ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ୍‌ ନିକଟ ଏକ ଭଡ଼ାଘରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ର ରବିବାର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଜଗତ୍‌ସିଂପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋରଡ଼ା ଗ୍ରାମର ସିଦ୍ଧାର୍ଥ କୁମାର ନାୟକ (୨୧)। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ସିଦ୍ଧାର୍ଥଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ସିଦ୍ଧାର୍ଥଙ୍କ ମୋବାଇଲ ଜବତ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୩୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ଶରତ ପାତ୍ର କହିଛନ୍ତି, ପ୍ରାଥମିକ ତଦନ୍ତରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବାବେଳେ ଅଧିକ ପ୍ରମାଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆତ୍ମହତ୍ୟାର କାରଣ ଜାଣିବାକୁ ପୋଲିସ ପକ୍ଷରୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସିଦ୍ଧାର୍ଥ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେଣୁ ପୋଲିସ ତାଙ୍କ ମୋବାଇଲ ଫୋନ୍‌ରୁ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଯାଞ୍ଚ କରି ତଥ୍ୟ ଯୋଗାଡ଼ କରୁଛି।
ସୂଚନା ଅନୁଯାୟୀ, ସିଦ୍ଧାର୍ଥ ସିଆର୍‌ପି ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷବର୍ଷ ଛାତ୍ର ଥିଲେ। ସାଙ୍ଗ ବାସୁଦେବ ପଣ୍ଡାଙ୍କ ସହ ସେ ୨୦ଦିନ ହେବ ପୁନାମା ଗେଟ ନିକଟରେ ଭଡ଼ାଘର ନେଇ ରହୁଥିଲେ। ବାସୁଦେବ ଏକ ବେସରକାରୀ କମ୍ପାନୀରେ ଚାକିରି କରୁଛନ୍ତି। ବିଶ୍ୱକର୍ମା ପୂଜା ପାଇଁ ସେ ଶନିବାର ରାତିରେ ଅଫିସ ଚାଲିଯାଇଥିଲେ। ତେଣୁ ସିଦ୍ଧାର୍ଥ ଭଡ଼ାଘରେ ଏକା ଥିଲେ। ବାସୁଦେବ ରବିବାର ପୂର୍ବାହ୍ନ ୧୧ଟାରେ ପହଞ୍ଚତ୍ ଭଡ଼ାଘର ଭିତରପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଏଥିସହ ସିଦ୍ଧାର୍ଥଙ୍କୁ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ତେଣୁ ସେ ଝରକା ପଟେ ଡାକିବାକୁ ଯାଇଥିବାବେଳେ ସିଦ୍ଧାର୍ଥ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି କବାଟ ଭାଙ୍ଗିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ହସ୍ପିଟାଲ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri