ଯାଜପୁର ସହରରେ ବଢୁଛି ନିଶା କାରବାର

ଯାଜପୁର ଟାଉନ, ୧୧ା୯(ଡି.ଏନ.ଏ.): ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ସହରର ସପ୍ତମାତୃକା ନିକଟସ୍ଥ ଦଶାଶ୍ୱମେଧ ଘାଟଠାରୁ ଆରମ୍ଭ କରି ବାରୁଣୀ ପଡ଼ିଆର ମହାଶ୍ମଶାନ ନିକଟସ୍ଥ ବୈତରଣୀ ନଦୀତଟ, ବରାହ ରିଂ ରୋଡ୍‌କୁ ଦିନ ସମୟରେ କେତେଜଣ ଛାତ୍ର, ଯୁବକ ସୁରକ୍ଷିତ ସ୍ଥାନ ମଣି ବିଭିନ୍ନ ନିଶା ଯଥା- ଡେନଡ୍ରାଇଟ ଅଠା ସମେତ ଗଞ୍ଜେଇ, ବ୍ରାଉନସୁଗାର ଓ ଦେଶୀ ବିଦେଶୀ ମଦ ଆଣି ସେବନ କରୁଛନ୍ତି। ପୂର୍ବରୁ ବାଳାଶ୍ରମ ପଡ଼ିଆରେ ଏମାନେ ସନ୍ଧ୍ୟା ସମୟରେ ନିଶାସେବନ କରୁଥିବାବେଳେ ଏବେ ଦିନ ଦ୍ୱିପ୍ରହରରେ ଦେବ ସ୍ଥାନରେ ବି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ନିଶାରେ ଲିପ୍ତ ରହୁଛନ୍ତି। ବେକାରି ବୃଦ୍ଧି, ପାରିବାରିକ ଅଶାନ୍ତି ଜନିତ ମାନସିକ ଚାପ, ଅଭିଭାବକଙ୍କ ପିଲାଙ୍କ ପ୍ରତି ଦୃଷ୍ଟି ନ ରହିବା ଏବଂ ସେମାନେ ଯେଉଁ ସାଙ୍ଗସାଥୀ ସହିତ ମିଶୁଛନ୍ତି ତଥା ବିଳମ୍ବିତ ସମୟରେ ଘରକୁ ଫେରୁଛନ୍ତି ସେନେଇ ପରିବାର ଲୋକ ଖୋଳତାଡ କରୁ ନ ଥିବାରୁ ଏହି ନିଶା ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି। ସେହିପରି ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ବେଚ୍ଛାସେବୀ ସଂଗଠନ, ଅବକାରୀ ବିଭାଗ, ପୋଲିସ ଧ୍ୟାନ ଦେଉ ନ ଥିବା ଯୋଗୁ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡେନ୍‌ଡ୍ରାଇଟ ଅଠା ଷ୍ଟେଶନାରି, ବହି ଓ ସାଇକେଲ ଦୋକାନଗୁଡ଼ିକରେ ମିଳିଯାଉଛି। ଏହି ନିଶା ଖୁବଶୀଘ୍ର ଶରୀରକୁ ପ୍ରଭାବିତ କରିଥାଏ। ସେହିଭଳି ନିଷିଦ୍ଧ ରହିଥିବା ଏବଂ କଟକଣା ଥିବା ବ୍ରାଉନସୁଗାର ଓ ଗଞ୍ଜେଇ ସହଜରେ ଉପଲବ୍ଧ ହେଉଥିବା ଯୋଗୁ ତାହାକୁ ଯୁବପିଢ଼ି ଗ୍ରହଣ କରୁଛନ୍ତି। ନିଶା ସେବନ ପରେ ଧୀରେଧୀରେ ଏହି କମ୍‌ ବୟସର ପିଲାମାନେ ଦୁର୍ବଳ ହୋଇ ନିଜର ବୁଦ୍ଧିମତା ଓ ବିଚାରକୁ ହରାଇ ବସୁଛନ୍ତି। ନିଶା କବଳରେ ଥରେ ପଡ଼ିଗଲେ ଆଉ ମୁକ୍ତିନାହିଁ। ମଦ ହେଉ କି ବ୍ରାଉନସୁଗାର ଅବା ଗଞ୍ଜେଇ ନିଶାର ବ୍ୟବସାୟୀ ପ୍ରତ୍ୟେକ ଦିନ ନୂଆନୂଆ ଛାତ୍ର-ଯୁବକଙ୍କୁ ଟାର୍ଗେଟ କରିଥାନ୍ତି। ଗ୍ରାହକ ଯେତେ ବଢ଼ିବେ ବେପାରୀଙ୍କ କାରବାର ସେତେ ବଢ଼ିବ।
ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ପୋଲିସ ନିଶା ସେବନକାରୀ ଓ ନିଶା ବେପାରୀଙ୍କୁ ଧରୁଥିଲେ ମଧ୍ୟ ପରେ ଚାପରେ ପଡ଼ି ସେମାନଙ୍କୁ ଛାଡ଼ିବାକୁ ବାଧ୍ୟ ହେଉଛି। ଦୁଃଖର କଥା ହେଲା ଯେଉଁମାନେ ଅବାଟକୁ ଚାଲି ଯାଉଥିବା ପିଲାଙ୍କୁ ପୋଲିସରୁ ମୁକୁଳାଇ ନେଇଥାନ୍ତି ପରବର୍ତ୍ତୀ ସମୟରେ ସେମାନେ କିନ୍ତୁ ଅବାଟକୁ ଯାଉଥିବା ଏହି ନିଶାଗ୍ରସ୍ତଙ୍କୁ ବାଟକୁ ଆଣିବା ପାଇଁ ବ୍ୟବସ୍ଥା କରି ନ ଥାନ୍ତି। କେବଳ ସେତିକି ନୁହେଁ ନିଶା ବେପାରୀଙ୍କୁ ସୁରକ୍ଷା ଦିଆଯାଉଥିବାରୁ ସେମାନେ ମଧ୍ୟ ପୋଲିସରୁ ମୁକ୍ତିପାଇ ପରବର୍ତ୍ତୀ ସମୟରେ ତାଙ୍କ କାରବାରକୁ ଦ୍ୱିଗୁଣିତ କରୁଛନ୍ତି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri