତାରାମୈୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ ଏନ ଧବର, ଏନ ସଞ୍ଜୀବ ରେଡ୍ଡୀ, କେ କାମାରାଜ, ଏସ ନିଜଲିଙ୍ଗପ୍ପା, ଜଗଜୀବନ ରାମ, ଶଙ୍କର ଦିୟାଲ ଶର୍ମା, ଡି.କେ ବାରୁଆ, କେବି ରେଡ୍ଡୀ, ପି.ଭି ନରସିଂହ ରାଓ ଏବଂ ସୀତାରାମ କେସରୀ ପ୍ରମୁଖ ଦଳର ନେତୃତ୍ୱ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri