ଡମ୍ପିଂୟାର୍ଡ ବିବାଦର ସମାଧାନ ଆଶା ମଉଳିଲା

ଭୁବନେଶ୍ୱର, ୩୦।୮ (ବ୍ୟୁରୋ):ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ଥମିବାର ନାଁ ଧରୁନି। ଯେତେ ଉଦ୍ୟମ କଲେ ବି ସମାଧାନ କରିବାରେ ବିଏମ୍‌ସି ସଫଳ ହୋଇପାରୁନି। ସୋମବାର ସମାଧାନର କୌଣସି ନିଷ୍କର୍ଷ ବାହାରିବ ବୋଲି କୁହାଯାଉଥିଲା। ସହରରୁ ଅଳିଆ ଉଠିବା ସହିତ ସମସ୍ତ ପ୍ରକ୍ରିୟା ସ୍ବାଭାବିକ ହେବାର ଆଶା ବି ଥିଲା। ମାତ୍ର ଦାରୁଠେଙ୍ଗବାସୀ କୌଣସି ନିଷ୍ପତ୍ତି ନ ଜଣାଇବାରୁ ବିଏମ୍‌ସିକୁ ପୁଣିଥରେ ନିରାଶ ହେବାକୁ ପଡିଛି। ଫଳରେ ସହରର ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁଆଡେ ଆବର୍ଜନା ଗଦା ବଢ଼ିବାରେ ଲାଗିଛି।
ଶନିବାର ହୋଇଥିବା ଆଲୋଚନାରେ ଦାରୁଠେଙ୍ଗ ଗ୍ରାମବାସୀ ନିଷ୍ପତ୍ତି ଜଣାଇବା ନେଇ ବିଏମ୍‌ସିକୁ ଦୁଇଦିନ ସମୟ ମାଗିଥିଲେ। ରବିବାର ଗାଁରେ ବସିଥିବା ବୈଠକରେ ଗ୍ରାମବାସୀ ଜୋର୍‌ଦାର ବିରୋଧ କରିଥିଲେ। ସୋମବାର ସନ୍ଧ୍ୟାରେ ଆଉଥରେ ଗ୍ରାମସଭା ବସିଥିଲା। ମାତ୍ର କ’ଣ ନିଷ୍ପତ୍ତି ହେଲା ସେ ସମ୍ପର୍କରେ ଜଣାଇଲେ ନାହିଁ ଗ୍ରାମବାସୀ। ଏଭଳି ସ୍ଥିତିରେ ସୋମବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ବସିଥିଲା। ଏଥିରେ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ କୌଣସି ଖବର ଆସି ନ ଥିଲେ ମଧ୍ୟ ସକାରାତ୍ମକ ଫଳ ମିଳିବ ବୋଲି ମେୟର ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟ ବିଏମ୍‌ସିକୁ ଭୁଆସୁଣୀଠାରେ ପ୍ରାୟ ୬୩ ଏକର ପରିମିତ ସ୍ଥାନ ଦେଇଥିଲେ, ଯେଉଁଠାରେ ସହରରୁ ବାହାରୁଥିବା ଅଳିଆ ପକାଯିବ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ବାୟୋ ମାଇନିଂ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ ୩୨ଟି ଏମ୍‌ସିସି ଏବଂ ୧୪ଟି ଏମ୍‌ଆର୍‌ଏଫ୍‌ ଚାଲିଛି। ଏହାକୁ ଭିତ୍ତିକରି ବୈଜ୍ଞାନିକ ପଦ୍ଧତିରେ ପ୍ରାୟ ୫୫୦ଟନ ଅଳିଆ ମଧ୍ୟରୁ ୩ଶହ ଟନ୍‌ ଅଳିଆ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ରେ ପ୍ରକ୍ରିୟାକରଣ କରାଯାଉଛି। ଆଗକୁ ୬ଟି ଏମ୍‌ସିସି ସହିତ ବଡ଼ ବଡ଼ ଏମ୍‌ସିସି କରି ସମ୍ପୂର୍ଣ୍ଣ ଅଳିଆ ଏଥିରେ ପ୍ରକ୍ରିୟାକରଣ କରାଯିବ ବୋଲି ଗ୍ରାମବାସୀଙ୍କୁ କାର୍ଯ୍ୟସୂଚୀ ପ୍ରଦାନ କରିଥିଲୁ। ଏଥିପାଇଁ ୯ମାସ ସମୟ ମଗାଯାଇଛି। ସବୁ ମାସରେ ଏନେଇ ସମୀକ୍ଷା କରାଯିବ। ଏଥିରେ ସେମାନେ ରାଜି ହୋଇଥିଲେ। ତେବେ ବାୟୋ ମାଇନିଂ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ। ତେବେ ଏସବୁ ପରେ ଗ୍ରାମବାସୀଙ୍କ ପକ୍ଷରୁ ସକାରାତ୍ମକ ଖବର ଆସିପାରେ ବୋଲି ମେୟର କହିଛନ୍ତି। ଏଥିସହ ବାହାରେ ଅଳିଆ ଗଦା ନ ହୋଇ କିଭଳି ଟିଟିଏସ୍‌କୁ ଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦାରୁଠେଙ୍ଗଠାରେ ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ୨୦ ଦିନ ହେବ ଅଳିଆ ଗାଡ଼ି ଛାଡୁ ନାହାନ୍ତି। ଫଳରେ ସହରରୁ ବାହାରୁଥିବା ଆବର୍ଜନା ସୈନିକ ସ୍କୁଲ ପାଖ ଟିଟିଏସ୍‌ରେ ଗଦା ହେଉଛି। ଟିଟିଏସ୍‌ରେ ଏବେ ଅଳିଆ ପାହାଡ଼ ସୃଷ୍ଟି ହୋଇ ଉଛୁଳିବାକୁ ବସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri