Posted inଜାତୀୟ

ଶିବସେନା କାହାର, ସେପ୍ଟେମ୍ବର ୨୭ରେ ବିଚାର…

ନୂଆଦିଲ୍ଲୀ, ୭।୯ : ଜୁନ ମାସରେ ମହାରାଷ୍ଟ୍ରରେ କ୍ଷମତା ଦଖଲ ପରେ ଶିବସେନା କାହାର ସେନେଇ ସଂଗ୍ରାମ ଜାରି ରହିଛି। ଏହି ମାମଲା ନିର୍ବାଚନ ଆୟୋଗଙ୍କ ଅଧୀନରେ ରହିଛି। କିନ୍ତୁ ପ୍ରକୃତ ଶିବସେନାର ପ୍ରଶ୍ନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେପ୍ଟେମ୍ବର ୨୭ରେ ଏହା ଉପରେ ଅଧିକ ବିଚାର କରାଯିବ ବୋଲି ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଥିବା ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଉଭୟ ପକ୍ଷଙ୍କଠାରୁ ଉତ୍ତର ଲୋଡିଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ସଂକ୍ଷିପ୍ତ ଶୁଣାଣି କରିଥିଲେ। ଏହା ପରେ ଅଦାଲତ କହିଛନ୍ତି ଯେ ଶିବସେନା ଉଦ୍ଧବ ଠାକରେଙ୍କ ଦଳ ଅବା ଶିନ୍ଦେଙ୍କ ଗୋଷ୍ଠୀଙ୍କର ଏହାର ବିଚାର ନିର୍ବାଚନ ଆୟୋଗ କରିବା ଉଚିତ କି ନାହିଁ ତାହା ନିର୍ଣ୍ଣୟ କରାଯିବ।
ଦଳର ଅଧିକାଂଶ ଏମ୍‌ପି ଓ ବିଧାୟକଙ୍କ ସମର୍ଥନ ଥିବାରୁ ଦଳର ନିର୍ବାଚନ ପ୍ରତୀକ ଧନୁ ଏବଂ ତୀର ପାଇବା ଶିନ୍ଦେ ଗୋଷ୍ଠୀଙ୍କୁ ମିଳିବା ଉଚିତ ବୋଲି ନିର୍ବାଚନ ଆୟୋଗକୁ ଅନୁରୋଧ କରାଯାଇଛି। ତେବେ ଏନେଇ ଉଦ୍ଧବ ଠାକରେଙ୍କ ଦଳ ଶୀର୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ,...

ବନ୍ଧୁକ ଆଇନ କଡ଼ାକଡ଼ି କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ,୧୬ା୧୨: ଅଷ୍ଟ୍ରେଲିଆର ସିଡ୍‌ନୀସ୍ଥିତ ବଣ୍ଡାଇ ବିଚ୍‌ରେ ରବିବାର ହିହୁଦୀଙ୍କ ହାଣ୍ଡୁକ୍କା ଉତ୍ସବର ପ୍ରଥମ ଦିନରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ...

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୬ା୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri