ଆପଣଙ୍କର ଏହି ୧୦ ଅଭ୍ୟାସ ଅଛି କି? ଯୁବାବସ୍ଥାରେ ବୃଦ୍ଧ ପରି ଆସିବେ ନଜର, ତୁରନ୍ତ କରନ୍ତୁ ଉପଚାର

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ ପ୍ରତିଦିନ ଏଭଳି କିଛି କରନ୍ତି ଯାହା ତାଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଅଭ୍ୟାସ ବିଷୟରେ ଯାହା ସମୟ ଥାଉ ଥାଉ ବୃଦ୍ଧ କରିଦିଏ।

ଖରାରେ ଅଧିକ ସମୟ ରହିବା:- ଗରମ ଦିନେ ତାପମାତ୍ରା ଅଧିକ ଥାଏ। ଏମିତିରେ ଖରାରେ ଅଧିକ ସମୟ ରହିବା ଦ୍ୱାରା ତ୍ୱଚାରେ ସୂକ୍ଷ୍ମ ରେଖା ଏବଂ କୁଞ୍ଚନ ଦେଖାଯିବା ଆରମ୍ଭ କରେ। ଏହି କାରଣରୁ ତ୍ୱଚା ଧିରେ ଧିରେ କ୍ଷୀଣ ହୋଇଥାଏ। ଏଥିଲାଗି ଖରାକୁ ବାହାରିବା ପୂର୍ବରୁ ସର୍ବଦା ସନ୍‌ସ୍କ୍ରିନର ବ୍ୟବହାର କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀ ପ୍ରଭାବିତ କରିବ ନାହିଁ। ଏହାଛଡ଼ା ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏ ଖରାରେ ନ ବାହାରିବାକୁ ଚେଷ୍ଟା କରନ୍ତୁ।

ଭିଟାମିନ୍‌ ଡି’ର ଅଭାବ:-ଶରୀରରେ ଭିଟାମିନ୍‌ ଡି’ର ଅଭାବ ହେଲେ ଚମ କର୍କଟ ଏବଂ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ। ଶୀତଦିନେ ଭିଟାମିନ୍‌ ଡି’ କମିବାର ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ବଜାରରେ ଉପଲବ୍ଧ ଭିଟାମିନ୍‌ ଡି’ ସପ୍ଲିମେଣ୍ଟ ସେବନ କରିହେବ।

ନିଦ୍ରାହିନତା: ଚିନ୍ତା ଯୋଗୁ ଅନେକ ସମୟରେ ଲୋକଙ୍କୁ ନିଦ ହୋଇ ନ ଥାଏ। ଯେତେବେଳେ ଆପଣ ଶୋଇ ଥାନ୍ତି ସେତେବେଳେ ଶରୀର ନିଜକୁ ସଜାଡ଼ି ଥାଏ। ଏମିତିରେ ନ ଶୋଇବାର ପ୍ରଭାବ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ବ୍ରଣ ହୋଇଥାଏ।

ଅତ୍ୟଧିକ ଧୂମପାନ: ତମାଖୁର ଧୂଆଁରେ ଅନେକ ବିଷାକ୍ତ ପଦାର୍ଥ ରହିଥାଏ। ଏହା ତ୍ୱଚାରେ ଥିବା ଅମ୍ଳଜାନ ଏବଂ ଅନେକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱର ସର୍କୁଲେଶନକୁ କମ୍‌ କରିଥାଏ। ଧୂମପାନ କରିବା ଦ୍ୱାରା ତ୍ୱଚାର ନୂତକ କୋଷିକା ନିର୍ମାଣ ବନ୍ଦ ହୋଇଯାଏ। ଏହି କାରଣରୁ ଲୋକ ବୃଦ୍ଧ ନଜର ଆସିଥାନ୍ତି।

କମ୍‌ ପାଣି ପିଇବା: ପ୍ରତ୍ୟେକ ବ୍ୟକ୍ତି ଶରୀରର ୬୦% ପାଣି ଥାଏ। ପାଣି ନ ପିଇବା ଯୋଗୁ ଜଣଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଥକିଯିବା, ବାରମ୍ବାର ରୋଗରେ ପଡ଼ିବା, କୋଷ୍ଠକାଠିନ୍ୟ ଏବଂ ତ୍ୱଚା ଖରାପ ହେବା ଭଳି ସମସ୍ୟା ଦେଖାଯାଇଥାଏ। ଶରୀରରେ ପାଣି କମିଗଲେ ତ୍ୱଚା ଶୁଷ୍କ ହୋଇଯାଏ। ଏହାଫଳରେ ଡାର୍କ ସର୍କଲ ସୃଷ୍ଟି ହୋଇଥାଏ। ଏଣୁ ପାଣି ସତେଜ ରଖିବା ସହ ତ୍ୱଚା ଉଜ୍ୱଳ ଏବଂ ଯୁବ ନଜର ଆସିଥାଏ।

ଅତ୍ୟଧିକ ମଦ୍ୟପାନ: ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଶରୀରରେ କୁଞ୍ଚନ ଏବଂ ଆଖି ତଳ କଳା ପନିଥାଏ। ସମସ୍ତ ଜିନିଷକୁ ନେଇ ଆପଣ ସମୟ ଥାଉ ବୁଢ଼ା ନଜର ଆସିଥାଉ।

ପୁଷ୍ଟିକର ଖାଦ୍ୟ ସେବନ ନ କରିବା: ଜଙ୍କ, ପ୍ରୋସେସ୍ଡ ଏବଂ ଫ୍ରାଏଡ୍‌ ଫୁଡ୍‌ର ସେବନ ସ୍ବାସ୍ଥ୍ୟରେ କୁପ୍ରଭାବ ପକାଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ହାନିକାରକ।

ଅତ୍ୟଧିକ ଚିନ୍ତାରେ ରହିବା: ଅନେକ ସମୟରେ ଚାକିରି, ଘର ନଚେତ ଅନ୍ୟ କୌଣସି କଥାକୁ ନେଇ ଚିନ୍ତା ବଢ଼ିଥାଏ। ମାତ୍ର ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଧିରେ ଧିରେ ଆପଣଙ୍କ କେଶ ଝଡ଼ିବାରେ ଲାଗିଥାଏ। ଏହା ବ୍ରଣ ମଧ୍ୟ ବାହାର କରିଥାଏ, ତ୍ୱଚା ରୁଗ୍ଣ ଭଳି ନଜର ଆସିଥାଏ।

ଉର୍ଜାବାନ ରହିବା/ଆକ୍ଟିଭ୍‌ ରହିବା: ଶରୀର ଠିକ୍‌ ଭାବେ କାମ କରିବା ଲାଗି ଜଣଙ୍କୁ ସୁସ୍ଥ ରହିବା ଉଚିତ। ଏଥିଲାଗି ଜଣଙ୍କୁ ଫୁର୍ତ୍ତିଲା ରହିବାକୁ ହେବ। ପ୍ରତ୍ୟହ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରଭାବ ଠିକ୍‌ ହୋଇଥାଏ।

ସ୍କ୍ରିନ୍‌ ମଶ୍ଚରାଇଜ୍‌ ନ କରିବା: ଏହା ସ୍କିନକେୟାରର ପ୍ରମୁଖ ଷ୍ଟେପ୍‌। ଆପଣ ତ୍ୱଚାକୁ ପ୍ରତ୍ୟେହ ମଶ୍ଚରାଇଜ କରିବା ଉଚିତ। ଏହାଦ୍ୱାରା ତ୍ୱଚା ଭଲ ରହିଥାଏ। ନଚେତ ତ୍ୱଚାରେ ଶୁଷ୍କତା ନଜର ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri