Posted inଜାତୀୟ

୧୯୮୧ ବୋଇଙ୍ଗ୍‌ ୭୩୭ ବିମାନ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ, ୭।୯ : ଇଣ୍ଡିଆ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ୧୯୮୧ରେ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଆତଙ୍କବାଦୀ ଜଣଙ୍କ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ପାକିସ୍ତାନରେ ରହିଥିବାର ପ୍ରମାଣ ଦେଇଛନ୍ତି। ଆତଙ୍କବାଦୀ ଗଜିନ୍ଦର ସିଂ ହେଉଛନ୍ତି ଦଲ ଖାଲସା ନାମକ ଏକ ମୌଳବାଦୀ ସଂଗଠନର ସହ-ପ୍ରତିଷ୍ଠାତା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗଜିନ୍ଦର ସିଂ ସୋମବାର ତାଙ୍କର ଫେସବୁକ ପ୍ରୋଫାଇଲରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ହାସନ ଅବଦାଲରେ ଥିବା ଗୁରୁଦ୍ୱାର ପାନିଆ ସାହେବ ବାହାରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଜାନୁଆରୀ ୨୦୦୨ରେ ଭାରତ ଗଜିନ୍ଦର ସିଂଙ୍କ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତାଲିକାରେ ରଖିଥିଲା। ଭାରତ ତାଙ୍କୁ ପାକିସ୍ତାନରୁ ପ୍ରତ୍ୟର୍ପଣ କରିବାକୁ ଲଗାତାର ଚେଷ୍ଟା କରୁଛି।

୧୯୮୧ ସେପ୍ଟେମ୍ବର ୨୯ରେ, ଗଜିନ୍ଦର ସିଂଙ୍କ ସମେତ ପାଞ୍ଚ ଜଣ ଖାଲସା ଆତଙ୍କବାଦୀ ଦିଲ୍ଲୀର ପାଲମ ବିମାନ ବନ୍ଦରରୁ ଅମୃତସରର ରାଜା ସାନସି ବିମାନବନ୍ଦରକୁ ଉଡାଣ କରୁଥିବା ଇଣ୍ଡିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ଅପହରଣ କରି ନେଇଥିଲେ। ପାକିସ୍ତାନର ଲାହୋରକୁ ନିଆଯାଇଥିବା ବିମାନରେ ୧୧୧ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ଗଜିନ୍ଦର ସିଂ ତାଙ୍କ ଦାବି ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରଦୂତ ନଟୱର ସିଂଙ୍କ ଆଗରେ ରଖିଥିଲେ। ଯେଉଁଥିରେ ପୃଥକ ଶିଖ ହୋମଲାଣ୍ଡ, ଜର୍ନେଲ ସିଂ ଭିନ୍ଦରନୱାଲେ ଏବଂ ଅନ୍ୟ ଖାଲିସ୍ତାନ ଆନ୍ଦୋଳନର ସମର୍ଥକଙ୍କୁ ମୁକ୍ତ କରିବା ଏବଂ ୫୦ ଲକ୍ଷ ଡଲାର ଦାବି କରାଯାଇଥିଲା।

ବିମାନକୁ ଅପହରଣ କରିଥିବା ଉଗ୍ରବାଦୀଙ୍କର ପାକିସ୍ତାନରେ ବିଚାର କରାଯାଇଥିଲା ଏବଂ ଅପହରଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୪ବର୍ଷ କାରାଦଣ୍ଡ ଭୋଗିବା ପରେ ଅକ୍ଟୋବର ୧୯୯୪ ରେ ଗଜିନ୍ଦର ସିଂଙ୍କୁ ମୁକ୍ତ କରାଯାଇଥିଲା। ଭାରତ ସରକାର ତାଙ୍କୁ ପାକିସ୍ତାନରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲେ। ପରେ ୨୦୦୨ ରେ, ଗଜିନ୍ଦର ସିଂଙ୍କ ନାମ ଭାରତର ୨୦ ଜଣ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri