ଜବରଦଖଲକାରୀଙ୍କ କବ୍‌ଜାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ,୨ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି ପ୍ରାୟ ୩୦ କିମି ଅତିକ୍ରମ କଲା ପରେ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଚିରସ୍ରୋତା ସହ ନୌଚଳାଚଳ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୧୮୬୦ ମସିହାରେ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ ଗୋବରୀ ନଦୀର ସଂଯୋଗ ପଥକୁ ବନ୍ଦ କରି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଥିବାରୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାଶର୍‌ବର ହଜାର ହଜାର ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଏଥିଯୋଗୁ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରୁନାହିଁ। ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନ ଥିବାରୁ ଗୋବରୀ ନଦୀ ଆଜି ନିଜର ପରିଚୟ ହରାଇଛି। କେନ୍ଦ୍ରାପଡା ଡ୍ରେନେଜ ବିଭାଗ ଦୁଇ ଦୁଇ ଥର ନଦୀ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡି ମଧ୍ୟ ବିଫଳ ହୋଇଛି।
ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଭାବେ କେନ୍ଦ୍ରାପଡ଼ା ଜିଲା ପରିଚିତି ଲାଭ କରିଛି। ୭ ନଦୀ ଓ ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ପ୍ରଭାବିତ କରୁଛି। ଜଳପଥଗୁଡ଼ିକର ସର୍ବେକ୍ଷଣ କରିବା ଲାଗି ୨୦୦୮ରେ ଯେଉଁ ଜାତୀୟ ଜଳପଥ ଯୋଜନା – ୫ (ଫେଜ୍‌ ୧, ଫେଜ୍‌ ୨ ଓ ଫେଜ୍‌ ୩) ଘୋଷଣା କରାଯାଇଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଜାତୀୟ ଜଳପଥ ଯୋଜନା ଅନୁଯାୟୀ ବ୍ରାହ୍ମଣୀ ନଦୀକୁ ଗୋବରୀ ସହ ସଂଯୋଗ କରାଯାଇ ପାରାଦୀପ ଯାଏ ସିଧାସଳଖ ନୌବାଣିଜ୍ୟ ହୋଇପାରିବ ବୋଲି ପଟ୍ଟାମୁଣ୍ଡାଇର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ ମଧ୍ୟ ୨୦୨୧ ଫେବୃୟାରୀ ୧୪ରେ ଦାଏର ହୋଇଥିଲା। ନାଲସା କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନସେବା ପ୍ରାଧିକରଣର ସଚିବ ସମ୍ପାଦକ ତଥା ବିଚାରପତି କେସ ନଂ. ୧୦/୨୦୨୧ ରେ ଏକ ମାମଲା ଦାଏର କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ସାମାଜିକ କର୍ମୀ ମିଟୁ ଜେନା କୁହନ୍ତି, କଥାରେ ଅଛି ‘ନଦୀ ଖାଏ କୂଳ’ କିନ୍ତୁ ପଟ୍ଟାମୁଣ୍ଡାଇରେ ‘କୂଳ ଖାଉଛି ଗୋବରୀ ନଦୀକୁ’। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେଇଛନ୍ତି। ଫଳରେ ପଟ୍ଟାମୁଣ୍ଡାଇରେ ପ୍ରବାହିତ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ବିଶେଷକରି ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିସ୍ଟବୋର୍ଡ ଜାଗା ହଡପ କରାଯାଇଛି। ପୋତାନଈ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତା ଯାଇ ପକ୍କା ଘର ନିର୍ମାଣ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କହିଛନ୍ତି, ଯଦି ବ୍ରାହ୍ମଣୀ ନଦୀ ସହ ଗୋବରୀ ନଦୀ ସଂଯୋଗ କରାଯାଏ ବନ୍ୟା ସମୟରେ ଅଞ୍ଚଳର ଉଦ୍‌ବୃତ୍ତ ଜଳକୁ ସିଧାସଳଖ ସମୁଦ୍ରରେ ନିଷ୍କାସନ କରାଯାଇପାରିବ। ପ୍ରତିବର୍ଷ ବ୍ରାହ୍ମଣୀ ଓ କାଣୀରେ ବନ୍ୟା ଆସି ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛି। ଚଳିତ ବନ୍ୟାରେ ୨ ଜଣ ଯୁବକଙ୍କ ଜୀବନ ଯିବା ସହ ଜୀବିକା ଉଜୁଡି ଯାଉଛି। ଏବେ ସମୟ ଆସିଛି ଏହି ଗୋବରୀ ନଦୀକୁ ଚିରସ୍ରୋତା ବ୍ରାହ୍ମଣୀ ସହ ସଂଯୋଗକୁ କାର୍ଯ୍ୟକାରୀ କରାଗଲେ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ପର୍ଯ୍ୟଟନସ୍ଥଳ ଭୂସ୍ବର୍ଗ ଇଟାଲୀର ଭାସମାନ ସହର ଭଳି ଏହାର ଦୁଇ ପାର୍ଶ୍ୱବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ। ପୋତି ହୋଇପଡିଥିବା ଗୋବରୀ ନଦୀ ମଧ୍ୟସ୍ଥଳ ଇଟାଲୀର ରୋମ ସହର ଭଳି ଭାସମାନ ବଜାର ସୃଷ୍ଟି ହୋଇପାରିବ। ନଦୀର ଦୁଇପାଶର୍‌ବ ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଓ ଭାସମାନ ବଜାର ଗଢା ଯାଇପାରିବ। ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ। ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନେ ବାରମ୍ବାର ଆସିବାକୁ ଇଚ୍ଛା କରିବେ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଲୋକମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri