କ୍ଷତି ଆଶଙ୍କାରେ ଧାନଚାଷୀ ହତାଶ

ଲେଫ୍ରିପଡ଼ା,୧୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅଞ୍ଚଳରେ ହତାଶରେ ଧାନ ଚାଷୀ ରହିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ଖରିଫ ଚାଷ ଆରମ୍ଭରେ ଖରଡ଼ି ଧାନ ବୁଣା ସାଙ୍ଗକୁ ରୁଆ ପାଇଁ ତଳି ପକାଇଥିଲେ। କିନ୍ତୁ ଜୁଲାଇ ଏବଂ ଅଗଷ୍ଟରେ ନିୟଣ୍ଟିଆ ବର୍ଷା ଯୋଗୁ ଚାଷ ପ୍ରଭାବିତ ହୋଇଛି। ଧାନରୁଆ ଏବଂ ବିହୁଡା କାର୍ଯ୍ୟ ଜୁଲାଇ ଏବଂ ଅଗଷ୍ଟରେ କରାଯାଉଥିବାବେଳେ ପାଣି ଅଭାବରୁ ଚାଷୀ ଚାଷ କାର୍ଯ୍ୟ କରି ପାରିନାହିଁ। ଅଗଷ୍ଟ ଶେଷ ଆଡ଼କୁ କିଛି ବର୍ଷା ହେବାରୁ ଚାଷୀଙ୍କ ମନରେ ଆଶା ଭରସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଚାଷୀମାନେ ବୁଣା ଧାନରେ ବିହୁଡା ଏବଂ ଘାସ ଦମନ ସକାଶେ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କରିଥିଲେ। ଠିକ ସେହିପରି ଭାବେ ରୁଆ ଧାନରେ ମଧ୍ୟ ବିଳମ୍ବରେ ତଳି ରୋପଣ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ବର୍ଷା ଅଭାବରୁ ବିଲରେ ଘାସ ବଡ଼ବଡ଼ ହୋଇଯିବାରୁ ବୁଣା ଧାନରେ ଘାସମରା ସିଞ୍ଚନ ଦ୍ୱାରା ମଧ୍ୟ ଘାସ ନିୟନ୍ତ୍ରଣ ହୋଇପାରୁ ନାହିଁ ବୋଲି କହିଛନ୍ତି। ରୁଆ ଧାନରେ ମଧ୍ୟ ସେହିପରି ପାଣି ଅଭାବରୁ ଘାସ ହୋଇ ପ୍ରଭାବିତ ହୋଇଛି। ଘାସ ନିୟନ୍ତ୍ରଣ ଦିଗରେ ମୂଲିଆ ଏକ ମାତ୍ର ବିକଳ୍ପ ହେଉଥିବାବେଳେ ମୂଲିଆ ଦ୍ୱାରା ଘାସ ନିୟନ୍ତ୍ରଣ ଆୟ ଅପେକ୍ଷା ବ୍ୟୟ ଦ୍ବିଗୁଣିତ ହେବାକୁ ନେଇ ହତାଶରେ ପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିମଧ୍ୟରେ ସରପଗଡ଼ ଜଳସେଚନ ପ୍ରକଳ୍ପ ଗିରିଙ୍ଗକେଲା ପଞ୍ଚାୟତରେ ଜଳସେଚିତ ଭାବେ ରହିଥିବାବେଳେ ଜୁଲାଇ ଏବଂ ଅଗଷ୍ଟରେ ଡ୍ୟାମରେ ପାଣି ଅଭାବରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ରହିଥିଲା। ଫଳରେ ଚାଷ କାର୍ଯ୍ୟର ଉପଯୁକ୍ତ ସମୟରେ ଚାଷ ହୋଇପାରି ନ ଥିବାରୁ ଚାଷୀଙ୍କ ଚାଷ ଅମଳ ହେବା ନେଇ ଆଶଙ୍କାରେ ଚାଷୀ ରହିଛନ୍ତି। ଅନେକ ଚାଷ ଜମିରେ ପାଣି ଅଭାବରୁ ଚାଷ ହୋଇନାହିଁ। ଅନ୍ୟ ପକ୍ଷରେ ଲେଫ୍ରିପଡ଼ା ବ୍ଲକର କୃଷିବିଭାଗର ସୂଚନା ଅନୁଯାୟୀ ଚଳିତ ଖରିଫ ଚାଷରେ ୧୬,୧୭୪ ହେକ୍ଟର ଜମିରେ ଚାଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୦,୨୬୩ହେକ୍ଟର ଜମିରେ ଧାନ ଏବଂ ୫୯୧୧ହେକ୍ଟର ଜମିରେ ଅଣଧାନ ଚାଷ ଏବଂ ଜଳସେଚିତ ଜମିରେ ୮୦୭୩ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅନେକ ଅଞ୍ଚଳରେ ପ୍ରାୟ କିଛି କିଛି ବର୍ଷା ଲାଗି ରହିଥିବାବେଳେ ପ୍ରାୟତଃ ଗିରିଙ୍ଗକେଲା, ଲେଫ୍ରିପଡା, କୁଲାବିରା, ରାଜବାହାଲ, ସରପଗଡ଼, ମଶାବିରା, ଗୁଣ୍ଡିଆଡ଼ିହି, ଅଲାପକା, ହୁର୍ମେଇ ଇତ୍ୟାଦି ପଞ୍ଚାୟତରେ ଚଳିତବର୍ଷ ବହୁ କମ ବର୍ଷା ହୋଇଛି। ବର୍ତ୍ତମାନ ମଧ୍ୟ ବର୍ଷା ନ ହେବାରୁ ଅନେକ ଧାନ ବିଲରେ ଜମି ଫାଟି ଯାଉଥିବାବେଳେ ଅନେକ ଧାନ ବିଲ ହଳଦିଆ ପଡ଼ିଲାଣି। ତେଣୁ ଆଗାମୀ ଦିନରେ ଚାଷୀମାନେ ଧାନ ଚାଷରେ ବ୍ୟାପକ ମାତ୍ରାରେ କ୍ଷତି ହେବା ନେଇ ଆଶଙ୍କା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri