ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ରେ ନୋଟିସ, ଫେରିଲେ ରୋଗୀ

ମହାକାଳପଡା,୧୯ା୯ (ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଅଞ୍ଚଳରେ ସାଧାରଣ ରୋଗୀମାନେ ଭରସା କରିଛନ୍ତି ଡାକ୍ତରଖାନା ଯିବେ ଚିକିତ୍ସା ହୋଇ ଘରକୁ ଫେରିବେ। ଏହି ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘରଠାରେ ଏକ ଆଶୁ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପବ୍ଲିକ ପ୍ରାଇଭେଟ ପାର୍ଟନର ଶିପ (ପିପିପି ) ମୋଡରେ ପରିଚାଳନା ହେଉଛି। ଏହାକୁ ତଦାରଖ କରୁଛନ୍ତି ଜିଲା ସ୍ବାସ୍ଥ୍ୟ ବିଭାଗ। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଭରସା କରି ରୋଗୀ ଚିକିତ୍ସା ପାଇଁ ଯିବା ବେଳକୁ ଫାଟକରେ ଲାଗିଥିବା ନୋଟିସକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫାଟକରେ ଲାଗିଥିବା ନୋଟିସ୍‌ରେ ଲେଖାଥିଲା ଅନିବାର୍ଯ୍ୟ କାରଣ ବଶତଃ ଶୁକ୍ରବାର ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହିବ ବୋଲି ଫାର୍ମାସିଷ୍ଟଙ୍କ ଦସ୍ତଖତ ସହ ସିଲ୍‌ ମରାଯାଇ ସର୍ବସାଧାରଣ ଅବଗତି ନିମନ୍ତେ ଉଲ୍ଲେଖ ଥିଲା।
ବତିଘର ପଞ୍ଚାୟତରେ ୧୨ ହଜାର ବିଶିଷ୍ଟ ଜନସଂଖ୍ୟା ଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରୋଗୀ ନିର୍ଭର କରିଥାନ୍ତି। ଶିଶୁ, ଗର୍ଭବତୀ ମହିଳା, ଗୁରୁତର ରୋଗୀଙ୍କ ସମେତ ବିଭିନ୍ନ ପ୍ରକାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ପଞ୍ଚାୟତଟି ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଶିକାର ହୋଇଥାନ୍ତି। ରୋଗୀଙ୍କୁ ତତ୍‌କାଳୀନ ସେବା ସ୍ବାସ୍ଥ୍ୟକେନ୍ଦ୍ର ପ୍ରଦାନ କରିଥାଏ। ୨୦୧୨ଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କରାଯାଇ ଏଠାରେ ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଆଟେନାଣ୍ଟ ନିଯୁକ୍ତି ପାଇଛନ୍ତି। ଏହାକୁ ଏକ ଘରୋଇ ସେଚ୍ଛାସେବୀ ସଂସ୍ଥା ପରିଚାଳନା କରୁଛି। ଏଠାରେ ପ୍ରଶ୍ନ ଉଠେ ଜଣେ ଫାର୍ମାସିଷ୍ଠ ଦସ୍ତଖତ ବଳରେ କିପରି ସାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଗଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଘରୋଇ ସଂସ୍ଥା ପରିଚାଳନା କରି ସରକାରଙ୍କଠାରୁ ବାର୍ଷିକ ଲକ୍ଷାଧିକ ଟଙ୍କା ସ୍ବାସ୍ଥ୍ୟସେବା ନଁାରେ ଉଠାଯାଉଛି। ମାତ୍ର ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବା ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚୁନାହିଁ। ସରକାର ଏହି ଉପାନ୍ତ ପଞ୍ଚାୟତରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସ୍ଥଳପଥରେ ଆଶୁ ଆରୋଗ୍ୟ କେନ୍ଦ୍ର ଓ ଜଳପଥରେ ଗୁରୁତର ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅନୁସାରେ ଡାକ୍ତର ଅଭାବ ରହିଛି। ଅପରପକ୍ଷେ ସମୁଦ୍ର ଜଳ ଭଟ୍ଟା ଜୁଆର ଉପରେ ବୋଟ୍‌ ଆମ୍ବୁଲାନ୍ସ ଭରସା କରିଥାଏ। ଜୁଆର ହେଲେ ବୋଟ୍‌ ଆମ୍ବୁଲାନ୍ସରେ ରୋଗୀମାନେ ଯାତାୟାତ କରିଥାନ୍ତି। ଭଟ୍ଟା ବେଳେ ଗୁରୁତର ରୋଗୀ ଆମ୍ବୁଲାନ୍ସ ନିକଟରେ ପହଞ୍ଚେ ତେବେ କଥା ସରିଲା। ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟ ହୋଇ ଟୁବି ଫେରି ଘାଟ ପାର ହୋଇ ଅନ୍ୟ ଚିକିତ୍ସାଳୟକୁ ରୋଗୀଙ୍କ ନେଇଥାନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଫାଟକରେ ନୋଟିସ୍‌ ଝୁଲିବା ସମ୍ପର୍କରେ ରବିବାର ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଆଗାମୀଦିନରେ ଆଉ ଏଭଳି କାର୍ଯ୍ୟ କରିବେ ନାହିଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri