୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି

ଜଗତ୍‌ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩-୧୪ରୁ ଓଡ଼ିଶାରେ ମିନି ଷ୍ଟାଡିୟମ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ସରକାରଙ୍କ ଏହି ଯୋଜନା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। କାରଣ ୨୦୧୬-୧୭ରୁ ଜିଲାର ୬ଟି ବ୍ଲକ ଅଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ କିସ୍ତି ଅନୁଯାୟୀ ୨୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦିଆଯାଇଛି। ଇତିମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ୨ଟିରେ ଆଦୌ କାମ ଆରମ୍ଭ ହୋଇ ନ ଥିବାବେଳେ ୩ଟିରେ ସରୁନାହିଁ। ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଏହି ଷ୍ଟାଡିୟମ ପାଇଁ ଏ ପର୍ଯ୍ୟନ୍ତ ଜମି ଚିହ୍ନଟ ନ ହେବା ଅସନ୍ତୋଷର କାରଣ ହୋଇଛି।

ଜିଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଓ ଏରସମା ବ୍ଲକ ଅଞ୍ଚଳରେ ଏହା ନିର୍ମାଣ ପାଇଁ ୨୦୧୬-୧୭ରୁ କିସ୍ତି ଅନୁଯାୟୀ ଅନୁଦାନ ଯୋଗାଇ ଦିଆଯାଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ମିନିଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେଥିମଧ୍ୟରୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ। ଅବଶିଷ୍ଟ ୫ ଲକ୍ଷ ଟଙ୍କା ଏମ୍‌ପି କିମ୍ବା ଏମ୍‌ଏଲ୍‌ଏ ପାଣ୍ଠିରୁ ଖର୍ଚ୍ଚ ହେବ। ମିନି ଷ୍ଟାଡିୟମ ପାଇଁ ସର୍ବନିମ୍ନ ୫ ଏକର ଜମି ଥିବା ଆବଶ୍ୟକ। ଅନୁଦାନରେ ଖାଲ ପୂରଣ ସହ ପଡ଼ିଆ ସମାନ କରାଯାଇ ତା’ଉପରେ ଘାସ ଲଗାଯିବ। ଆବଶ୍ୟକସ୍ଥଳେ ଭଲ ମାଟି କିଣାଯାଇ ଭିତରେ ଭରାଯିବ। ଷ୍ଟାଡିୟମ ଭିତରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଓ ଚାରିପଟେ ୩ ଫୁଟ ଉଚ୍ଚର ପାଚେରି ରହିବ। ପାଚେରି ହେବାର ଉଦ୍ଦେଶ୍ୟ ହେଉଛି ଦର୍ଶକମାନେ ଏହା ଉପରେ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ଏହା ପରିସରରେ ପାନୀୟ ଜଳ ମଧ୍ୟ ବ୍ୟବସ୍ଥା ହେବା ଜରୁରୀ। ମିନି ଷ୍ଟାଡିୟମରେ ଏକ ଫାଟକ ନିର୍ମାଣ କରାଯିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ଅନୁଯାୟୀ, ବିରିଡ଼ି ବ୍ଲକର ମଙ୍ଗୁଳି ଖେଳ ପଡିଆରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏଥିପାଇଁ ତତ୍କାଳୀନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ବାଇଁ ୫ ଲକ୍ଷ ଟଙ୍କା ଦେଇଥିଲେ। ଏହି କାମ ଶେଷ ହୋଇଥିବା ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବରେ କିନ୍ତୁ ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରେ କେବଳ ପାଚେରି କରାଯାଇଥିବା କୁହାଯାଉଛି। ସେହିପରି ରଘୁନାଥପୁର ବ୍ଲକ ପାଇଁ ଚିକିଣିଆ ଖେଳ ପଡ଼ିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୧୬-୧୭ରେ ୧୦ ଲକ୍ଷ ଓ ୨୦୧୮-୧୯ରେ ୧୦ ଲକ୍ଷ, ଏହିପରି ମୋଟ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ପ୍ରଥମ କିସ୍ତି ଟଙ୍କା ବିନିଯୋଗ ହୋଇଥିବାବେଳେ ଦ୍ୱିତୀୟ କିସ୍ତିରୁ ମାତ୍ର ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଉଛି। ୨୦୧୯ରେ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦ରୁ ପାଚେରି କାମ ଆରମ୍ଭ ହୋଇ ସରିଥିବାବେଳେ ମାଟି କାମ ଅଧା ହୋଇରହିଛି।

ଏହା ଭିତରେ ଜିଲାପାଳ ଓ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ କରି ଯାଇଛନ୍ତି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ କାମ ଶେଷ ହୋଇନାହିଁ। ଅବଶିଷ୍ଟ କାମ ଅକ୍ଟୋବର ୩୧ ପରେ ହେବ ବୋଲି ରଘୁନାଥପୁର ବ୍ଲକ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ବାଲିକୁଦା ବ୍ଲକ ପାଇଁ ଆମ୍ବଶାଳ ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ କରାଯାଇଛି। ଏଠାରେ କାମ ଶେଷ ହୋଇଥିବା ଦର୍ଶାଯାଇ ଉଦ୍‌ଘାଟନ ମଧ୍ୟ ସରିଛି। କିନ୍ତୁ କାମ ସନ୍ତୋଷଜନକ ହୋଇ ନ ଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ ପାଇଁ ତେନ୍ତୁଲିପଦାସ୍ଥିତ ସାରଳା ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ କରାଯାଉଛି। ଏ ବାବଦରେ ମୋଟ ୨୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପଡ଼ିଆ ଓ ପାଚେରି କାମ ଶେଷ ହୋଇନାହିଁ। ଅନୁରୂପ ଭାବେ ଏରସମା ବ୍ଲକ ସୋମପୁରଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଏକକାଳୀନ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। କୁଜଙ୍ଗ ବ୍ଲକ ଅଧୀନ ରାହାମା ପଡିଆରେ ମିନି ଷ୍ଟାଡିୟମ କାମ ଶେଷ ହୋଇଥିବା ଦର୍ଶାଯାଉଛି। କିନ୍ତୁ ପଡ଼ିଆ ସମତୁଲ ସହ ଜଳ ନିଷ୍କାସନ ସୁବିଧା କରାଯାଇନାହିଁ। ଯେଉଁ କାରଣରୁ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି । ଏବେ ପଡ଼ିଆରେ ଆଣ୍ଠଏ ଲେଖାଏ ଘାସ ଦେଖିବାକୁ ମିଳୁଛି। ତେବେ ଏହି ପରିସରରେ ଖୋଲା ଜିମ୍‌ କରାଯାଇଛି। କେବଳ ରାହାମା ନୁହେଁ ଯେଉଁଠି କାମ ହୋଇଛି କୌଣସି ସ୍ଥାନରେ ଜଳ ନିଷ୍କାସନ ସୁବିଧା ନ ଥିବା ଅଭିଯୋଗ ହୋଇଛି। ଏଥିସହ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ। ଅନାବନା ଘାସ ଓ ଗଛ ଯୋଗୁ ପଡ଼ିଆ ଭିତରେ ପ୍ରବେଶ କରିବା ସହଜ ହେଉନାହିଁ।

ଏ ସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ବିଶ୍ୱବିଜୟିନୀ ପଟ୍ଟନାୟକ କହିଛନ୍ତି, ଏରସମା ଓ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରେ କାମ ଆରମ୍ଭ ହୋଇ ନ ଥିବା ସାଙ୍ଗକୁ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପାଇଁ ଜମି ସମସ୍ୟା ଥିବା ସ୍ବୀକାର କରିଛନ୍ତି। ସରକାର ପ୍ରଥମେ ଖୋଲା ଜିମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ଆଉ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଆସିଛି। ତେବେ ଦୁର୍ନୀତି ଉପରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri