Posted inଜାତୀୟ

ରାଜନୈତିକ ସ୍ବାର୍ଥ ପାଇଁ ଭାରତ ଯୋଡ ଯାତ୍ରାରେ ଛୋଟପିଲା ସାମିଲ, ଏନସିପିସିଆର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ, ୧୩।୯ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ପିଲାମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ବୋଲି ଏନସିପିସିଆର କହିଛି। ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସମଗ୍ର ଘଟଣାର ତଦନ୍ତ କରାଯାଉ ବୋଲି ଏନସିପିସିଆର ଦାବି କରିଛି।

ରାହୁଲ ଗାନ୍ଧୀ ଏବଂ ଜବାହର ବାଲ ମଞ୍ଚ ପିଲାମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଜଡିତ କରୁଛନ୍ତି ବୋଲି ଏନସିପିସିଆର ଏକ ଅଭିଯୋଗ ଦାଖଲ କରିଛି। ସୋସିଆଲ ମିଡିଆରେ ଚିନ୍ତା ସୃ୍ଯଯି କରୁଥିବା ଏଭଳି ଅନେକ ଫଟୋ ଏବଂ ଭିଡିଓ ରହିଛି। ଯେଉଁଥିରେ ଭାରତ ଯୋଡ ଯାତ୍ରାରେ, ଶିଶୁ ଯୋଡ ସ୍ଲୋଗାନରେ ପିଲାମାନଙ୍କୁ ଯାତ୍ରାରେ ସାମିଲ କରାଯିବାକୁ କୁହାଯାଉଛି।

ଏନସିପିସିଆର ଅଭିଯୋଗ କରିଛି ଯେ ଏହା ନିର୍ବାଚନ ଆୟୋଗଙ୍କ ନିୟମର ଉଲ୍ଲଂଘନ କରୁଛି । ଯେଉଁଥିରେ କେବଳ ବୟସ୍କମାନେ ଏକ ରାଜନୈତିକ ଦଳର ଅଂଶ ହୋଇପାରିବେ ବୋଲି ସୂଚିତ ହୋଇଛି। ଏନସିପିସିଆର ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଏକ ପତ୍ରରେ କହିଛି ଯେ ଏହା ଶିଶୁଙ୍କର ଅଧିକାରର ଉଲ୍ଲଂଘନ। ଏକ ରାଜନୈତିକ ଏଜେଣ୍ଡା ପୂରଣ କରିବା ପାଇଁ ପିଲାମାନଙ୍କର ବ୍ୟବହାର ହେଉଛି ଶିଶୁ ନିର୍ଯାତନା, ଯାହା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରେ। ଏହା ଭାରତୀୟ ସମ୍ବିଧାନର ଧାରା ୨୧ର ବିରୁଦ୍ଧ ଅଟେ।

ତେଣୁ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ସହ ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ରାଜନୈତିକ ଦଳ ତଥା ଏହାର ସଦସ୍ୟଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଉଛି ବୋଲି ଏନସିପିସିଆର କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri